ନିଜର ଜନ୍ମ ତିଥିରୁ ଜାଣନ୍ତୁ କେଉଁ ବୟସରେ ଏବଂ କେମିତି ମିଳିବ ଜୀବନରେ ସଫଳତା ?

କୁହନ୍ତି କି ଭାଗ୍ୟରୁ ଅଧିକ ଏବଂ ସମୟ ପୂର୍ବରୁ ମଣିଷକୁ କିଛି ମିଳି ନଥାଏ । ବେଳେ ବେଳେ ବହୁତ କଷ୍ଟ କରିବା ପରେ ବି ଆମକୁ ମନଇଚ୍ଛା ସଫଳତା ମିଳେ ନାହିଁ । ଯାହାର କାରଣ ହୋଇଥାଏ ଆଖପାଖର ପରିସ୍ଥିତି ଏବଂ ଏହି ପରିସ୍ଥିତି ଗୁଡିକ ମନୁଷ୍ୟର ହାତରେ ନ ଥାଏ । ଆମେ ନିଜର ଭାଗ୍ୟକୁ କେବେ ବି ବଦଳାଇ ପାରିବା ନାହିଁ । କିନ୍ତୁ ଭବିଷ୍ୟତରେ ସମ୍ଭାବନା ଆଧାର ଉପରେ ଯୋଜନା ନିଶ୍ଚିତ ତିଆରି କରି ପାରିବା ।

ଏଥିରେ ଆମକୁ ସାହାର୍ଯ୍ୟ କରିଥାନ୍ତି ଜ୍ୟୋତିଷ । କହିବାକୁ ଗଲେ ଅଙ୍କ ଜ୍ୟୋତିଷଙ୍କ ଅନୁସାରେ ଜନ୍ମତିଥି ଆଧାରରେ ଏହା ଜାଣି ପାରିବେ କି ବୟସର କେଉଁ ପରିସ୍ଥିତିରେ ଆପଣଙ୍କର ସମୟ ଅଧିକ ଅନୁକୂଳ ହେବ ଏବଂ ସବୁ ଇଚ୍ଛା ପୂରଣ ହେବ ।

ଜ୍ୟୋତିଷଙ୍କ ଶାଖା ଅଙ୍କ ଜ୍ୟୋତିଷ ଅନୁସାରେ ମୁଳାଙ୍କ (ଜନ୍ମତିଥିର ଯୋଗ) ଜରିଆରେ ବ୍ୟକ୍ତିର ବୟସ ପରିସ୍ଥିତି ବିଷୟରେ ଜାଣି ହେଲେ ଆପଣ ଏକ ଭଲ ଏବଂ ସଫଳ ଜୀବନ ବ୍ୟତିତ କରି ପାରିବେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ୧ ରୁ ନେଇ ୯ ମୁଳାଙ୍କର ଜାତକର ଶୁଭ ସମୟ ବିଷୟରେ କହିବାକୁ ଯାଉଛୁ ।

୧ ମୁଳାଙ୍କ

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୧, ୧୦, ୧୯ କିମ୍ବା ୨୮ରେ ହୋଇଥାଏ ତାଙ୍କର ମୁଳାଙ୍କ ୧ ହୋଇଥାଏ ଏବଂ ଅଙ୍କ ଜ୍ୟୋତିଷ ଅନୁସାରେ ୧ ମୁଳାଙ୍କର ବ୍ୟକ୍ତିମାନଙ୍କର ଜୀବନର ୨୨ ବର୍ଷରେ ସଫଳତା ହାସଲ ହୋଇଥାଏ ।

୨ ମୁଳାଙ୍କ

ଯେଉଁ ବ୍ୟକ୍ତିଙ୍କର ଜନ୍ମ କୌଣସି ମାସର ୨, ୧୧, ୨୦ ଏବଂ ୨୯ରେ ହୋଇଥାଏ ତେବେ ତାଙ୍କର ମୁଳାଙ୍କ ୨ ହୋଇଥାଏ । ଏବଂ ତାଙ୍କୁ ୨୪ ବର୍ଷ ବୟସରେ ଉନ୍ନତି ଏବଂ ସଫଳତା ମିଳିଥାଏ ।

୩ ମୁଳାଙ୍କ

୩, ୧୨, ୨୧ ଏବଂ ୩୦ ତାରିଖରେ ଜନ୍ମିଥିବା ବ୍ୟକ୍ତିମାନେ ୩ ମୁଳାଙ୍କର ହୋଇଥାନ୍ତି । ୩୨ ବର୍ଷ ବୟସରେ ସେମାନଙ୍କର ଭାଗ୍ୟ ବଦଳିଥାଏ ।

୪ ମୁଳାଙ୍କ

୪, ୧୩, ୨୨ ଏବଂ ୩୧ ତାରିଖରେ ଯେଉଁ ବ୍ୟକ୍ତିମାନେ ଜନ୍ମ ହୋଇ ଥାନ୍ତି ସେମାନେ ମୁଳାଙ୍କ ୪ର ହୋଇଥାନ୍ତି । ଏହି ଲୋକମାନେ ୩୬ ଏବଂ ୪୨ ବର୍ଷରେ ସଫଳତାର ସିଢିରେ ଚଢି ପାରନ୍ତି ।

୫ ମୁଳାଙ୍କ

୫, ୧୪, ୨୩ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ମୁଳାଙ୍କ ୫ର ହୋଇଥାନ୍ତି । ଏମାନଙ୍କର ୩୨ ବର୍ଷ ବୟସରେ ଭାଗ୍ୟ ଚମକି ଥାଏ ।

୬ ମୁଳାଙ୍କ

୬, ୧୫ ଏବଂ ୨୪ ତାରିଖରେ ଜନ୍ମ ହୋଇଥାନ୍ତି ସେମାନେ ମୁଳାଙ୍କ ୬ରେ ଆସିଥାନ୍ତି । ଏମାନଙ୍କ ପାଇଁ ୨୪ ବର୍ଷ ବସ ବହୁତ ଭଲ ଅଟେ ।

୭ ମୁଳାଙ୍କ

୭, ୧୬ ଏବଂ ୨୫ ରେ ଜନ୍ମି ଥିବା ଲୋକମାନେ ମୁଳାଙ୍କ ୭ର ହୋଇଥାନ୍ତି । ଏମାନଙ୍କର ୩୮ ଏବଂ ୪୪ ବର୍ଷ ବୟସ ବହୁତ ଭଲ ହୋଇଥାଏ ।

୮ ମୁଳାଙ୍କ

୮, ୧୭ ଏବଂ ୨୬ ତାରିଖର ଲୋକମାନେ ମୁଳାଙ୍କ ୮ର ଅଟନ୍ତି । ଏମାନଙ୍କ ପାଇଁ ୩୬ ଏବଂ ୪୨ ବର୍ଷ ବୟସ ଭାଗ୍ୟଶାଳୀ ହୋଇଥାଏ ।

୯ ମୁଳାଙ୍କ

୯, ୧୮ ଏବଂ ୨୭ ତାରିଖରେ ଜନ୍ମ ବ୍ୟକ୍ତି ମାନେ ମୁଳାଙ୍କ ୯ ର ଅଟନ୍ତି । ଏମାନଙ୍କ ପାଇଁ ୨୮ ବର୍ଷ ବୟସ ଶୁଭ ପ୍ରମାଣିତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଆର୍ଟିକୀଲ ଟି ଭଲ ଲାଗିଥାଏ ତେବେ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।