ଯେତିକି ଇଚ୍ଛାର ସହିତ ପଢିଥାନ୍ତି ନମାଜ, ସେତିକି ହିଁ ଭକ୍ତିର ସହ ପଢନ୍ତି ରାମାୟଣ, ଜାଣନ୍ତୁ ସେହି ମୁସ୍ଲିମଙ୍କ ବିଷୟରେ ଯିଏ କେବେବି ଆଲ୍ଲା ଓ ଶିବଙ୍କ ଭିତରେ ମତଭେଦ କରନ୍ତି ନାହିଁ

ଆଜି ଆମେ ଆପଣଙ୍କୁ ଏମିତି ଦୁଇ ଜଣ ବ୍ୟକ୍ତିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଲୀ ଓ ବଜରଙ୍ଗବଲି ମଧ୍ୟରେ କେବେ ବି ପାର୍ଥକ୍ୟ କରି ନାହାନ୍ତି । ଉତ୍ତର ପ୍ରଦେଶର ଅଲୀଗଢର ମିର୍ଜାପୁର ଗ୍ରାମରେ ରହୁଥିବା ଦୁଇ ଜଣ ବ୍ୟକ୍ତି ବାବୂ ଖାଂ ଓ ଅବରାର ମସ୍ଜିଦରେ ନମାଜ ବି ପଢନ୍ତି ଏବଂ ଭୋଲେନାଥଙ୍କ ମନ୍ଦିରରେ ପୂଜା ବି କରନ୍ତି ।

ସେ ମୁସ୍ଲିମ ଧର୍ମର କୁରାନକୁ ଯେତେ ସିଦ୍ଦତ ସହ ପଢନ୍ତି, ସେତିକି ହିଁ ଉତ୍ସାହର ସହ ହିନ୍ଦୁ ଧର୍ମର ରାମଚରିତ ମାନସର ପାଠ ବି କରନ୍ତି । ଏହା ଛଡା ଯେତେବେଳେ ସେମାନେ ଶିବପୁରାଣର ଶ୍ଳୋକ ପଢିବା ଆରମ୍ଭ କରିନ୍ତି ସେତେବେଳେ ଶୁଣୁଥିବା ଲୋକେ ମନ୍ତ୍ରମୁଗ୍ଧ ହୋଇ ଯାଆନ୍ତି । ଏମାନଙ୍କର ମାନିବା ଅଟେ କି ସମସ୍ତଙ୍କର ଇଶ୍ଵର ଜଣେ ହିଁ ଅଟନ୍ତି ।

ଯେତେବେଳେ ଗୋଟିଏ ହିଁ ଇଶ୍ଵର ଆମ ସମସ୍ତଙ୍କର ରଚନା କରିଛନ୍ତି ତେବେ ଆମେ ମଣିଷ ନିଜ ମଧ୍ୟରେ ଭେଦଭାବ କାହିଁକି କରିବା ? ବାବୂ ଖାଂ ଓ ଅବରାର ନିଜ କ୍ଷେତ୍ରରେ ଏହି କାମ ଦ୍ଵାରା ସମସ୍ତଙ୍କର ହୃଦୟକୁ ଜିତିଛନ୍ତି ।

ନିଜ ଟଙ୍କାରେ ପ୍ରସ୍ତୁତ କରିଛନ୍ତି ମନ୍ଦିର

ବାବୂ ଖାଂ ୨୦୧୩ରେ ନିଜର ଟଙ୍କାରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିର ସୀଡୀଏଫ ଚୌକୀର ସମୀପରେ ଅବସ୍ଥିତ । ଏହି ରାସ୍ତାରେ ଲୋକମାନେ ଯିବାକୁ ଡରୁଥିଲେ । ଲୋକମାନଙ୍କର ସାହାସ ବଢାଇବା ପାଇଁ ବାବୂ ଖାଂ ଏଠି ଏକ ମନ୍ଦିର ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଲେ । ସର୍ବେପ୍ରଥମେ ସେ ସ୍ଥାନୀୟ ଲୋକମାନଙ୍କର ଠାରୁ ଅନୁମତି ନେଲେ ଏବଂ ପାଖାପାଖି ୨୦ ଗଜ ଜାଗାରେ ଏକ ମନ୍ଦିରକୁ ପ୍ରସ୍ତୁତ କରିଲେ । ଏହି ମନ୍ଦିରକୁ ସଂଗମରମରର ପଥର ଦ୍ଵାରା ନିର୍ମାଣ କରାଯାଇଛି ।

ମିଳିସାରିଛି ପୁରସ୍କାର

ନିଜର ଏହି ଚିନ୍ତାଧାରା ଏବଂ ଭଲ କମ ପାଇଁ ତାଙ୍କୁ ପ୍ରଶାସନ ତରଫରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ତିନି ଥର ଜମୁନୀ ପୁରସ୍କାର ମିଳି ସାରିଛି । ବାବୂ ଖାଂଙ୍କର ଦିନର ଆରମ୍ଭ ନମାଜ ପଢିବାରୁ ଆରମ୍ଭ ହୋଇଥାଏ । ଏହା ପରେ ସେ ସିଧା ମନ୍ଦିରକୁ ଆସିଥାନ୍ତି । ଏବଂ ଶିବଙ୍କର ପୂଜା ଆରଧନା କରନ୍ତି । ମନ୍ଦିରର ପୂଜାରୀର ଦାୟିତ୍ଵ ଅବରାର ସମ୍ଭାଳି ରଖିଛନ୍ତି ।

ଏହା ଛଡା ବାବୂ ଖାଂଙ୍କର ପାଞ୍ଚ ପୁଅ ଏବଂ ତିନି ଝିଅ ବି ଏହି ମନ୍ଦିରର ଦେଖାଶୁଣା କରନ୍ତି । ଏହି ମନ୍ଦିରରେ ସମସ୍ତ ହିନ୍ଦୁ ପୂଜା ଏବଂ ଅନୁଷ୍ଠାନ କରାଯାଏ । ଅବରାରଙ୍କୁ ତ ସମସ୍ତ ଶିବ ପୁରାଣର ପୂର୍ଣ ସୂଚନା ପ୍ରାପ୍ତ ଅଛି ।