ଜାଣନ୍ତୁ କଣ ହୋଇଥାଏ ଷଡଯନ୍ତ୍ର ଦୋଷ ଓ ଏଥିରୁ ବଞ୍ଚିବା ପାଇଁ କରନ୍ତୁ ଏହି ୫ଟି ସରଳ ଉପାୟ

ଷଡଯନ୍ତ୍ର ଏକ ପ୍ରକାରର ଯୋଗ ଅଟେ । ଏହି ଯୋଗ ଜାତକରେ ଥିଲେ ବ୍ୟକ୍ତି ବିଭିନ୍ନ ପ୍ରକାରର ଷଡଯନ୍ତ୍ରର ଶିକାର ହୋଇଥାଏ । ଷଡଯନ୍ତ୍ର ଯୋଗ କାରଣରୁ ବ୍ୟକ୍ତିକୁ କେବଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଜାତକରେ ଏହି ଦୋଷ ଥିଲେ ଅଣଦେଖା କରନ୍ତୁ ନାହିଁ । ଏହି ଦୋଷରୁ ବଞ୍ଚିବା ପାଇଁ ତଳେ ଦିଆଯାଇଥିବା ଉପାୟକୁ କରନ୍ତୁ ।

କଣ ହୋଇଥାଏ ଷଡଯନ୍ତ୍ର ଯୋଗ

ଜାତକରେ ଯଦି ଲଗ୍ନେଶ ଅଷ୍ଟମ ଘରେ ବିରାଜମାନ ଅଛି ଓ ଏହା ସହିତ କୌଣସି ବି ଶୁଭ ଗ୍ରହ ନାହିଁ, ତେବେ ଏହାକୁ ଷଡଯନ୍ତ୍ର ଯୋଗ କୁହାଯାଇଥାଏ । ଏହି ଯୋଗ ଜାତକରେ ଥିବା ଦ୍ଵାରା ବ୍ୟକ୍ତି ବଡ ବଡ ଷଡଯନ୍ତ୍ରର ଶିକାର ହୋଇଥାଏ ।

ଷଡଯନ୍ତ୍ର ଯୋଗ କାରଣରୁ ହେଉଥିବା ହାନି

ଯେଉଁ ଲୋକମାନଙ୍କ ଜାତକରେ ଏହି ଯୋଗ ଥାଏ ସେହି ଲୋକମାନଙ୍କୁ ନିମ୍ନଲିଖିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

·    ଏହି ଯୋଗ ଥିବା ଦ୍ଵାରା ଧନ ଓ ସମ୍ପତି ହାନି ହୋଇଥାଏ ଓ ବ୍ୟକ୍ତିକୁ ଅନ୍ୟମାନେ ଧୋକା ଦେଇ ତାହାର ଧନ ସମ୍ପତି ଛଡାଇ ନିଅନ୍ତି ।

·    ଏହି ଯୋଗ କାରଣରୁ କେତେ ଥର ଜୀବନସାଥୀ ଠାରୁ ମଧ୍ୟ ଧୋକା ମିଳିଥାଏ ଓ ଘର ଭାଙ୍ଗିଯାଏ ।

·    ଏହି ଦୋଷ ଥିଲେ ବ୍ୟାପାରରେ ଧୋକା ମିଳିବାର ସମ୍ଭାବନା ବି ଅଧିକ ରହିଥାଏ ଓ ବ୍ୟାପାର ବି ବୁଡି ଯାଇପାରେ ।

ଏହିଭଳି ଭାବରେ କରନ୍ତୁ ଏହି ଦୋଷକୁ ଦୂର

କରନ୍ତୁ ତେଲ ଦାନ

ଶନିବାର ଦିନ ଗୋଟିଏ ପାତ୍ରରେ ସୋରିଷ ତେଲ ଢାଳନ୍ତୁ । ଏହା ପରେ ଏହି ତେଲରେ ନିଜର ଛାଇକୁ ଦେଖନ୍ତୁ ଓ ଏହି ତେଲକୁ ମନ୍ଦିରରେ ରଖି ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଷଡଯନ୍ତ୍ର ଯୋଗ ଦୂର ହୋଇଯିବ ।

ଶିବଙ୍କର ପୂଜା

ସୋମବାର ଦିନ ଶିବଙ୍କର ପୂଜା କରିବା ଦ୍ଵାରା ବି ଷଡଯନ୍ତ୍ର ଯୋଗ ଦୂର କରାଯାଇ ପାରିବ । ସୋମବାର ଦିନ ଶିବଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରନ୍ତୁ ଓ ସେହି ଦିନ ଆପଣ ବ୍ରତ ବି ରଖି ପାରିବେ ।

 ତିଳକ ଲଗାନ୍ତୁ

ସବୁଦିନ ପୂଜା କରିବା ପରେ ଆପଣ ମୁଣ୍ଡରେ କେଶର କିମ୍ବା ଚନ୍ଦନର ତିଳକ ଲଗାନ୍ତୁ । ତିଳକ ଲଗାଇବା ଦ୍ଵାରା ଷଡଯନ୍ତ୍ର ଯୋଗର ପ୍ରଭାବ ଜୀବନ ଉପରେ ପଡି ନ ଥାଏ । ଏହା ଛଡା ସବୁଦିନ ତୁଳସୀଙ୍କ ପାଖରେ ଘିଅ ଦୀପ ଦୁଇ ଥର ଜଳାନ୍ତୁ ।

ପଢନ୍ତୁ ହନୁମାନ ଚାଳିଶା

ହନୁମାନ ଚାଳିଶା ପଢିବା ଦ୍ଵାରା ଏହି ଦୋଷ ଦୂର ହୋଇଯାଏ ଓ ଏହି ଦୋଷ କାରଣରୁ ହେଉଥିବା ହାନିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ ।

କରନ୍ତୁ ନାହିଁ କାହା ଉପରେ ବି ବିଶ୍ଵାସ

ଏହି ଯୋଗ ଜାତକରେ ଆରମ୍ଭ ହେବା ପରେ ଆପଣ ସାବଧାନତାର ସହିତ କାର୍ଯ୍ୟ କରନ୍ତୁ ଓ କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ ।