ଜାନୁୟାରୀ ମାସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ, କଣ ରହିବ ଖୋଲା କଣ ବନ୍ଦ ଦେଖନ୍ତୁ !

କରୋନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଉଛି କି ଏହି କରୋନା ବର୍ତ୍ତମାନ ଆହୁରି ଅଧିକ ଭୟଙ୍କର ହୋଇ ଯାଇଛି । ୨୦୨୧ରେ ନୂଆ ରୂପ ନେଇ ଆସିଛି କରୋନା ସଂକ୍ରମଣ । କରୋନାର ନୂଆ ସଂକ୍ରମଣର ଭୟଙ୍କର ରୂପ ବିଷୟରେ ଆଶଙ୍କା କରି ଓ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜାନୁୟାରୀ ୩୧ ପର୍ଯ୍ୟନ୍ତ କିଛି ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ତେବେ ଚାଳନ୍ତୁ ଜାଣିବା କି ଜାନୁୟାରୀ ମାସର ଗାଇଡଲାଇନରେ କଣ ସବୁ ଅଛି ।

କଣ ସବୁ ଖୋଲା ରହିବ ଓ କଣ ସବୁ ବନ୍ଦ ରହିବ ଏହା ବିଷୟରେ ବିସ୍ତାର ରୂପରେ ଆଜି ଆମେ ଆପଣଙ୍କୁ କହିବୁ । ଭାରତର ସରକାର ଦେଶର କରୋନାର ନୂଆ ରୂପକୁ ଆଖି ଆଗରେ ରଖି ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଲାଗୁ ରଖିଛନ୍ତି ।

କହିଦେଉଛୁ କି କରୋନା ଭାଇରାସର ନୂଆ ଷ୍ଟ୍ରେନ ବର୍ତ୍ତମାନ ପୁରା ବିଶ୍ଵର ଚିନ୍ତା ବଢାଇ ଦେଇଛି । ଏମିତିରେ ପୂର୍ବରୁ ସତର୍କ ରହିବା ପାଇଁ ଗୃହ ମନ୍ତ୍ରାଳୟ ଜାନୁୟାରୀ ୩୧ ପର୍ଯ୍ୟନ୍ତ ପୂର୍ବରୁ ଲାଗୁଥିବା ସମସ୍ତ ଗାଇଡଲାଇନକୁ ମାନିବା ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନିର୍ଦେଶ ଦେଇଛନ୍ତି । ଦେଶରେ ପଜିଟିବମାନଙ୍କ ସଂଖ୍ୟା ଓ ନୂଆ ସଂକ୍ରମଣ ଲୋକମାନଙ୍କ ସଂଖ୍ୟା କମ ହେଉଥିଲ ବି ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି ।

ଏହା ସହିତ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦେଖି ଦେଶରେ ସମସ୍ତଙ୍କୁ ସତର୍କ ରହିବା ପାଇଁ କେନ୍ଦ୍ର ସରକାର ତରଫରୁ ସମସ୍ତଙ୍କୁ ନିର୍ଦେଶ ଦିଆ ଯାଇଛି । ଏହା ସହିତ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ଓ ହ୍ରାସ କରିବା ପାଇଁ ଯେଉଁ ନିୟମ ଲାଗୁ କରାଯାଇଥିଲା ତାକୁ କଡା କଡି ରୂପରେ ପାଳନ କରିବା ପାଇଁ ବି କୁହାଯାଇଛି । ଏହା ସହିତ ଗୃହମନ୍ତ୍ରାଳୟ କଣ୍ଟେନମେଣ୍ଟ ଜୋନକୁ ଚିହ୍ନଟ କରି ପୂର୍ବ ଭଳି ସମସ୍ତ କଟକଣା ନିୟମକୁ ସେହି ସ୍ଥାନରେ ଲଗାଇବା ପାଇଁ କହିଛନ୍ତି ।

ଏହା ସହିତ ଏହା ବି କୁହାଯାଇଛି କି ଯଦି ଆବଶ୍ୟକ ହବ ତେବେ ଡିସେମ୍ବର ମାସର ଗାଇଡ ଲାଇନ ଅପେକ୍ଷା ଜାନୁୟାରୀ ମାସର ଗାଇଡଲାଇନକୁ ଆହୁରି ଅଧିକ କଡାକଡି ରୂପରେ ପାଳନ କରିବା ପାଇଁ କୁହାଯାଇଛି । କହିଦେଉଛୁ କି ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ବ୍ରିଟେନରୁ ଭାରତକୁ ଆସିଥିବା କିଛି ଯାତ୍ରୀମାନଙ୍କ ମଧ୍ୟରେ ବି ଦେଖା ଦେଇଛି । ଅର୍ଥାତ ସେମାନେ ପଜିଟିବ ବାହାରିଛନ୍ତି ।

ଯଦି ଏହି କରୋନାର ନୂଆ ଷ୍ଟ୍ରେନ ଆହୁରି ଅଧିକ ଭୟଙ୍କର ରୂପ ନିଏ ତେବେ ଭାରତରେ ଆଗକୁ ଲକଡାଉନ ଓ ସଟଡାଉନ କରାଯାଇପାରେ । ଏମିତିରେ ଓଡିଶାର କେତେକ ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ ରୂପରେ ମଧ୍ୟ ଘୋଷଣା କରାଯାଇଛି । ଏହା ସହିତ କେତେକ ଗାଁକୁ ବି ସଟଡାଉନ ଘୋଷଣା କରାଯାଇଛି । ଯଦି କୋରୋନାର ଭୟଙ୍କର ରୂପ ସାମ୍ନାକୁ ଆସେ ତେବେ ସମସ୍ତ ଗାଇଡଲାଇନକୁ ଆହୁରି କଡାକଡିଡି ଭାବରେ ପାଳନ କରାଯିବ ବୋଲି ବି କୁହାଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।