୩୬ ବର୍ଷ ହେବ ଜାପାନ ଖେଳୁଛି କ୍ରିକେଟ, କିନ୍ତୁ ପ୍ରଥମ ଥର ଖେଳିବ ୱାର୍ଲ୍ଡକପ ମ୍ୟାଚ – ICC U19 World Cup

ICC U19 World Cup ୨୦୨୦ ସାଉଥ ଆଫ୍ରିକାରେ ଚାଲିଛି । ଆଇସିସି ଅନ୍ଡର ୧୯ ୱାର୍ଲ୍ଡକପର ୧୧ ତମ ମ୍ୟାଚ ୨୧ ଜାନୁୟାରୀରେ ବ୍ଲୋମଫୋଂଟେନରେ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ ହୋଇ ସାରିଛି ଓ ଏହି ମ୍ୟାଚକୁ ଭାରତ ବିନା ୱିକେଟ ହରାଇ ଜିତି ନେଇଛି । ଜାପାନକୁ ଆପଣ ଏହା ପୂର୍ବରୁ ଅଲଂପିକ ଓ ଆଥଲୀଟ ଟୂର୍ନାମେଂଟରେ ଭାଗ ନେଇଥିବାର ଦେଖିଥିବେ । କିନ୍ତୁ ଏହା ପ୍ରଥମ ଥର ଅଟେ ଯେତେବେଳେ ଜାପାନର କ୍ରିକେଟ ଟିମ ୱାର୍ଲ୍ଡକପରେ କ୍ୱାଲୀଫାଈ କରିଛି ।

ଗୋଟିଏ ପଟେ ଭାରତର ଷ୍ଟାର ଅନ୍ଡର ୧୯ କ୍ରିକେଟର ଅଛନ୍ତି ଯେଉଁମାନେ ରଣଜୀ ମ୍ୟାଚ ଖେଳି ସାରିଛନ୍ତି ଓ ଆଉ ଅଧା ଖେଳାଳିଙ୍କ ପାଖରେ ଆଇପିଏଲର କଣ୍ଟ୍ରାକ୍ଟ ବି ଅଛି । ଏମିତିରେ ଭାରତ ଭଳି ମଝବୁତ ଟିମ ସାମ୍ନାରେ ଜାପାନର ଖେଳାଳି ତିଷ୍ଟି ପାରିବେ ନାହିଁ । କିନ୍ତୁ ଜାପାନ ଏହି ସ୍ଥାନରେ ପହଞ୍ଚିବା ବହୁତ ରୋଚକପୂର୍ଣ୍ଣ ଅଟେ ।

ଜାପାନ କେମିତି ସାମିଲ ହେଲା ଅନ୍ଡର ୧୯ ୱାର୍ଲ୍ଡ କପରେ

ଜାପାନ ଆଇସିସି ଅଣ୍ଡର ୧୯ ୱାର୍ଲ୍ଡକପରେ ଭାଗ୍ୟ ବଶତଃ ସାମିଲ ହୋଇଛି । ଜୁନ ୨୦୧୯ ପୂର୍ବରୁ ଜାପାନ ନିଜର କ୍ରିକେଟ ଇତିହାସରେ କେବଳ ୟୁଥ ଗେମ ଜିତିଥିଲା । ଏତିକି ନୁହେଁ ୨୦୨୦ ୱାର୍ଲ୍ଡକପ କ୍ୱାଲୀଫାୟରରେ ଜାପାନ ଏଥିପାଇଁ ଭାଗ ନେଇଛି, କାରଣ ଜାପାନ ଈସ୍ଟ ଏସିୟା ପ୍ୟାସିଫିକୀ ରାଉଣ୍ଡର ପ୍ରତିନିଧିତ୍ଵ କରୁଥିଲା । ଏହି ରାଉଣ୍ଡର ଜାପାନ ଟିମ ବିଜେତା ରହିଥିଲା ।

କିନ୍ତୁ ଜାପାନକୁ ଏହି ବିଜୟ ତାଙ୍କର ଖେଳ ପାଇଁ ନୁହେଁ ଅଥବା ବିରୋଧୀ ଟିମ ପଡିଆରେ ନ ଓଲ୍ହାଇବା କାରଣରୁ ମିଳିଥିଲା । କହିବାକୁ ଗଲେ ଫାଇନାଲ ମ୍ୟାଚ ପାପୁଆ ନ୍ୟୁ ଗିନୀଙ୍କ ବିରୁଦ୍ଧରେ ଥିଲା । କିନ୍ତୁ ମ୍ୟାଚ ଦିନ ପାପୁଆ ନ୍ୟୁ ଗିନୀ ଟିମ ଖେଳିବାକୁ ହିଁ ଆସିଲେ ନାହିଁ । ଯେଉଁ କାରଣରୁ ଜାପାନକୁ ବିଜେତା ଘୋଷିତ କରି ଦିଆଗଲା ।

ପାପୁଆ ନ୍ୟୁ ଗିନୀ ଖେଳିବାକୁ ମନା କରିଥିଲେ

ପାପୁଆ ନ୍ୟୁ ଗିନୀ ଟିମ ଜାପାନ ବିରୁଦ୍ଧରେ ମ୍ୟାଚ ଛାଡିବାର କାରଣ ବହୁତ ଅଜବ ଥିଲା । କହିବାକୁ ଗଲେ ପାପୁଆ ନ୍ୟୁ ଗିନୀ କ୍ରିକେଟ ବୋର୍ଡ ସ୍କୁଆର୍ଡରେ ସାମିଲ ୧୪ ଜଣ ଖେଳାଳିମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସସ୍ପେନ୍ଡ କରିଦେଇଥିଲା । ଏହି ଖେଳାଳିମାନଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟକାରୀ ଚାଲିଥିଲା । ଏହା ପରେ ପାପୁଆ ନ୍ୟୁ ଗିନୀ ଟିମର ଅନ୍ୟ ୩ ଜଣ ଖେଳାଳିଙ୍କୁ ନେଇ ଏହି ମ୍ୟାଚ ହୋଇ ପାରିବ ନାହିଁ ।

ସେଥିପାଇଁ ପାପୁଆ ନ୍ୟୁ ଗିନୀ ଟିମ ଏହି ମ୍ୟାଚକୁ ଖେଳିବା ପାଇଁ ମନା କରିଦେଲେ । ଏହା ପରେ ଜାପାନ ପ୍ରଥମ ଥର ଅଣ୍ଡର ୧୯ ୱାର୍ଲ୍ଡକପ ପାଇଁ କ୍ୱାଲୀଫାଈ ହୋଇଗଲା । ଆପଣଙ୍କୁ କହିଦେଉଛୁ କି ଜାପାନ ଏହି କ୍ୱାଲୀଫାୟର ରାଉଂଡରେ ସମୋଆ, ଫିଜୀ ଓ ବଂତୁ ଭଳି ଦେଶକୁ ପରାଜୟ କରିଛି ।

୩୬ ବର୍ଷ ପୂର୍ବେ ହିଁ ହୋଇଯାଇଥିଲା କ୍ରିକେଟ ବୋର୍ଡର ସ୍ଥାପନା

ଜାପାନରେ କ୍ରିକେଟ ନୂଆ ନୁହେଁ । ଏଠି ଗତ ୩୬ ବର୍ଷ ହେବ କ୍ରିକେଟ ଖେଳା ଯାଉଛି । ବର୍ଷ ୧୯୮୪ରେ ଜାପାନ କ୍ରିକେଟ ଆସୋସିଏଶନର ସ୍ଥାପନା ହୋଇଥିଲା । ଏହାର ୧୧ ବର୍ଷ ପରେ ମାନେ ୧୯୯୫ରେ ଆଇସିସି ଜାପାନକୁ କ୍ରିକେଟ ଆସୋସିଏଟ ସଦସ୍ୟର ସ୍ଥାନ ଦେଇଛି । ଏହା ପରେ ଜାପାନ ଟିମ ଛୋଟ ଛୋଟ ମ୍ୟାଚରେ ନଜର ଆସୁଛନ୍ତି ।