Vastu tips- ସ୍ତ୍ରୀ ର ଏହି 5 ଖରାପ ଅଭ୍ଯାସ କାରଣରୁ ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବିବାହ ପରେ ମହିଳାଙ୍କ ଭାଗ୍ୟ ତାଙ୍କ ସ୍ବାମୀଙ୍କ ପରିବାରର ଭାଗ୍ୟ ସହ ଜଡିତ ହୋଇଯାଏ । ମହିଳାଙ୍କ ଭାଗ୍ୟ ସହ ମିଶି ତାଙ୍କ ପରିବାରର ଉନ୍ନତି କିମ୍ବା ଅଧୋଗତି ହୁଏ । ଭାଗ୍ୟ ସହ ସ୍ତ୍ରୀର କର୍ମ ଓ ଗୁଣ ମଧ୍ୟ ପରିବାର ସହ ଜଡିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ କୁହା ଯାଇଥିବା ସ୍ତ୍ରୀ ଙ୍କ କିଛି ସୁଗୁଣ ଓ ଦୁର୍ଗୁଣ ବିଷୟରେ କହିବୁ ଯାହା ଦ୍ଵାରା ସ୍ବାମୀଙ୍କ ଓ ତାଙ୍କ ପରିବାରର ଭାଗ୍ୟୋଦୟ ହୋଇଥାଏ କିମ୍ବା ସର୍ବନାଶ ହୋଇଥାଏ । ଯେଉଁ ସ୍ତ୍ରୀ ମନରେ ଈଶ୍ବରଙ୍କ ପ୍ରତି ପ୍ରେମ ଓ ଆଦର ଭାବ ରହିଥାଏ ସେହି ଘର ସର୍ବଦା ସୁଖଶାନ୍ତିରେ ଭରପୁର ରୁହେ ।

ଗୃହ କାର୍ଯ୍ୟରେ ଦକ୍ଷ ଓ ଉତ୍ତମ ବ୍ୟବହାର ଥିବା ସ୍ତ୍ରୀଙ୍କ ଘର ମଧ୍ୟ ସର୍ବଦା ସୁଖ ସମୃଦ୍ଧିରେ ଭରପୁର ରହିଥାଏ । ଯେଉଁ ସ୍ତ୍ରୀ ଘରର ପ୍ରତ୍ଯେକ କାର୍ଯ୍ୟ ହୃଦୟର ସହ କରିଥାଏ, ସେହି ସ୍ତ୍ରୀ ଘର ପାଇଁ ଖୁବ ଶୁଭ ହୋଇଥାଏ । ଯେଉଁ ସ୍ତ୍ରୀ କଳିହୁଡୀ ହୋଇ ନଥାଏ ଏବଂ ସବୁ ପରିସ୍ଥିତିରେ ନିଜ ପରିବାର ସହ ଠିଆ ହୋଇଥାଏ, ସେହି ସ୍ତ୍ରୀ ମଧ୍ୟ ସ୍ଵାମୀ ଏବଂ ଘରର ସୁଖ ସମୃଦ୍ଧିର କାରଣ ହୋଇଥାଏ ।

କିନ୍ତୁ ଯେଉଁ ସ୍ତ୍ରୀ ସତ୍ କର୍ମ ବା ଯୋଗ୍ୟ କାର୍ଯ୍ୟ କରିବା ପରିବର୍ତ୍ତେ ପରନିନ୍ଦା ଏବଂ ଚୁଗୁଲି କରିବାରେ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିଥାଏ, ସେହି ସ୍ତ୍ରୀ ନିଜ ପରିବାର ପ୍ରତି ନିଜ ଦାୟିତ୍ଵ ସଠିକ ଭାବେ ତୁଲାଇ ପାରେ ନାହିଁ । ଯେଉଁ ବିବାହିତା ସ୍ତ୍ରୀ ନିଜ ସ୍ବାମୀଙ୍କ ଘର ପରିବର୍ତ୍ତେ ନିଜ ବାପଘରକୁ ଓ ସେମାନଙ୍କ କଥାକୁ ଅଧିକ ମହତ୍ଵ ଦିଏ, ସେହି ସ୍ତ୍ରୀ ନିଜ ଶାଶୁଘରେ କେବେ ମଧ୍ୟ ସୁଖଶାନ୍ତି ଆଣିପାରେ ନାହିଁ ।

ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଏବଂ ପରିବାର ସଦସ୍ୟଙ୍କ ଉତ୍ତମତାର ଅନୁଚିତ ଫାଇଦା ଉଠାଏ, ଘରେ ନିଜ ସ୍ଥାନ ବନେଇବା ପାଇଁ ସବୁବେଳେ ଲଢିବାକୁ ପ୍ରସ୍ତୁତ ରୁହେ, ଘରେ କଳି ଓ ବାଦବିବାଦ ପରିସ୍ଥିତି ସୃଷ୍ଟି କରେ ଓ ମିଛ କହି ଅଥବା ଧୋକା ଦେଇ ନିଜ କାମ କରିଥାଏ, ସେହି ସ୍ତ୍ରୀ ନିଜ ପରିବାରର ହିତ ଚିନ୍ତା କରିପାରେ ନାହିଁ ।

କାରଣ ସେ ବହୁତ ସ୍ଵାର୍ଥୀ ହୋଇଥାଏ । ଯେଉଁ ସ୍ତ୍ରୀ ବ୍ୟଭଇଚାରଇଣୀ ଅଟେ ମନ୍ଦ କାର୍ଯ୍ୟରେ ଲିପ୍ତ ଅଟେ ଓ ସଂସ୍କାରହୀନ ହୋଇଥାଏ, ସେହି ସ୍ତ୍ରୀ ନିଜ ପରିବାର ପାଇଁ ଅଶୁଭ ହୋଇଥାଏ ।ସେହି ସ୍ତ୍ରୀ ଯୋଗୁଁ ଉକ୍ତ ପରିବାର ଲୋକେ କେବେ ମଧ୍ୟ ସୁଖୀ ଜୀବନ ଯାପନକରି ପାରନ୍ତି ନାହିଁ ଓ ସେପରି ଘରେ ମା ଲକ୍ଷ୍ମୀ କେବେ ମଧ୍ୟ ନିବାସ କରନ୍ତି ନାହିଁ ।

ଯେଉଁ ସ୍ତ୍ରୀ ଆବଶ୍ୟକତା ଠାରୁ ଅଧିକ ଆତ୍ମବିଶ୍ବାସୀ ହୋଇଥାଏ ଓ ଭଲ ଭାବେ ଚିନ୍ତା ନକରି ନିର୍ଣ୍ଣୟ ନେଇଥାଏ, ସେହି ସ୍ତ୍ରୀ ନିଜେ ସମସ୍ଯାରେ ପଡିବା ସହ ନିଜ ପରିବାରକୁ ମଧ୍ୟ ସମସ୍ଯା ଘେରକୁ ଟାଣି ଆଣେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।