85 ବର୍ଷ ଜେଜେମାକୁ ବାହୁବଳି ଶରୀରର ଧମକ ଦେଖେଇ ଘରୁ ବାହାର କରିଦେଲା ନାତି, DCP କହିଲେ ଆମେ କିଛି କରିପାରିବୁନି

ବୁଢୀ ବୟସରେ ନ୍ୟାୟ ପାଇଁ ପୋଲିସ ଦୁଆରକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ପ୍ରମିଳା ଦାସ । ଛାତି ଫୁଲେଇ ନାତି ସବୁ ସମ୍ପତ୍ତି ଅକ୍ତିଆର କରି ନେଇଛି । ଆଉ ଏପଟେ ବୁଢୀମା କୁ ଅଟୋରେ ଧରି ବୁଲୁଛନ୍ତି ଝିଅ, ବୋହୂ ଓ ନାତୁଣୀ । କଥା କଥାରେ କଟୁରି ଭୁଜାଲି ଆଦି ଦେଖେଇ ବୁଢୀମାଙ୍କୁ ହା-ଣି ଦେବାର ଧମକ ଦେଉଛି ତାଙ୍କ ନାତି ।

କିନ୍ତୁ ନ୍ୟାୟ ଦେବା ପରିବର୍ତ୍ତେ ପୋଲିସ DCP କହୁଛନ୍ତି ଏହା ଏକ ଘରୋଇ ମାମଲା, ଏଥିପାଇଁ କୋର୍ଟର ଆଶ୍ରୟ ନିଅନ୍ତୁ । ବୁଢୀମା ତାଙ୍କ ଅଭିଯୋଗରେ ଲେଖିଛନ୍ତି କି, ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅଙ୍କ ମୃତ୍ୟୁ ୨୦୧୬ ରେ ଓ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ୨୦୧୭ରେ ହୋଇଥିଲା । ତାଙ୍କ ସାନ ପୁଅଙ୍କ ଦଶାଦିନ ହିଁ ତାଙ୍କ ବଡ ପୁଅର ପୁଅ ତାଙ୍କୁ ଓ ତାଙ୍କ ସାନ ବୋହୂକୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲା ।

ସେମାନଙ୍କ ସମ୍ପତ୍ତି ହଡପ କରିବା ସହ ସେମାନଙ୍କୁ ମାରପିଟ ମଧ୍ୟ କରିଥିଲା । ନିଜ ବଡି ବିଲ୍ଡର ଶରୀର ଦେଖେଇ ସମସ୍ତଙ୍କୁ ଡରେଇ ଥିଲା । ଏପରିକି ସେମାନଙ୍କୁ ଜୀବନରୁ ମା-ରି ଦେବାକୁ ମଧ୍ୟ ଧମକ ଦେଇଥିଲା ଓ ଗୋଟା ଗୋଟାଙ୍କୁ ଘରୁ ବାହାର କରି ଦେଇଥିଲା । ତେବେ ନାତିଙ୍କ ବିରୋଧରେ ଧଉଳି ଥାନାରେ ଏତଲା ଦେଇଥିଲେ ବୁଢୀମା । ଏହି ମାମଲାକୁ ଏବେ ଚାରି ବର୍ଷ ହୋଇ ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଧଉଳି ଥାନା ଅଧିକାରୀ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ।

ଖୁବ ଅଭାବ ଅନଟନରେ ନିଜ ପାଖେ ତାଙ୍କ ବୋହୂ ଓ ନାତୁଣୀକୁ ଧରି ରହୁଛନ୍ତି ବୁଢୀମା ଓ ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ଵାରସ୍ଥ ହେଉଥିଲେ ମଧ୍ୟ DCP ତାଙ୍କ ସମସ୍ଯାର ସମାଧାନ ପାଇଁ କିଛି ମଧ୍ୟ କରୁନାହାନ୍ତି । ବୁଢୀମା ତାଙ୍କ ଅଭିଯୋଗ ପତ୍ରରେ ତାଙ୍କ ବଡ ନାତି ତାଙ୍କ ଘରକୁ ଗଲେ ସେ ତାଙ୍କୁ ହା-ଣି-ବା-ର ଧମକ ଦେଉଛି ବୋଲି ପରିଷ୍କାର ଭାବେ ଲେଖିଥିଲେ ମଧ୍ୟ ଏ ମାମଲାରେ ମୁଣ୍ଡ ପୁରାଉନାହିଁ ପୋଲିସ ।

ଓଲଟା ଏ କଥାର ବିଚାର ପାଇଁ ଗାଁ ସରପଞ୍ଚଙ୍କ ପାଖକୁ ଯିବାକୁ ସେମାନଙ୍କୁ କହୁଛି । ତେବେ ଗତ ଚାରି ବର୍ଷ ମଧ୍ୟରେ ଧଉଳି ଥାନାରେ ଏଥିପାଇଁ ପ୍ରାୟ ତିନିରୁ ଚାରି ଥର ଅଭିଯୋଗ କରି ସାରିଛନ୍ତି ବୁଢୀମା ଓ ତାଙ୍କ ବୋହୂ । ହେଲେ ସେଠାରେ ମଧ୍ୟ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରାଯାଇଛି । ଅଧିକ ଚାପ ପଡିଲେ ତାଙ୍କ ବଡ ନାତି ଓ ତାଙ୍କୁ ଥାନାକୁ ଡକେଇ ସେମିତି ଛାଡି ଦିଅନ୍ତି ଓ କୁହନ୍ତି ଯାହା କରିବ କୋର୍ଟ କରିବ ।

ଏହି ବୟସରେ ବୁଢୀମା ଜଣଙ୍କ ବିନା ସାହାରାରେ ଚାଲି ପାରୁନାହାନ୍ତି । ବିଧବା ବୋହୂ ଓ ତାଙ୍କ ନାତୁଣୀକୁ ଧରି କୁଆଡେ ଯିବେ ବୋଲି ଚିନ୍ତାରେ ଭାଙ୍ଗି ପଡ଼ୁଛନ୍ତି । ଝିଅ ଘରେ କେତେ ଦିନ ରହିବେ ? ତାଙ୍କ ଝିଅର ଆର୍ଥିକ ସ୍ଥିତି ମଧ୍ୟ କିଛି ଖାସ ନୁହେଁ ।

ନିଜ ଘରେ ରହିଲେ ଯେମିତି ସେମିତି ଜୀବନ କାଟିଦେବେ ବୋଲି ଆଶା କରି ବସିଥିବା ଏହି ବୁଢୀମା ଙ୍କୁ ନିଶ୍ଚୟ ନ୍ୟାୟ ମିଳିବା ଉଚିତ । ଏଭଳି ନାତିକୁ ଆପଣ କଣ କହିବେ ? ବୁଢୀମାଙ୍କୁ ନ୍ୟାୟ ଦେବା ପାଇଁ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।