ଜଣେ ଚାଷୀ ତିଆରି କରିଲା ମୋଦୀଙ୍କ ମନ୍ଦିର, କହିଲା – ପିଏମଙ୍କ କାମ ପ୍ରଶଂସନୀୟ, ସବୁଦିନ କରେ ଆରତୀ, ଆଉ ତା ପରେ…

ତାମିଲନାଡୁରେ ଏକ ଚାଷୀ ନିଜର ଚାଷ ଜମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ମନ୍ଦିର ତିଆରି କରିଛି । ତା’ର କହିବା ଅନୁସାରେ, ସେ ପିଏମଙ୍କର ଚାଷୀ ସମ୍ମାନ ନିଧି ଭଳି କଲ୍ୟାଣକାରୀ ଯୋଜନା ଦ୍ଵାରା ବହୁତ ପ୍ରଭାବିତ ହୋଇଛି । ତାକୁ ଏହି ସ୍କିମର ଭରପୁର ଲାଭ ମଧ୍ୟ ମିଳୁଛି । ଏହି କାରଣ ଅଟେ କି ସେ ପିଏମ ମୋଦୀଙ୍କର ମନ୍ଦିର ତିଆରି କରି ସବୁଦିନ ତାଙ୍କର ପୂଜା କରୁଛି । ତାଙ୍କର ନାମ ହେଉଛି ପୀ. ଶଙ୍କର ଯିଏକି ୫୦ ବର୍ଷର ଅଟନ୍ତି ଓ ସେ ଜଣେ ଚାଷୀ ଅଟନ୍ତି ।

ସେ ତାମିଲନାଡୁ ସହର ରୁ ପାଖାପାଖି ୬୩ କିଲୋମିଟର ଦୂରରେ ଇରାକୁଡ଼ୀ ଗ୍ରାମରେ ରୁହନ୍ତି, ଯେଉଁଠି ସେ କିଛି ଦିନ ତଳେ ହିଁ ଏହି ମନ୍ଦିରର ଉଦ୍ଘାଟନ କରିଛନ୍ତି । ମୋଦୀଙ୍କର ଏହି ମନ୍ଦିର ଆଠ ଗୁଣା ଆଠ ଫୁଟର ଅଟେ, ଏହି ମନ୍ଦିରରେ ଟାଇଲ ବି ଲାଗିଛି । ଲୋକମାନଙ୍କର ସ୍ଵାଗତ ପାଇଁ ପରମ୍ପରାଗତ ରଙ୍ଗୋଲି ବି ତିଆରି କରା ଯାଇଛି ଓ ମନ୍ଦିରକୁ ୧.୨ ଲକ୍ଷ ଟଙ୍କା ଦ୍ଵାରା ତିଆରି କରା ଯାଇଛି ।

ଏହି ମନ୍ଦିରରେ ନରେନ୍ଦ୍ର ମୋଦୀଙ୍କର ଏକ ମୂର୍ତ୍ତି ଅଛି । ମୋଦୀଙ୍କର ମୂର୍ତ୍ତି ଦୁଇ ପାଖରେ ଦୁଇଟି ଦୀପ ବି ଲଗା ଯାଇଛି ଓ ତାଙ୍କ ମୁଣ୍ଡରେ ତିଳକ ବି ଲାଗିଛି । ପିଏମ ମୋଦୀ ଗୋଲାପି କୁର୍ତ୍ତା ଓ ନୀଳ ଶାଲରେ ନଜର ଆସୁଛନ୍ତି । ଚାଷୀ ଜଣକ କହିଲା କି ମୋଦୀଙ୍କର ମନ୍ଦିର ନିର୍ମାଣ ପାଖାପାଖି ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ।

ସେ ଆଗକୁ କହିଲା, ‘କିଛି ସମସ୍ୟା କାରଣରୁ ମନ୍ଦିରକୁ ଜଲ୍ଦି ପୁରା କରି ପାରିଲେ ନାହିଁ ଓ ଉଦ୍ଘାଟନ ଗତ କିଛି ଦିନ ତଳେ ହିଁ ହୋଇଛି । ସେ ପୀଟୀଆଈ ଭାଷାରେ କହିଲା କି ତାକୁ କେନ୍ଦ୍ରର କଲ୍ୟାଣକାରୀ ଯୋଜନାର ଲାଭ ମିଳିଛି ଓ ମୋଦୀ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ସେଥିପାଇଁ ସେ ପିଏମ ମୋଦୀଙ୍କୁ ବହୁତ ପସନ୍ଦ କରେ ।

ସେ ଆଗକୁ କହିଲା କି, ‘ମୋତେ ଚାଷୀ ଯୋଜନା ଅନ୍ତର୍ଗତ ୨୦୦୦ ଟଙ୍କା ପ୍ରଧାନମନ୍ତ୍ରୀ ସମ୍ମାନ ନିଧି), ଗ୍ୟାସ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା) ଓ ଶୌଚାଳୟର ସୁବିଧା (ଘର – ଘର ଶୌଚାଳୟ ଯୋଜନା) ମିଳିଛି । ବିଜେପିର ତିରୁଚିରାପଲ୍ଲୀ କ୍ଷେତ୍ରର ପ୍ରଭାରୀ ଓ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଲା କନ୍ନନ କହିଲେ କି ଏହି ଚାଷୀ ଜଣକ କୌଣସି ପାର୍ଟିର ସଦସ୍ୟ ନୁହଁନ୍ତି । କିନ୍ତୁ ଆମେ ଶଙ୍କରକୁ ପାର୍ଟିରେ ସାମିଲ ହେବା ପାଇଁ କହିଛୁ ।