ସାବଧାନ ! ଯେଉଁ ଘରେ ରହିଥାଏ ଏହି ୫ଟି ଦୋଷ, ସେଠି କେବେବି ରହି ନ ଥାଏ ଧନ

ବେଳେ ବେଳେ ବହୁତ ପରିଶ୍ରମ କରିବା ସତ୍ତ୍ୱେ ବି ନିଜ ପରିଶ୍ରମର ଉଚିତ ଫଳ ମିଳି ନ ଥାଏ । ଏହା ସହିତ ଦରିଦ୍ରତା ବି ସବୁବେଳେ ରହିଥାଏ । ଏମିତିରେ ଏହି ସମସ୍ତ ସମସ୍ୟା ଘରେ ଥିବା କୌଣସି ବାସ୍ତୁଦୋଷ କାରଣରୁ ହୋଇପାରେ । ଯଦି ଆପଣଙ୍କ ଘରେ ବି ଏହି ୫ ଟି ଦୋଷ ମଧ୍ୟରୁ ଗୋଟିଏ ଦୋଷ ଅଛି ତେବେ ଆପଣଙ୍କୁ ବି ଟଙ୍କାର ଅଭାବ ଓ ଦରିଦ୍ରତାର ସାମ୍ନା କରିବାକୁ ପଡିପାରେ । ଜାଣନ୍ତୁ କଣ ଅଟେ ସେହି ୫ଟି ଦୋଷ ଯାହାକୁ ଦୂର କରିବା ଦ୍ଵାରା ଆପଣ ବହୁତ ସମସ୍ୟାରୁ ବଞ୍ଚି ପାରିବେ ।

ଉତ୍ତର – ପୂର୍ବ ଦିଗ ଆବର୍ଜନା ହେବା

କହିବାକୁ ଗଲେ ବାସ୍ତୁ ଅନୁସାରେ ଉତ୍ତର୍ର – ପୂର୍ବ ଦିଗ ଧନ ଆଗମନର ଦିଗ ହୋଇଥାଏ । ଏମିତିରେ ଯେଉଁ ଘରେ ଏହି ଦିଗରେ ଆବର୍ଜନା ରହୁଥିବ କିମ୍ବା ଉଚିତ ପରିଷ୍କାର କରାଯାଉ ନ ଥିବ, ତେବେ ସେହି ଘରେ ସବୁବେଳେ ଧନ ସମ୍ବନ୍ଧିତ ସମସ୍ୟା ରହିଥାଏ ।

ଉତ୍ତର – ପଶ୍ଚିମ ଦିଗ ଅନ୍ଧାର ରହିବା

ବାସ୍ତୁ ଅନୁସାରେ ଉତ୍ତର – ପୂର୍ବ ଦିଗ ଭଳି ଉତ୍ତର ପଶ୍ଚିମ ଦିଗ ବି ଆର୍ଥିକ ସମ୍ପନ୍ନତା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ, ଏମିତିରେ ଯଦି ଏହି ଦିଗରେ ସବୁ ସମୟରେ ଅନ୍ଧକାର ରହିଥାଏ ତେବେ ଧନ ହାନି ହୋଇଥାଏ ଓ ଏହା ସହିତ ପରିବାରର ଲୋକମାନଙ୍କ ମଧ୍ୟରେ ବିବାଦ ବି ଲାଗି ରହିଥାଏ ।

ଦକ୍ଷିଣ ଦିଗରେ ତିଜୋରି କିମ୍ବା ଆଲମାରି ରହିବା

ଦକ୍ଷିଣ ଦିଗରେ ଆଲମାରି କିମ୍ବା ତିଜୋରି ରହିବା ବି ଏକ ବାସ୍ତୁ ଦୋଷ ଅଟେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ଆଲମାରି କିମ୍ବା ତିଜୋରି ରହିବା ଦ୍ଵାରା ଧନ ହାନି ହୋଇଥାଏ । ଏମିତିରେ ଯଦି ଆପଣଙ୍କ ଘରେ ଏହିଭଳି କିଛି ଦୋଷ ଅଛି ତେବେ ଏଥିରୁ ବଞ୍ଚିବା ପାଇଁ ଆଲମାରି କିମ୍ବା ତିଜୋରି ଉପରେ ଏକ ନାଲି ରିବନ ବା କପଡାରେ ତିନୋଟି ମୁଦ୍ରା ବାନ୍ଧି ଟାଙ୍ଗି ଦିଅନ୍ତୁ ।

ଉତ୍ତର – ପୂର୍ବ ଦିଗରେ ରୋଷେଇ କରିବା

ଏହା ସହିତ ବାସ୍ତୁ ଅନୁସାରେ ଯେଉଁ ଘରର ଉତ୍ତର ପୂର୍ବ ଦିଗରେ ରୋଷେଇ ଘର ହୋଇଥାଏ, ସେହି ଘରେ ବି ଆର୍ଥିକ ସ୍ଥିତି ସବୁବେଳେ କମଜୋର ରହିଥାଏ । କିନ୍ତୁ ଯଦି ପଶ୍ଚିମ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରୋଷେଇ ଘର ଅଛି ତେବେ ଘରର ଆର୍ଥିକ ସ୍ଥିତି ମଝବୁତ ରହିଥାଏ ।

ଗୃହସ୍ଵାମୀ ଘରର ଦକ୍ଷିଣ – ପୂର୍ବରେ ଶୋଇବା

ଯଦି ଘରର ମୁଖିଆ ଘରର ଦକ୍ଷିଣ – ପୂର୍ବ ଦିଗରେ ତିଆରି ଘରେ ଶୋଇଥାନ୍ତି ତେବେ ଘରେ ଅନାବଶ୍ୟକ ସମସ୍ୟା ଆସିଥାଏ । ଆର୍ଥିକ ସମସ୍ୟା ଠାରୁ ନେଇ ଘରର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ବି ରହିଥାଏ ।