୧୮୮ ଯାତ୍ରୀ ବିଶିଷ୍ଟ ଏହି ପ୍ଲେନରେ ଏହି ଯାତ୍ରୀ ଜଣକ କରିଲେ ରାଜାଙ୍କ ଭଳି ଯାତ୍ରା, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ କେବେ କୌଣସି ରାଜାଙ୍କ ଭଳି ଯାତ୍ରା କରିଛନ୍ତି ? ଅର୍ଥାତ ସାଧାରଣ ବ୍ୟକ୍ତି ଯାଉଥିବା କୌଣସି ପ୍ଲେନ, ଟ୍ରେନ କିମ୍ବା ବସରେ କେବଳ ଆପଣ ହିଁ ଯାତ୍ରା କରିଥିବେ । କିନ୍ତୁ ୟୁରୋପ ଦେଶର ଲିଥୁଆନିୟାର ସ୍କରମଂଟାସ ସ୍ଟ୍ରୀମେଟିସ ଏତେ ଭାଗ୍ୟବାନ ଥିଲେ କି ଯିଏ ଇଟାଲୀ ଯାଉଥିବା ୧୮୮ ଯାତ୍ରୀ ବିଶିଷ୍ଟ ବୋଇଙ୍ଗ ୭୩୭ – ୮୦୦ ବିମାନରେ ପୁରା ଯାତ୍ରା ଏକୁଟିଆ ହିଁ କରିଥିଲେ । ସେ ପ୍ରମାଣ ରୂପରେ ନିଜର ଏକ ସେଲ୍ଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଅଛନ୍ତି ଓ ବିମାନର ଖାଲି ଚୌକିଗୁଡିକ ।

କାହିଁକି ଉଡିଲା ତାଙ୍କ ପାଇଁ ପ୍ଲେନ ?

Novaturas ଟ୍ରେବଲ ଏଜେନ୍ସି କହିଲେ କି ଗୋଟିଏ ଗ୍ରୁପ ଇଟାଲୀରୁ ଲିଥୁଆନିୟା ଯିବା ପାଇଁ ଏହି ବିମାନକୁ ବୁକ କରିଥିଲା । ସେ ବିମାନକୁ ଖାଲି ନେଇ ଯିବାରୁ ବଞ୍ଚିବା ପାଇଁ ଏକତରଫା ଟିକେଟ ବିକ୍ରି କରିଲେ । ଦୁଃଖର କାରଣ ଏହା ଅଟେ କି ମାତ୍ର ଜଣେ ହିଁ ଏହି ବିମାନର ଟିକେଟ କିଣିଲେ । କହିଦେଉଛୁ କି ସ୍କରମଂଟାସ ୧୬ ମାର୍ଚ୍ଚ ରେ ରାଜଧାନୀ ବିନିୟସରୁ ଓଲ୍ହାଇ ଇଟାଲିରେ ଥିବା ବେର୍ଗମୋ ଯାଉଥିଲେ ।

ସବୁଦିନ ପାଇଁ ମନେ ରହିବ ଏହି ଯାତ୍ରା

ଏହି ଯାତ୍ରା ସମୟରେ ବିମାନରେ ସ୍କରମଂଟାସ ଙ୍କ ବ୍ୟତୀତ ଫ୍ଲାଇଟରେ ୨ ଜଣ ପାଇଲଟ ଏବଂ ୫ ଜଣ କ୍ରୁ ମେମ୍ବର ଥିଲେ । ଏହି ଯାତ୍ରା ବିଷୟରେ ସେ କହିଲେ, ‘ଏହି ଯାତ୍ରା ତାଙ୍କୁ ସବୁଦିନ ପାଇଁ ମନେ ରହିବ ।‘ ଆଉ ମଧ୍ୟ କହିଲେ କି ଏହା ବହୁତ କମ ହୋଇଥାଏ କି, ଆପଣ ପ୍ଲେନରେ ଯାଉଛନ୍ତି ଏବଂ ଆଖପାଖରେ ଶାନ୍ତି ଅଛି’ ।

ଏହା ପୂର୍ବରୁ ବି ଏହିଭଳି ମାମଲା ସାମ୍ନା କୁ ଆସିଛି

ଏହା ପ୍ରଥମ ଥର ନୁହେଁ, କି ଯେତେବେଳ କୌଣସି ଯାତ୍ରୀ ବିମାନରେ ଏକାକୀ ଯାତ୍ରା କରିଛନ୍ତି । ୨୦୧୭ରେ ଗ୍ଲାସଗୋ ରୁ କ୍ରେଟ ଯାଉଥିବା ଜେଟ – ୨ ଏୟାରଲାଇନ୍ସରେ ଗ୍ରୀବ ଏକମାତ୍ର ଯାତ୍ରୀ ଥିଲେ, ଗତ ବର୍ଷ ମଧ୍ୟ ନ୍ୟୁୟର୍କ ରୁ ୱାଶିଙ୍ଗଟନ ଡୀସୀ ଯାଉଥିବା ଫ୍ଲାଇଟରେ ବେଥ ବରସ୍ଟୀଗ ଏକାକୀ ଯାତ୍ରା କରିଥିଲେ ।