ଯେଉଁ ମନୁଷ୍ୟ ସକାଳୁ ଉଠିବା ପରେ ଏହି 4 ଟି କାର୍ଯ୍ୟ କରିଥାଏ, ସେ ସର୍ବଦା ଗରିବ ହୋଇ ରହିଯାଇଥାଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଭଲରେ ରହିବା ପାଇଁ ହେଲେ ଭଲ ମାର୍ଗ ଆପଣାଇବା ସଠିକ ହୋଇଥାଏ । ଯାହା ଦ୍ଵାରା ଭଲ ରାସ୍ତାରେ ଯାଇ ଜୀବନକୁ ମଧ୍ୟ ସରସ, ସୁନ୍ଦର ରଖିପାରିବା । ତେବେ କିଛି ଭଲ ମାର୍ଗରେ ପରିଚାଳିତ ହେବା ପାଇଁ ହେଲେ ପ୍ରଥମେ ପୂର୍ବରୁ କିଛି କରୁଥିବା ଖରାପ କାର୍ଯ୍ୟରୁ ନିଜକୁ ବାହାର କରିବାକୁ ପଡିଥାଏ । ତେବେ ଯାଇ ଆମେ ମାନେ ଉନ୍ନତିର ମାର୍ଗରେ ଯାଇ ପାରିବୁ । ତେବେ ସକାଳର ସମୟ ଦିନର ସବୁଠାରୁ ଭଲ ସମୟ ହୋଇଥାଏ ।

ଏହି ସକାଳ ସମୟର ସବୁବେଳେ ସଦୁପୋଯୋଗ କରିବା ଉଚିତ । ଏହି ସମୟରେ ଏପରି କିଛି କରିବା ନାହିଁ । ଯାହା ଦ୍ଵାରା ଜୀବନରେ ଦୁଃଖ ଦୁର୍ଦ୍ଧଶା ଯେପରି ମାଡି ବସିବ । ସକାଳୁ ଉଠି ସର୍ବପ୍ରଥମେ କେବେ ବି ନିଜର ଚେହେରା ଅର୍ଥାତ ନିଜର ମୁଖମଣ୍ଡଳକୁ ଆଇନାରେ ଦେଖିବା ଉଚିତ ନୁହେଁ । ସକାଳୁ ଉଠି ସର୍ବପ୍ରଥମେ ନିଜ କର ଅର୍ଥାତ ନିଜର ପାପୁଲିକୁ ଯୋଡି ତାହାକୁ ଦର୍ଶନ କରିବା ଉଚିତ । କାରଣ ସେଥିରେ ଭଗବାନ ନିବାସ କରିଥାନ୍ତି ।

ସକାଳର ବ୍ରହ୍ମ ମୂହୁର୍ତ୍ତ ଅର୍ଥାତ ଭୋର ୪ ଟା ରୁ ୭ ଟା ମଧ୍ୟରେ କେବେବି ଭୋଗବିଳାସରେ ବୁଡି ରହିବା ଠିକ ହୋଇନଥାଏ । ଏହି ସମୟ ପ୍ରାତଃ ସମୟ ବହୁତ ହିଁ ଆଧ୍ୟାତ୍ମିକ ସମୟ ହୋଇଥାଏ । ଏହି ସମୟରେ ଯଥା ସମ୍ଭବ ଶୀଘ୍ର ଉଠି ନିଜର ନିତ୍ୟ କର୍ମ ସାରି ଭଗବାନଙ୍କ ଆରାଧନା କରିବା ଉଚିତ । ଯାହା ଦ୍ଵାରା ଜୀବନରେ ସୁଖ ଓ ସୌହାର୍ଦ୍ଧ୍ୟ ପ୍ରାପ୍ତ ହେବ ।

ସକାଳୁ ଉଠୁ ଉଠୁ ଝଗଡା ବା କଳହ ଜନିତ କିଛି ଦୃଶ୍ୟ କି ଫୋଟ ଦେଖିବା ଅନୁଚିତ । ବହୁତ ଲୋକ ଉଠୁ ଉଠୁ ନିଜର ମୋବାଇଲ ଫୋନ ଦେଖିବାକୁ ଆରମ୍ଭ କରିଦେଇଥାନ୍ତି । ଏପରି ଜମାରୁ ମଧ୍ୟ କରନ୍ତୁନି । ରାତିରେ ବହୁତ ଲୋକ ଉପାସ ଶୋଇ ପଡିଥାନ୍ତି । ଏହା ସହିତ ସକାଳୁ ଉଠୁ ଉଠୁ କିଛି ନା କିଛି ଖାଇବାକୁ ଲାଗି ପଡିଥାନ୍ତି । ସକାଳୁ ଉଠୁ ଉଠୁ ସଙ୍ଗେ ସଙ୍ଗେ କୌଣସି ଗରିଷ୍ଠ ଭୋଜନ ଗ୍ରହଣ କରନ୍ତୁ ନାହିଁ ।

ସକାଳୁ ଯଥା ସମ୍ଭବ ଶୀଘ୍ର ଉଠିବା ପାଇଁ ସର୍ବଦା ପ୍ରୟାସ କରନ୍ତୁ । ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତି ସମୟ ଅଧିକ ସମୟ ଫୋନ, ଲାପଟପ ନଦେଖି ଶୀଘ୍ର ଶୋଇ ପଡିବା ଉଚିତ ହୋଇଥାଏ । ଯାହା ଦ୍ଵାରା ସକାଳୁ ଶୀଘ୍ର ଶୀଘ୍ର ସକାଳର ପ୍ରାତଃ ସମୟରେ ନିଦ ଭାଙ୍ଗି ଯାଇଥାଏ ।

ଏହାପରେ କୁହାଯାଇଥିବା ଏହି ଉପର ନିୟମ ଅନୁସାରେ ଯଦି ନିଜର ସକାଳର ସମୟକୁ ଆରମ୍ଭ କରନ୍ତି । ତେବେ ଆପଣଙ୍କର ସକାଳର ସମୟ ଭଲରେ କଟିଥାଏ । ଏହା ସହ ଦିନମାନ ମଧ୍ୟ ଆପଣଙ୍କ ସବୁ କାର୍ଯ୍ୟରେ ମାନ ଲାଗିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ