ଜାୟରା ୱସୀମ ବଲୀଉଡକୁ ଛାଡିବାର ନିଷ୍ପତି ଉପରେ ବର୍ଷିଲେ ରବିନା ଟଣ୍ଡନ, କହିଲେ – “ଦୁଇଟି ଫିଲ୍ମ କରିଥିବା ଲୋକ ନିଜ ପଛରେ…”

ବଲୀଉଡର ଦଙ୍ଗଳ ଗର୍ଲ ଜାୟରା ବସୀମ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା କଥା କହି ହଙ୍ଗମା ଛିଡା କରି ଦେଇଛନ୍ତି । ଚାରିଆଡେ କେବେଳ ତାଙ୍କର ହିଁ କଥା ଚାଲିଛି । ଜାୟରା ସୋସିୟାଲ ମିଡିୟାରେ ୬ ଟି ପେଜ ବାଲା ପୋସ୍ଟ ଲେଖିଲେ । ଯେଉଁଥିରେ ସେ ନିଜର ଏହି ନିଷ୍ପତି ପଛର କାରଣ କହିଛନ୍ତି । ୩୦ ଜୁନରେ ଜାୟରା ବଲୀଉଡକୁ ସବୁଦିନ ପାଇଁ ଅଳବିଦା କହିଦେଲେ ।

ଜାୟରା ପୋସ୍ଟ ଜରିଆରେ କହିଲେ କି ଫିଲ୍ମରେ କାମ କରିବା ଦ୍ଵାରା ସେ ନିଜର ଧର୍ମ ଓ ଇମାନ ଠାରୁ ବହୁତ ଦୂରେଇ ଯାଇ ଥିଲେ ଓ ଏହି କାରଣରୁ ସେ ଇଣ୍ଡଷ୍ଟ୍ରିକୁ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଜାୟରା ଯେମିତି ହିଁ ଏହି ପୋସ୍ଟ ଲେଖିଛନ୍ତି ସେମିତି ହିଁ ଏହା ଭାଇରାଲ ହୋଇଗଲା । ଯେଉଁଠି କିଛି ଲୋକମାନେ ତାଙ୍କର ଏହି ନିଷ୍ପତିକୁ ସମ୍ମାନ ଦେଲେ ଅନ୍ୟ ପଟେ କିଛି ଲୋକମାନେ ତାଙ୍କର ଏହି ନିଷ୍ପତି ଉପରେ ରାଗି ଗଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ବଲୀଉଡର ମସ୍ତ-ମସ୍ତ ଗର୍ଲ ରବିନା ଟଣ୍ଡନ ।

କଣ ଥିଲା ପୋସ୍ଟ

ଜାୟରା ସୋସିୟାଲ ମିଡିୟାରେ ଏକ ଲମ୍ବା – ଚଉଡା ପୋସ୍ଟ କରିଲେ ଯେଉଁଥିରେ ସେ ଲେଖିଲେ କି ୫ ବର୍ଷ ପୂର୍ବେ କରାଯାଇଥିବା ଏକ ନିଷ୍ପତି ମୋର ଜୀବନକୁ ପୂରାପୂରି ବଦଳାଇ ଦେଲା । ଏହି କ୍ଷେତ୍ରରେ ନିଶ୍ଚିତ ଭାବରେ ମୋତେ ବହୁତ ଭଲ ପାଇବା, ସହଯୋଗ, ସମ୍ମାନ ଓ ପ୍ରଶଂସା ମିଳିଛି । କିନ୍ତୁ ଏହା ସହିତ ସେ ଅଜ୍ଞାନତାର ରାସ୍ତାରେ ବି ଚାଲି ଯାଇଥିଲା । ଜାୟରା କହିଲେ କି ସେ ଲଗାତାର ତାଙ୍କର ‘ଇମାନ’ ମଧ୍ୟରେ ଆସୁଥିବା ମାହୌଲରେ କାମ କରୁଥିଲେ । ବଲୀଉଡରେ କାମ କରିବା ଦ୍ଵାରା ତାଙ୍କର ଧର୍ମ ସହିତ ତାଙ୍କର ସମ୍ପର୍କ ଖରାପ ହୋଇ ଯାଉଥିଲା ।

ରବିନା ଟଣ୍ଡନଙ୍କୁ ଆସିଲା ରାଗ

ଯେତେବେଳେ ରବିନା ଟଣ୍ଡନ ଏହି ମାମଲା ବିଷୟରେ ଜଣା ପଡିଲା ତେବେ ସେ ରାଗି ଗଲେ । ଜାୟରାର ଏହି ନିଷ୍ପତିକୁ ନେଇ ରବିନା ଟଣ୍ଡନ ଏକ ଟ୍ୱୀଟ ବି କରିଲେ । ପ୍ରଥମେ ସୋସିୟାଲ ମିଡିୟା ଜରିଆରେ ଏହି ନିଷ୍ପତି ଉପରେ ନିଜର କ୍ରୋଧ ପ୍ରକାଶ କରିଲେ । ରବିନାଙ୍କ ଏହି କଥାରେ ରାଗ ଆସିଲା କି ଯେଉଁ ବଲୀଉଡ କାରଣରୁ ଜାୟରାଙ୍କୁ ପରିଚୟ ମିଳିଲା ଓ ସେ ତାହା ବିଷୟରେ ଏହିଭଳି କଥା ଲେଖିଛନ୍ତି ।

ରବୀନ ଟ୍ୱୀଟ କରି ଲେଖିଲେ,” ଦୁଇଟି ଫିଲ୍ମ, ପୁରୁଣା ଲୋକମାନେ ଯଦି, ତାଙ୍କୁ ସବୁକିଛି ଦେଇଥିବା ଇଣ୍ଡଷ୍ଟ୍ରି ପ୍ରତି ଏହସାନ ଫରାମୋଶ ହୋଇଥାନ୍ତି ତେବେ ଏହା ଦ୍ଵାରା କୌଣୟସ ଫରକ ପଡେ ନାହିଁ । ମୁଁ ଆଶା କରୁଛି କି ସେ ସମ୍ମାନର ସହିତ ଚାଲିଯାଉ ଓ ନିଜର ବିଚାର ନିଜ ପାଖରେ ହିଁ ରଖୁ “।

ଅନ୍ୟ ଷ୍ଟାରମାନଙ୍କର ବି ଆସିଲା ରିଏକ୍ଶନ

ରବିନା ଟଣ୍ଡନଙ୍କ ଛଡା ଜାୟରାର ଏହି ନିଷ୍ପତି ଉପରେ ଅନ୍ୟ ଷ୍ଟାରମାନଙ୍କର ବି ରିଏକ୍ଶନ ଆସିଲା । ଏହି ମୁଦ୍ଦା ଉପରେ ଗାୟକ ଅଭିଜୀତ ଭଟ୍ଟାଚାର୍ଯ କହିଲେ କି ଏହା ସବୁ ଏକ ଡ୍ରାମା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।