ଶିକାରୀ ମାନେ ୟା ଛୁଆକୁ ମାରି ଦେଇଥିଲେ କିନ୍ତୁ ସେ କେମିତି ନେଲା ପ୍ରତିଶାଧ, ଦେଖନ୍ତୁ ଭିଡିଓ

ଜଙ୍ଗଲରେ ରହୁଥିବା ଜୀବ ଜନ୍ତୁ ଆମ ସମସ୍ତଙ୍କ ପାଇଁ କେତେ ଭୟଙ୍କର ହୋଇ ପାରନ୍ତି ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ସତ୍ବେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଜଙ୍ଗଲି ଜୀବଜନ୍ତୁକୁ ଭୟ କରନ୍ତି ନାହିଁ । ଯେଉଁ କାରଣରୁ ବେଳେ ବେଳେ ଏହି ଭୁଲ ସେମାନଙ୍କୁ ବହୁତ ଭାରି ପଡିଥାଏ । ଆଜି ଆମେ ଆପଣଙ୍କ ପାଇଁ ଜଙ୍ଗଲି ଜୀବ ଜନ୍ତୁ ଓ ମଣିଷମାନଙ୍କ ମଧ୍ୟରେ ଘଟିଥିବା କିଛି ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ବାଂଲାଦେଶର ଜଙ୍ଗଲ ଭିତରକୁ ଯାଇଥିବା ସମୟରେ ଅଚାନକ ଗୋଟିଏ ବଣ ମଇଁଷି ଏମାନଙ୍କ ଉପରେ ଆକ୍ରମଣ କରିଦେଲା । ୧୦ – ୧୨ ଜଣ ବ୍ୟକ୍ତି ଥିଲେ ବି ଦୌଡି ଯିବା ପାଇଁ ବାଧ୍ୟ ହେଲେ । ଥରେ ଆମେରିକାର ଗୋଟିଏ ପରିବାର ୟେଲୋସ୍ଟୋନ ନ୍ୟାସନାଲ ପାର୍କ ବୁଲିବାକୁ ଯାଉ ଥିଲେ । କିନ୍ତୁ ରାସ୍ତାରେ ଯାଉଥିବା ସମୟରେ ସେମାନଙ୍କ ଗାଡି ସାମ୍ନାରେ ଜଙ୍ଗଲି ମଇଁଷିମାନଙ୍କର ଗୋଟିଏ ବିଶାଳ ଦଳ ସାମ୍ନାକୁ ଆସିଗେଲ ।

ଏହି କାରଣରୁ ପରିବାର ସହ ଅନ୍ୟ କିଛି କାର ବି ରାସ୍ତାରେ ଫସି ଯାଇ ଥିଲେ । ଏହି ସମୟରେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ପ୍ରାୟତଃ ଆପଣମାନେ ଦେଖିଥିବେ କି କିଛି ଜଙ୍ଗଲି ଜୀବ ଜନ୍ତୁ ଜଙ୍ଗଲ ଛାଡି ବୁଲିବାକୁ ଯାଇ ଥିବା ଯାତ୍ରୀମାନଙ୍କ କାର ଉପରେ ଚାଲି ଆସନ୍ତି । ବେଳେ ବେଳେ ସେମାନେ ସେହି କାରକୁ ଯିବାକୁ ଦିଅନ୍ତି । ଏହିଭଳି କିଛି ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲରେ ଦେଖିବାକୁ ମିଳିଲା ।

ଏମାନେ ରାସ୍ତାରେ ଯାଉଥିବା ସମୟରେ କିଛି ସିଂହକୁ ଦେଖିଲେ ଓ ସିଂହକୁ ଭଲ ଭାବରେ ଦେଖିବା ପାଇଁ ସେମାନେ ତାଙ୍କ ପାଖରେ ଗାଡିକୁ ଅଟକାଇ ଦେଲେ । କିନ୍ତୁ ହଠାତ ସେମାନଙ୍କ ମଧ୍ୟରୁ ଗୋଟିଏ ସିଂହ ଗାଡିର ଡୋର ଖୋଲିଦେଲା । ଏହା ଦେଖି ସମସ୍ତେ ଡରି ଗଲେ । କିନ୍ତୁ ଡ୍ରାଇଭର ଜଣକ ସଙ୍ଗେ ସ୍ନାଗେ ଗାଡିକୁ ଷ୍ଟାର୍ଟ କରି ନେଇଗଲା ।

ଥରେ କିଛି ଯୁବକ ଦକ୍ଷିଣ ଆଫ୍ରିକାରେ ଜଙ୍ଗଲ ମଧ୍ୟରେ ସାଇକେଲ ଚଳାଇ ଯାଉ ଥିଲେ । କିନ୍ତୁ ଅଚାନକ ଗୋଟିଏ ଜିରାଫ ଲୁଇ ନାମ ଜଣେ ଯୁବକ ପଛରେ ପଡିଗଲା । ଜିରାଫ ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଲୁଇକୁ ହଇରାଣ କରିବା ପରେ ତାର ପିଛା ଛାଡିଲା ।

ଗୁଜୁରାଟରେ ଥରେ ପ୍ରବଳ ବର୍ଷା ଯୋଗୁ ନଦୀର ବନ୍ୟା ପାଣି ବରୋଦା ସହରରେ ପାଣି ପଶିଗଲା । କିନ୍ତୁ କେବଳ ପାଣି ନୁହେଁ କିଛି କୁମ୍ଭୀର ମଧ୍ୟ ଏହି ପାଣି ଭିତରେ ସହର ଭିତରକୁ ଚାଲି ଆସିଥିଲେ । ଗୋଟିଏ ୧୦ ଫୁଟର କୁମ୍ଭୀର ଗୋଟିଏ ଗଳିରେ ପଶି ଯାଇ ସମସ୍ତଙ୍କୁ ବହୁତ ଭୟଭୀତ ସହ ହଇରାଣ ବି କରିଲା ।