ଦର୍ଶକ ବନ୍ଧୁ ଜଣେ ଦିବ୍ୟାଙ୍ଗ ଙ୍କ ଲାଗି 42 ବର୍ଷର ନିସ୍ପତି କୁ ବଦଳାଇ ଦେଇଥିଲେ । ଦିନେ ନିସ୍ପତି ନେଇଥିଲେ କେବେ ବାହା ହେବେ ନାହିଁ । ହେଲେ ଦିବ୍ୟାଙ୍ଗ ଯୁବତୀ ଙ୍କ ଲାଗି ସବୁ କିଛି ଭୁଲିଗଲେ । ସାତ ଜନ୍ମ ର ସାଥି ହେବାକୁ ନିସ୍ପତି ନେଲେ । ଯାହାକୁ ନେଇ ପୁରା ଢେଙ୍କାନାଳ ଜିଲ୍ଲା ରେ ଚର୍ଚ୍ଚା । ଘର ସଜା ଯାଇଛି ଆଉ ଭୋଜି ଭାତର ଆସର ବି ହୋଇଛି । ବର କନ୍ୟା ଙ୍କୁ ଦେଖିବା ପରେ ମନେ ହେଉଛି ଏଠାରେ ବାହାଘର ହେଉଛି ।
ହଁ ଦର୍ଶକ ବନ୍ଧୁ ଏଠାରେ ଦିବ୍ୟାଙ୍ଗ କନ୍ୟା ଙ୍କୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି । ଏ ହେଉଛନ୍ତି ଢେଙ୍କାନାଳର ଜୟନ୍ତ ଘଡୋଇ । ଯିଏ କି ଶପଥ କରିଥିଲେ ରାଜ୍ୟରୁ ମଦ ମୁକ୍ତି ନ ହେବା ଯାଏଁ କେବେ ବିବାହ କରିବେ ନାହିଁ କି ପାଦ ରେ ଚପଲ ପିନ୍ଧିବେ ନାହିଁ । କିନ୍ତୁ ଏମିତି ସ୍ଥିତି ଆସିଲା ଯେ ସେ ପାଦ ରେ ଚପଲ ପିନ୍ଧିଲେ ଆଉ ବାହା ବି ହେଲେ । ପୂର୍ବରୁ ସାଙ୍ଗ ସାଥି ଓ ପରିବାର ଲୋକେ ବାହା ହେବାକୁ ଜୟନ୍ତ କୁ ଅନେକ ବୁଝାଇ ଥିଲେ ।
କିନ୍ତୁ ସେ ଅରାଜି ହୋଇଥିଲେ । ସମାଜ ସେବାରେ ସେ ଏତେ ବ୍ୟସ୍ତ ରହୁଥିଲେ ଯେ ନିଜ କଥା ଭାବିବାକୁ ସମୟ ପାଉ ନ ଥିଲେ । ଆଉ ଏତିକି ବେଳେ ସେ ଜାଣିବାକୁ ପାଇଲେ ଯେ ଦିବ୍ୟାଙ୍ଗ ଙ୍କ ଘର ଲୋକ ଅନେକ ପରିଶ୍ରମ କରୁଛନ୍ତି । ହେଲେ ବର ପାତ୍ର ପାଉ ନାହାନ୍ତି । ତେଣୁ ଜୟନ୍ତ ନିସ୍ପତି ନେଲେ ଦିବ୍ୟାଙ୍ଗ ଜୟନ୍ତୀ ଙ୍କୁ ବିବାହ କରିବା ପାଇଁ ।
ଖାଲି ନିସ୍ପତି ନେଲେ ତାହା ନୁହେଁ ବରଂ ଜୟନ୍ତୀ ଙ୍କୁ ବିବାହ କରିବା ଲାଗି କଥାବାର୍ତ୍ତା ବି ହେଲେ । ଦୁଇ ପରିବାରର ସହମତି ନେଇ ଏମିତି ଢଙ୍ଗରେ ବାହାଘର ହୋଇଥିଲା । ସୂଚନା ଅନୁଯାୟୀ ଜୟନ୍ତୀ ପିଲା ଦିନରୁ ଦିବ୍ୟାଙ୍ଗ । ଗୋଟେ ହାତ ସଂପୂର୍ଣ୍ଣ ଭାବେ ଅଚଳ । ଏମିତି ସ୍ଥିତି ହୋଇଥିଲା ଯେ ନିର୍ବନ୍ଧ ଦିନ ତାଙ୍କର ବାହାଘର ଭାଙ୍ଗି ଥିଲା । ବାସ ସବୁ କଥା ଜାଣିବା ପରେ ବି ଜୟନ୍ତୀ ବିବାହ କରିବାକୁ ନିସ୍ପତି ନେଇଥିଲେ । ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି ବାହା ହେଲେ ଜୟନ୍ତ ।
ଆଜିକା ସମୟରେ ଝିଅ ବାହାଘର କେତେ କଷ୍ଟକର ଆଉ ଖର୍ଚ୍ଚାନ୍ତ କରିବାକୁ ପଡେ ସେ କଥା ଆମେ ସବୁ ଜାଣିଛୁ । ହେଲେ ଦିବ୍ୟାଙ୍ଗ ଯୁବତୀ ଙ୍କୁ ବିବାହ କରି ଜୟନ୍ତ ସମାଜ କୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ନେଇ ସବୁ ଆଡେ ଏବେ ପ୍ରଶଂସା ର ସୁ ଛୁଟିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।