ବୋଧେ ଆପଣ ସବୁଦିନ ଶୋଇଥାନ୍ତି ଏହି ଭୁଲ ଉପାଯରେ, ଜାଣନ୍ତୁ ଶୋଇବାର ସଠିକ ଉପାୟ

ଯେତେବେଳେ କୌଣସି ବ୍ୟକ୍ତି ଯୋଗ କିମ୍ବା ଜିମରେ ଏକ୍ସରସାଇଜ କରିଥାଏ ତେବେ ସେହି ସମୟରେ ଶରୀରର ପୋଜିସନ ଓ ୱାର୍କଆଉଟ ଉପରେ ବହୁତ ଧ୍ୟାନ ଦିଆଯାଏ । କାରଣ ଭୁଲ ଭାବରେ କରିଥିବା ଏକ୍ସରସାଇଜ ବ୍ୟକ୍ତିକୁ କ୍ଷତି ପହଞ୍ଚାଇ ପାରେ । ଠିକ ଏହିଭଳି ଆମର ଶୋଇବାର ପୋଜିସନ ବି ଆମର ସ୍ୱାସ୍ଥ୍ୟ ଉପରେ ଭଲ ଓ ଖରାପ ଦୁଇ ପ୍ରକାରର ପ୍ରଭାବ ପକାଇ ଥାଏ ।

ଖାସକରି ଏହା ଆମର ପାଚନ ତନ୍ତ୍ର ଓ ମସ୍ତିସ୍କ ଉପରେ ଅଧିକ ପ୍ରଭାବ ପକାଇ ଥାଏ । ସମସ୍ତେ ଜାଣିଛନ୍ତି କି ଏକ ଭଲ ନିଦ ଦ୍ଵାରା ଦିନସାରା ଅଧିକ ଊର୍ଜାବାନ ଅନୁଭବ ହୋଇଥାଏ । କିନ୍ତୁ ଯେତିକି ଜରୁରୀ ଗୋଟିଏ ଭଲ ନିଦର ଆବଶ୍ୟକତା ହୋଇଥାଏ ଠିକ ସେହିଭଳି ମୁଖ୍ୟ ହୋଇଥାଏ ଆମର ଶୋଇବାର ପୋଜିସନ । ଭୁଲ ଭାବରେ ଶୋଇବା ଦ୍ଵାରା କେତେକ ଲୋକଙ୍କୁ ନିଦ ଆସି ନ ଥାଏ । କିମ୍ବା ଅନ୍ୟ କେତେକ ସମସ୍ୟା ବି ଦେଖାଯାଏ । ଆଜି ଆମେ ଆପଣଙ୍କୁ ଶୋଇବାର ସଠିକ ଓ ଭୁଲ ଉପାୟ ବିଷୟରେ କହିବାକୁ ଯାଉଛୁ ।

କିଛି ଲୋକମାନେ ପେଟ ମାଡି ଶୋଇଥାନ୍ତି ଯାହାକି ଶରୀର ପାଇଁ ସବୁଠୁ ହାନିକାରକ ହୋଇଥାଏ । ଏହିଭଳି ଶୋଇବା ଦ୍ଵାରା ବେଳେ ବେଳେ ଆମକୁ ନିଶ୍ଵାସ ନେବାରେ ବି ଅସୁବିଧା ହୋଇଥାଏ । ଏହିଭଳି ଶୋଇବା ଦ୍ଵାରା ପିଠି ହାଡ ଉପରେ ବି ପ୍ରଭାବ ପଡିଥାଏ ଓ ଧୀରେ ଧୀରେ ସେମାନଙ୍କର ଅଣ୍ଟାବିନ୍ଧା ବି ହୋଇଥାଏ । ଏହା ସହିତ ପେଟ ମାଡି ଶୋଇବା ପାଚନ ପ୍ରକ୍ରିୟା ପାଇଁ ବି ଭଲ ହୋଇ ନ ଥାଏ ।

ଏହା ଛଡା କେତେକ ଲୋକମାନେ ଡାହାଣ କଡ ମାଡି ଶୋଇଥାନ୍ତି । ଯାହାକି ଭୁଲ ଅଟେ । କାରଣ ଆମର ପାଚନ ତନ୍ତ୍ର ବାମ ପଟେ ଥାଏ ଓ ହାର୍ଟ ବି ବାମ ପଟେ ଥାଏ । ଡାହାଣ ପଟେ ଶୋଇବା ଦ୍ଵାରା ଏହାର ବହୁତ ଖରାପ ପ୍ରଭାବ ଆମର ପାଚନ ପ୍ରକ୍ରିୟା ଉପରେ ପଡିଥାଏ । ବହୁତ ସମୟ ପର୍ଯ୍ୟନ୍ତ ଡାହାଣ କଡ ମାଡି ଶୋଇବା ଦ୍ଵାରା ଆମକୁ ପେଟ ସମ୍ବନ୍ଧିତ ବହୁତ ସମସ୍ୟା ହୋଇଥାଏ । କହିବାକୁ ଗଲେ ଯଦି ଆପଣ ବାମ କଡ ମାଡି ଶୋଇଛନ୍ତି ତେବେ ଏହା ଉଚିତ ପୋଜିସନ ଅଟେ ଶୋଇବାର ।

ବାମ କଡ ମାଡି ଶୋଇବା ଦ୍ଵାରା ଆପଣ ନିଜର ଚେହେରା, ସ୍କିନ ଓ ଅନ୍ୟାନ୍ୟ ଜିନିଷ ପ୍ରତି ଲାଭବାନ ରହିବେ । ବାମ କଡ ମାଡି ଶୋଇବା ଦ୍ଵାରା ବହୁତ ପ୍ରକାରର ରୋଗରେ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରେ ସୁଧାର ଆସିଥାଏ । ଏହିଭଳି ଶୋଇବା ଦ୍ଵାରା କେବଳ ପାଚନ ତନ୍ତ୍ର ଭଲ ହୋଇ ନ ଥାଏ, ଏହା ଦ୍ଵାରା ହାର୍ଟ, ମସ୍ତିସ୍କ, ତ୍ଵଚା, ଚୁଟି ଓ ଶରୀରର ବିଭିନ୍ନ ଅଂଶ ଗୁଡିକ ପାଇଁ ବି ଭଲ ହୋଇଥାଏ ।