ରଚିନ ରବୀନ୍ଦ୍ରଙ୍କ ନଜର ଉତାରିଲେ ଜେଜେମା । ବ୍ୟାଙ୍ଗଲୋର ରେ ରହୁଛନ୍ତି ରଚିନ ଙ୍କ ଜେଜେବାପା ଓ ଜେଜେମା । ବିଶ୍ଵକପରେ ସର୍ବାଧିକ ରନ କରି ଏବେ ଚର୍ଚ୍ଚା ରେ ଅଛନ୍ତି ରଚିନ । ହଁ ଦର୍ଶକ ବନ୍ଧୁ ଚଳିତ 2023 ବିଶ୍ଵକପରେ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ଭାରତୀୟ ବଂଶଧର ନିୟୁଜଲ୍ୟାଣ୍ଡ ଖେଳାଳୀ ରଚିନ ରବୀନ୍ଦ୍ର । ନିୟୁଜଲ୍ୟାଣ୍ଡ ଦଳ ପକ୍ଷରୁ ଓପନିଙ୍ଗ ବ୍ୟାଟିଂ କରୁଥିବା ରଚିନ ଦମଦାର ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଉଛନ୍ତି ।
ରଚିନ ରବୀନ୍ଦ୍ର ଖାଲି ବ୍ୟାଟିଂ ରେ ନୁହେଁ ବୋଲିଙ୍ଗ ରେ କମାଲ କରିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ସେ 42 ରନ କରିବା ସହ 2ଟି ୱିକେଟ ମଧ୍ୟ ହାସଲ କରିଥିଲେ । ଆଉ ନିଜ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରଚିନ । ବ୍ୟାଙ୍ଗାଲୋର ରେ ଏନ ଚିନାସ୍ଵାମୀ ଷ୍ଟାଡିୟମ ରେ ଖେଳା ଯାଇଥିବା ଏହି ମ୍ଯାଚରେ ନିୟୁଜଲ୍ୟାଣ୍ଡ 5 ୱିକେଟ ରେ ଜିତିବା ସହ ବିଶ୍ଵକପ ସେମି ଫାଇନାଲ ରେ ପହଞ୍ଚି ପାରିଛି ।
ନିୟୁଜଲ୍ୟାଣ୍ଡ ଟିମ ଗତ କିଛି ଦିନ ହେବ ବ୍ୟାଙ୍ଗାଲୋର ରେ ରହୁଛି । ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ନିୟୁଜଲ୍ୟାଣ୍ଡ ଏଠାରେ ଖେଳିଥିଲା । ଯେଉଁଥିରେ ରଚିନ ଦମଦାର ଇନିଙ୍ଗ୍ସ ଖେଳି ଶତକ ହାସଲ କରିଥିଲେ । ଗତ କାଲି ଶ୍ରେଲଙ୍କା ବିପକ୍ଷ ମ୍ଯାଚ ସରିବା ପରେ ରଚିନ ତାଙ୍କ ଜେଜେବାପା ଓ ଜେଜେମାଙ୍କ ପାଖକୁ ବ୍ୟାଙ୍ଗଲୋର ଯାଇଥିଲେ । ଆଉ ସେଠାରେ ତାଙ୍କ ଜେଜେମା ରଚିନ ଙ୍କ ନଜର ଉତାରିଛନ୍ତି ।
ନାତି ଏବେ ତାଙ୍କର ବିଶ୍ଵକପ ଖେଳୁଛନ୍ତି ଓ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତେଣୁ ନାତି ଉପରେ କାଳେ କାହାର ନଜର ଲାଗିଯିବ ସେଥିପାଇଁ ଜେଜେମା ରଚିନ ଙ୍କ ନଜର ଉତାରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବ ସହ ସମସ୍ତେ ଏହାକୁ ଖୁବ ପ୍ରଶଂସା କରିଛନ୍ତି । ଚଳିତ ବିଶ୍ଵକପ ରେ ଏବେ ଟପ ସ୍କୋର ରେ ଅଛନ୍ତି ରଚିନ ରବୀନ୍ଦ୍ର ।
9ଟି ମ୍ଯାଚ ଖେଳି 70.62 ହାରରେ 565 ରନ କରିଛନ୍ତି ରଚିନ । ଯେଉଁଥିରେ 3ଟି ଶତକ ଓ 2ଟି ଅର୍ଦ୍ଧ ଶତକ ସାମିଲ ଅଛି । ରଚିନଙ୍କ ବାପା ଆର କ୍ରୀଷ୍ଣା ମୂର୍ତ୍ତି 90 ଦଶକରେ ଭାରତ ଛାଡି ନିୟୁଜଲ୍ୟାଣ୍ଡ ରେ ରହିଥିଲେ । ସେଠାରେ ରଚିନ ଙ୍କ ଜନ୍ମ ହୋଇଥିଲା । ରଚିନଙ୍କ ବାପା ଜଣେ କ୍ରିକେଟ ପ୍ରେମୀ ହେବା ସହ ୱେଲିଙ୍ଗ ଟନ ରେ କ୍ରିକେଟ କ୍ଲବ ମଧ୍ୟ ଆରମ୍ଭ କରିଥିଲେ ।
ଭାରତୀୟ ଖେଳାଳି ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ଙ୍କ ପ୍ରଶଂସକ କ୍ରୀଷ୍ଣା ମୂର୍ତ୍ତି ନିଜ ପୁଅ ରାହୁଲ ଓ ସଚିନଙ୍କ ନାମ ଅନୁଯାୟୀ ରଚିନ ରଖିଥିଲେ । ରଚିନ ମଧ୍ୟ ବାପାଙ୍କର ସ୍ଵପ୍ନ ପୂରଣ କରିବା ସହ ଏବେ ନିୟୁଜଲ୍ୟାଣ୍ଡ ଦଳ ପାଇଁ କ୍ରିକେଟ ଖେଳୁଥିଲେ । ତାଙ୍କର ବୟସ ମାତ୍ର 23 ବର୍ଷ ହୋଇଥିବା ବେଳେ ସେ ନିଜ ପଦାର୍ପଣ ପ୍ରଦର୍ଶନରେ କ୍ରିକେଟ ପ୍ରେମୀ ମାନଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।