ଜୟା ବଚ୍ଚନଙ୍କ ଉପରେ ବର୍ଷିଲେ ଜୟପ୍ରଦା, କହିଲେ- ସେତେବେଳେ କାହିଁକି ଚୁପ ଥିଲା ଆଉ ଏବେ…

ବଲିଉଡ ଓ ଡ୍ରଗ୍ସ ବିବାଦ ବର୍ତ୍ତମାନ ଆହୁରି ଗଭୀର ହୋଇଛି। ସୁଶାନ୍ତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ ପରେ ବଲିଉଡରେ ଡ୍ରଗ୍ସ ବ୍ୟବହାରକୁ ନେଇ ଯୁକ୍ତି ଚାଲିଛି। ବଲିଉଡର ଡ୍ରଗ୍ସ ସଂଯୋଗ ବିଷୟରେ ରବି କିଶନ ଓ ପରେ ଜୟା ବଚ୍ଚନଙ୍କ ବୟାନ ପରେ ଏହି ମାମଲା ବଢୁଥିବା ଜଣାପଡିଛି। ବର୍ତ୍ତମାନ ବିଜେପି ନେତା ତଥା ଅଭିନେତ୍ରୀ ଜୟା ପ୍ରଦା ଜାୟା ବଚ୍ଚନ ଙ୍କୁ ଇଙ୍ଗିତ କରି ରବି କିଶନ ଓ କଙ୍ଗନା ରଣାବତ ଙ୍କ ବୟାନ କୁ ସମର୍ଥନ କରିଛନ୍ତି ।

ଆଜ ତକ ସହ ଏକ ଇଣ୍ଟରଭ୍ୟୁରେ ଜୟା ପ୍ରଦା କହିଛନ୍ତି ଯେ ଯେତେବେଳେ ଜଣେ ନେତା ତାଙ୍କ ବିରୁଦ୍ଧରେ ଖରାପ ଭାଷାର ବ୍ୟବହାର କରିଥିଲେ, ସେତେବେଳେ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଜୟା ବଚ୍ଚନଙ୍କ ତରଫରୁ ଥରେ ମଧ୍ୟ ବିରୋଧ କରା ଗଲା ନାହିଁ ।

ସେ ଥରେ ମଧ୍ୟ ଆଜମ ଖାନଙ୍କ ଭାଷାକୁ ନିନ୍ଦା କରି ନାହାଁନ୍ତି। ଜୟା ବଚ୍ଚନ କଙ୍ଗନାଙ୍କୁ ସମର୍ଥନ କରି କିଛି ବି କହି ନାହାଁନ୍ତି। ତାଙ୍କ ନଜରରେ କଙ୍ଗନା ରଣାଵତଙ୍କ ବିରୋଧରେ ରାଜନୀତି ତୀବ୍ର ହୋଇଛି, ଏମିତିରେ ଯେଉଁ ଜୟା ବଚ୍ଚନଙ୍କୁ ଏହା ଉପରେ କିଛି କହିବା ଉଚିତ ଥିଲା।

କ’ଣ କହିଥିଲେ ଜୟା ବଚ୍ଚନ ?

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ଡ୍ରଗ୍ସ ଆଙ୍ଗେଲ ଆସିବା ପରେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବଲିଉଡକୁ ଟାର୍ଗେଟ କରିଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟି ସାଂସଦ ପରୋକ୍ଷରେ ଭାରତୀୟ ଜନତା ପାର୍ଟି ସାଂସଦ ରବି କିଶନଙ୍କୁ ପରୋକ୍ଷ ରୂପରେ ଟାର୍ଗେଟ କରି କହିଛନ୍ତି କି “ଯେଉଁ ଥାଳିରେ ଖାଉଛ, ସେଇଥିଲେ କଣା କରୁଛ” ।

ଜୟାଙ୍କର ଏହି ବୟାନ ପରେ ସାଧାରଣ ଜନତାଙ୍କ ଠାରୁ ନେଇ କିଛି ବଡ ବଡ ସେଲିବ୍ରିଟିଙ୍କ ମଧ୍ୟରେ କ୍ରୋଧ ବଢି ଯାଇଛି । ଲୋକମାନଙ୍କର ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି । ତେବେ ଆପଣଙ୍କର ଏହା ଉପରେ କଣ ମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।