ଯେତବେଳେ ସଚିନ ତେନ୍ଦୁଲକର ଙ୍କ ବ୍ୟାଟିଙ୍ଗ ଦେଖିବା ପାଇଁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ ସୁରେଶ ରାଇନା, ଆଉ ତା ପରେ…

ଭାରତୀୟ କ୍ରିକେଟର ଅନୁଭବି ବ୍ୟାଟ୍ସମ୍ୟାନ ସୁରେଶ ରାଇନା ନିକଟରେ ତାଙ୍କ ସ୍କୁଲ ଦିନକୁ ମନେ ପକାଇ କିଛି ମଜାଳିଆ କଥା ଶେୟାର କରିଛନ୍ତି । ସେ କହିଛନ୍ତି କି ସେ କିପରି ସ୍କୁଲ ବନ୍ଦ କରି ସଚିନ ତେନ୍ଦୁଲକରଙ୍କ ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ । ରାଇନା କହିଛନ୍ତି କି ସେ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଙ୍ଗ ଦେଖିବା ପାଇଁ ସ୍କୁଲରୁ ପଳାଇ ଯାଇଥିଲେ । ଯେତବେଳେ ୧୯୯୮ରେ ସଚିନ ୯ଟି ୱାଣ୍ଡେ ଶତକ ମାରିଥିଲେ ସେହି ସମୟରେ ରାଇନା ବହୁତ ସାନ ଥିଲେ । ସେ ଏବଂ ତାଙ୍କ ସାଙ୍ଗମାନେ ସଚିନଙ୍କ ଖେଳ ଦେଖିବା ପାଇଁ ଚାହୁଁଥିଲେ ଏଥିପାଇଁ ସ୍କୁଲରୁ ପଳାଇ ସଚିନଙ୍କ ବ୍ୟାଟିଂ ଦେଖିଥିଲେ ।

ଶାରଜାହରେ ଯେତବେଳେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତରା ଶତକ ମାରିଥିଲେ ସେତବେଳେ ସେ ସ୍କୁଲରୁ ପଳାଇ ତାଙ୍କ ପ୍ରିୟ କ୍ରିକେଟରଙ୍କର ଖେଳ ଦେଖିଥିଲେ । ସୁରେଶ ରାଇନା ଟାଇମ୍ସ ଅଫ ଇଣ୍ଡିଆ ସହିତ କଥା ହେବା ସମୟରେ କହିଛନ୍ତି ଆମ ଘରେ ଅପଟ୍ରନ ଟିଭି ଥିଲା କିନ୍ତୁ କେବଳ ଦୂରଦର୍ଶନ ଆସୁଥିଲା । ଏଭଳି ପରିସ୍ଥିତିରେ ମୁଁ ଏବଂ ମୋର କିଛି ବନ୍ଧୁମାନେ ସ୍କୁଲର ଶେଷ ଦୁଇଟି ପିରିୟଡକୁ ଛାଡି ଦେଲୁ କାରଣ ଶାରଜାହରେ ଟୁର୍ନାମେଣ୍ଟ ଚାଲିଥିଲା ।

ସେ କହିଛନ୍ତି କି ସେହି ସମୟରେ ସଚିନ ତେନ୍ଦୁଲକର ଖେଳ ଆରମ୍ଭ କରୁଥିଲେ । ଆମେ କେବଳ ସଚିନ ପାଜୀ ଏବଂ ଦ୍ରାବିଡ ଭାଇଙ୍କ ବ୍ୟାଟିଂ ଦେଖିବା ପାଇଁ ଯାଉଥିଲୁ । ତାଙ୍କର ଆଉଟ ହେବା ପରେ ଆମେ ମ୍ୟାଚ ଦେଖିବା ବନ୍ଦ କରିଦେଇ ଥାଉ । ଏହି ମ୍ୟାଚରେ ସଚିନ ୧୪୩ରନ କରିଥିଲେ । ଭାରତ ଫାଇନାଲ ମ୍ୟାଚରେ ସ୍ଥାନ ପାଇଥିଲା । ଫାଇନାଲରେ ତେନ୍ଦୁଲକର ୧୩୪ ରନ କରିଥିଲେ ଏବଂ ଭାରତ କୋକା କୋଲା କପ ଜିତିଥିଲା ।

ସୁରେଶ ରାଇନା କହିଛନ୍ତି କି ମୋ ବୟସ ସେହି ସମୟରେ ୧୨ ବର୍ଷ ଥିଲା । ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲି । ସଚିନ ତେନ୍ଦୁଲକର ସେତବେଳେ ବଡ ନାମ କମାଇ ସାରିଥିଲେ । ୨୦୧୧ ୱାଲ୍ଡ କପ ରେ ରାଇନା ସଚିନଙ୍କର ଟିମମେଟ ଥିଲେ । ସୁରେଶ ରାଇନା କହିଛନ୍ତି ସେହି ସିରିଜରେ ସଚିନ ପାଜୀ ଦୁଇଥର ଲଗାତାର ଶତକ କରିଥିଲେ । ସେହି ସମୟରେ କମେଣ୍ଟ୍ରି କରୁଥିବା ଟୋନି ଗ୍ରେଗ, ଯିଏ ନିଜେ ଏକ ବଡ ନାମ ଥିଲେ ସେ ସଚିନଙ୍କର ପ୍ରଶଂସା କରୁଥିଲେ । ସଚିନ ତାଙ୍କ ସ୍ଵରରେ ଏକ ଅଲଗା ଉତ୍ସାହ ଭରି ଦେଇଥିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।