ଏମିତି ରହସ୍ୟମୟୀ କୂଅ କେହି ନଥିବେ, ଏହାର ରହସ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଙ୍ଗଲରୁ ଠାବ ହେଲା କାରୁକାର୍ଯ୍ୟ ପୁର୍ଣ୍ଣ ପୁରାତନ କୂଅ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକର ମହିଁଷାଲଣ୍ଡା ପଞ୍ଚାୟତର ଆମ୍ବିଳିଝରି ଗାଁ ନିକଟତର ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ପୂରାତନ କୂଅ‌ । ଗାଁ ଲୋକ ଜଙ୍ଗଲରେ ସଫା ସଫାସଫି କରୁଥିବା ବେଳେ ଏହି କୂଅଟିକୁ ଦେଖିବାକୁ ପାଇଥିଲେ । ଏହି ଜାଗା ଟିକୁ ସଫା କରିବା ପରେ ରାଜାଙ୍କ ଶାସନ ସମୟର ଏହି ପୁରୁଣା କୂଅଟିକୁ ଦେଖିବାକୁ ମିଳିଲା । ବହୁ କାରୁକାର୍ଯ୍ୟ ହୋଇଥିବା ଏହି କୂଅ ମୂଳରେ କିଛି ମାଟି କଳସ ଏବଂ ବୃଷବ ମିଳିଥିଲା ।

ଗାଁର ଲୋକମାନଙ୍କ ସହାୟତାରେ ଏହାକୁ ସଫା କରିବା ସହିତ ଏଠାକୁ ପ୍ରତିଦିନ କାଛି ଲୋକ ବୁଲିବାକୁ ଯାଉଛନ୍ତି । ତେବେ ପ୍ରଥମତତ୍ତ୍ଵ ବିଭାଗ ଏହାକୁ ନେଇ ଗବେଷଣା କଲେ ଅନେକ କିଛି ତଥ୍ୟ ମିଳି ପାରିବ ବୋଲି ଗାଁ ଲୋକେ ଦାବି କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି କୂଅ ବିଷୟରେ ଏବଂ ଏଠାରେ କେଉଁ ପ୍ରକାରର କଳାକୃତି ଲୁଚି ରହିଛି !


ଗାଁ ଲୋକଙ୍କ କହିବା ଅନୁଯାୟୀ ଏହାକୁ ଭାଇ ବୋହୂ କୂଅ ବୋଲି କୁହନ୍ତି । ଯେତେବେଳେ ଜଙ୍ଗଲ ଦିବସ ଥିଲା ଏବଂ ସରକାରଙ୍କର ଜଙ୍ଗଲ ବିଭାଗକୁ ନେଇ ଏକ କାର୍ଯ୍ୟକ୍ରମ ଥିଲା ସେତେବେଳେ ଆମେ ଏହି ଯାଗାକୁ ବୁଲିବାକୁ ଆସିଥିଲୁ ଏହି ସ୍ଥାନକୁ । ଆସିଲାବେଳେ ଦେଖିଲେ ଏଠି ଏକ ଐତିହାସିକ କଳାକୃତି ହୋଇଥିବା ଏହି କୂଅଟି ।

ଘଞ୍ଚ ଜଙ୍ଗଲରେ ଏହା ଲୁଚି ରହିଥିଲା ଯାହାକୁ ଆମେ ଅନେକ ସମୟ ଧରି ଦେଖିବା ପରେ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେଲା ଯେ ଏହାକୁ ପୁଣିଥରେ କିପରି ଏହାର ପୁର୍ଣ୍ଣ ଉଦ୍ଧାର କରାଯାଇ ପାରିବ । ବନ ବାଭାଗର ଯିଏ ଅଫିସର ଥିଲେ ଆମେ ତାଙ୍କୁ ଦେଖା କରି ଏହି କୂଅର ପୂର୍ଣ୍ଣ ଉଦ୍ଧାର ପାଇଁ ନିବେଦନ କଲୁ । ଏହାପରେ ଜଙ୍ଗଲ ବିଭାଗରୁ ସହାୟତା ମିଳିବା ପରେ ଏହାର ପୁର୍ଣ୍ଣ ଉଦ୍ଧାର କରିବା ପାଇଁ ଆଗେଇ ଛନ୍ତି ।

ତାପରେ ଜଦି ସରକାରଙ୍କ ତରଫରୁ ଏହା ଉପରେ ଗବେଷଣା କରା ଯାଆନ୍ତା ତେବେ ଏହା କେଉଁ ସମୟରୁ ଏହାର ପ୍ରତିଷ୍ଠା କରାଯାଇଥିଲା ତାହା ଜାଣି ହୁଅନ୍ତା । ପ୍ରଥମେ ଏହା ଉପରେ ସମ୍ପୂର୍ଣ୍ଣ ଜଙ୍ଗଲ ହୋଇଯାଇଥିଲା । ଯେତେବେଳେ ଗ୍ରାମବାସୀ ଏଠାକୁ ଆସି ଜଙ୍ଗଲ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କଲେ ସେତେବେଳେ ସେ ଏହା ଉପରେ ତାଙ୍କର ନଜର ପଡ଼ିଥିଲ । ଏହା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ମାନେ କୈାଣସି ଥଣ୍ଡା କିମ୍ବା ଜର ହେଲେ ସେହି ସ୍ଥାନର ପାଣି ପିଇ ଭଲ ହୁଅନ୍ତି ବୋଲି ଏଠାକାର ସ୍ଥାନୀୟ ଲୋକମାନେ କହିଛନ୍ତି ।

ଅନେକ ପର୍ବପର୍ବାଣୀରେ ମଧ୍ୟ ଏହି ତୀର୍ଥ ସ୍ଥାନକୁ ଲୋକମାନେ ବୁଲିବାକୁ ଆସନ୍ତି । ଏଥିରେ ଥିବା ସୁନ୍ଦର କାରୁକାର୍ଯ୍ୟ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କୂଅରେ କିଛି ରହସ୍ୟ ଥାଇପାରେ ଏବଂ ପୂର୍ବରୁ ସାଧୁସନ୍ଥମାନେ ଏଠାରେ ତପସ୍ୟା ମଧ୍ୟ କରୁଥାଇ ପାରନ୍ତି ସେଥିପାଇଁ ତତ୍ତ୍ଵ ଗବେଷଣା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।