ଝାଡୁ ଆପଣଙ୍କୁ କରିବ କୋତିପତି, ଜାଣନ୍ତୁ କିପରି !

ଆମେ ଆଜି ଆପଣମାନଙ୍କୁ ଝାଡୁ ବିଷୟରେ କହିବାକୁ ଯାଉଛୁ । ଝାଡୁ କେଉଁଠି ରଖିବେ କିପରି ରଖିବେ, ଝାଡୁ ଦ୍ଵାରା କଣ କଣ ହୋଇଥାଏ । ଗୋଟିଏ ଝାଡୁ ମଣିଷକୁ କୋଟିପତି କରିପାରେ ଓ କାଙ୍ଗାଳ ମଧ୍ୟ କରିପାରେ । ଝାଡୁକୁ କେଉଁ ଦିଗରେ ରଖିବା ଉଚିତ, କିପରି ରଖିବା ଉଚିତ ଆସନ୍ତୁ ଜାଣିବା ।
ଆମ ଶାସ୍ତ୍ରରେ ଝାଡୁକୁ ଲକ୍ଷ୍ମୀ ମା’ ବୋଲି ମାନନ୍ତି ।

ଅପରିଷ୍କାର ଓ ଛିଣ୍ଡା ଝାଡୁକୁ ଅଲକ୍ଷ୍ମୀ ସହିତ ସମାନ କରାଯାଏ । ଝାଡୁର ଭୁଲ ବ୍ୟବହାର ଆମ ଜୀବନରେ ଦରିଦ୍ରତା ଆଣିଥାଏ ଓ ସଠିକ ବ୍ୟବହାର ଦ୍ଵାରା ଜୀବନରେ ଉନ୍ନତିର ଦ୍ଵାର ଖୋଲିଯାଏ ।

ଯଦି ଆପଣଙ୍କ ଜୀବନରେ ବହୁତ ଦୁଃଖ ଆସୁଥାଏ, ବାରମ୍ବାର ଆପଣ ହଇରାଣ ହେଉ ଥାନ୍ତି, ଧନକ୍ଷୟ ହେଉଥାଏ ଓ ଉନ୍ନତିର ମାର୍ଗ ଖୋଲେ ନାହିଁ ତେବେ କିଛି ଜିନିଷ ଆମକୁ ଧ୍ୟାନ ରଖିବା ଉଚିତ । ସେଥି ମଧ୍ୟରୁ ଝାଡୁ ଗୋଟିଏ, ଯିଏ ଘରେ ନେଗେଟିଭିଟି ଆଣିଥାଏ କିମ୍ବା ପଜିଟିଭିଟି ଆଣିଥାଏ ।

୧. ସର୍ବଦା ସକାଳୁ ଝାଡୁ ଲଗାନ୍ତୁ ଓ ଯଦି ଆପଣଙ୍କୁ ସମୟ ମିଳୁନାହିଁ ତେବେ ସନ୍ଧ୍ୟା ପୂର୍ବରୁ ଝାଡୁ ଲଗାନ୍ତୁ । ନୂଆ ଝାଡୁ କିଣିବାର ଭଲ ବାର ହେଉଛି ଶନିବାର ।

୨. ଐଶାନ୍ୟ କୋଣରେ କେବେ ବି ଝାଡୁ ରଖିବେ ନାହିଁ କାରଣ ଏହି କୋଣ ଠାକୁରଙ୍କ ଆସ୍ଥାନ କୋଣ ଅଟେ ଓ ଠାକୁର ଘରେ ମଧ୍ୟ କେବେ ବି ଝାଡୁ ରଖିବେ ନାହିଁ । ଯଦି ଆପଣ ଠାକୁର ଘରେ ଝାଡୁ ରଖୁଛନ୍ତି ତେବେ ଠାକୁରଙ୍କୁ ବାଧା ଆସିଥାଏ ଓ ଦୁର୍ଭାଗ୍ୟ ଆପଣଙ୍କ ଘରକୁ ଆସିଥାଏ ।

୩. ଝାଡୁ ରଖିବାର ସବୁଠୁ ବେଷ୍ଟ ଜାଗା ହେଉଛି ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ କୋଣ । ଏହି କୋଣରେ ଯଦି ଆପଣ ଝାଡୁ ରଖୁଛନ୍ତି ତେବେ ଆପଣଙ୍କ ଘର ଉପରେ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ ଓ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ।
୪. ଘରେ ଝାଡୁ ପୋଛା ଲଗାଇବାର ଭଲ ସମୟ ହେଉଛି ଦିନର ପ୍ରଥମ ୪ ପ୍ରହର । ଝାଡୁ ଲଗାଇବା ସମୟରେ କେବେ ବି ପାଦକୁ ସ୍ପର୍ଶ କରିବା ଉଚିତ ନୁହେଁ ।


୫. ସୂର୍ଯ୍ୟାସ୍ତ ପରେ ଘରର ମଇଳାକୁ ବାହାରେ ପକାଇବା ଅନୁଚିତ । ଶାସ୍ତ୍ରରେ କୁହାଯାଇଛି ଯେ ଏହାକୁ ମିତ୍ରିକା ମାଟି କୁହାଯାଏ । ଏହାକୁ ଘର ବାହାରେ ପକାଇବା ଦ୍ଵାରା ଲକ୍ଷ୍ମୀ ମାତା ବାହାରକୁ ଚାଲିଯାନ୍ତି ଓ ଅଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ।

୬. ଧ୍ୟାନ ରଖିବେ ସବୁବେଳେ ଝାଡୁକୁ ଲୁଚାଇ ରଖନ୍ତୁ । ଖୋଲା ସ୍ଥାନରେ ଝାଡୁ ରଖିବା ଅଶୁଭ । ପୋଛା ଲଗାଇବା ପାଣିରେ ଲୁଣ ପକାଇ ପୋଛା ଲଗାନ୍ତୁ । ଝାଡୁରେ କୌଣସି ଜୀବକୁ ମାରନ୍ତୁ ନାହିଁ । ଝାଡୁକୁ କେବେ ବି ସିଧା କରି ରଖନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।