ଯେତେବେଳ ପୋଲିସ ହେଲା କଦଳୀ ବାଲା, ପୋଲିସର ଅନୋଖା ରୂପ ଦେଖନ୍ତୁ ଉତ୍ତର ପ୍ରଦେଶରେ

ଆଜିକାଲି ଲୋକମାନଙ୍କର ବିଶ୍ଵାସ ପୋଲିସ ଉପରେ ଧୀରେ ଧୀରେ ଶେଷ ହେବାକୁ ଲାଗିଛି । ଲୋକମାନଙ୍କୁ ଏହା ଲାଗୁଛି କି ପୋଲିସ ତା’ର କାମ ଠିକ ଭାବରେ କରୁନାହିଁ । କିନ୍ତୁ କେବେ କେବେ ପୋଲିସ ଏମତି କିଛି କାମ କରିଥାଏ, ଯାହାଫଲରେ ଲୋକମାନେ ପୋଲିସ ଉପରେ ବିଶ୍ଵାସ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଠିକ ସେହିପରି ପୋଲିସ ଏମତି କିଛି କାମ କରିଛି ଯାହାଫଳରେ ଲୋକମାନଙ୍କୁ ପୋଲିସ ଉପରେ ବିଶ୍ଵାସ ଆସିଯାଇଛି ।

କିଛି ଦିନ ତଳେ ଫିରୋଜା ବାଦ ସହରରେ ବହୁତ ଅଧିକ ଦଙ୍ଗା ଓ ଗଣ୍ଡଗୋଳ ହେଉଥିଲା । ଯାହାଫଳରେ ଜୀବନ ଓ ଅନ୍ୟାନ୍ୟ ଜିନିଷର ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ଆରୋପିକୁ ଧରିବା ପାଇଁ ପୋଲିସ ବହୁତ କଷ୍ଟ କରିଥିଲା ଓ ଫଳ ସ୍ୱରୂପ ପୋଲିସ ସମସ୍ତ ଉପଦ୍ରବୀକୁ ଧରିଥିଲା । ତେବେ ଆସନ୍ତୁ ଜାଣିବା ପୋଲିସ କିପରି ଚାଲ କରି ଉପଦ୍ରବୀଙ୍କୁ ଧରିଲା ।

ଫିରୋଜାବାଦରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ପୋଲିସ ବହୁତ ପ୍ରୟାସ କରୁଥିଲା । ମଙ୍ଗଳବାର ଦିନ ଆଗରା ର ମଣ୍ଟୋଲା କ୍ଷେତ୍ରରେ ଫିରୋଜାବାଦରେ ଗଣ୍ଡଗୋଳ କରୁଥିବା ଜଣେ ଉପଦ୍ରବୀ ଲୁଚି ଥିବାର ପୋଲିସ ଖବର ପାଇଥିଲା । ପୋଲିସ ସେହି ଉପଦ୍ରବୀକୁ କବ୍ଜା ରେ ନେବା ପାଇଁ ଏକ ବହୁତ ଭଲ ଯୋଜନା କରିଥିଲା । ଏହି ଉପଦ୍ରବୀମାନେ ନିଜ ନିଜର ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ ।

ଫିରୋଜାବାଦ ପୋଲିସକୁ ଏହାର ସୂଚନା ମିଳିଯାଇଥିଲା । ମଣ୍ଟୋଲାରେ ଲୁଚି ଥିବା ଉପଦ୍ରବୀକୁ ଧରିବା ପାଇଁ ସବ ଇନ୍ସପେକ୍ଟର ପୋଲିସ କଦଳୀ ବାଲା ବେଶ ଧରି ଯାଇଥିଲେ । ମଣ୍ଟୋଲାର ଥାନା ଅଧିକାରୀଙ୍କ ଅନୁସାରେ ତାଙ୍କର ଏହି ମିସନ ସଫଳ ହେଲା ।

ଥାନା ଅଧିକାରୀ ସଂଜୀବ ତୋମର କଦଳୀ ବାଲା ହୋଇ ପାଞ୍ଚ ଘଣ୍ଟା ଯାଏଁ କଦଳୀ ଶସ୍ତାରେ ବିକିଥିଲେ ଓ ଲୋକମାନଙ୍କ ଠାରୁ ଉପଦ୍ରବୀମାନଙ୍କ ଠାରୁ ସୂଚନା ହାସଲ କରିଥିଲେ । ଫଳ ସ୍ୱରୂପ ଫିରୋଜାବାଦରେ ଗଣ୍ଡଗୋଳ କରୁଥିବା ୧୩ ଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା ଓ ଶୀଘ୍ର ତାଙ୍କ ବିରୁଦ୍ଧରେ ମକଦ୍ଦମା ଆରମ୍ଭ ହେବ ।