ଜାଣନ୍ତୁ କାହିଁକି ଭଗବାନ ଗଣେଶଙ୍କୁ ତୁଳସୀ ଚଢେଇବା ମନା, ଜାଣନ୍ତୁ ତୁଳସୀ ନ ଚଢେଇବା ସମ୍ବନ୍ଧିତ ଏହି କଥା

ଭଗବାନଙ୍କୁ ପୂଜା କରିବା ସମୟରେ ତାଙ୍କର ମନପସନ୍ଦ ଜିନିଷ ନିଶ୍ଚୟ ଦେବା ଉଚିତ, କାରଣ ଏହା ଦ୍ଵାରା ଭଗବାନ ଖୁସି ହୋଇ ଭକ୍ତର ପ୍ରାର୍ଥନା ଶୁଣନ୍ତି । ଏହି କାରଣରୁ ଯେତେବେଳେ ଲୋକ ବିଷ୍ଣୁ କିମ୍ବା ତାଙ୍କର କୌଣସି ରୂପକୁ ପୂଜା କରନ୍ତି ତେବେ ତୁଳସୀ ନିଶ୍ଚୟ ଚଢାନ୍ତି । ଭଗବାନ ବିଷ୍ଣୁଙ୍କୁ ତୁଳସୀ ଚଢା ଯାଉଥିବାବେଳେ ଶିବଙ୍କୁ ବେଲ ପତ୍ର ଚଢାଯାଏ ।

କିନ୍ତୁ ଆମେ ଯେତେବେଳେ ଗଣେଶଙ୍କ ପୂଜା କରୁ ତୁଳସୀ ଦିଆଯାଏ ନାହିଁ କାରଣ ତାଙ୍କୁ ତୁଳସୀ ପତ୍ର ଚଢାଇବା ମନା । ଏମିତି କୁହାଯାଏ କି ତୁଳସୀ ପତ୍ର ଚଢାଇବା ଦ୍ଵାରା ବାପ୍ପା ରାଗିଯାନ୍ତି । ଗଣେଶଙ୍କୁ ତୁଳସୀର ପତ୍ର ନ ଚଢାଇବାର ଏକ କଥା ରହିଛି, ସେହି କଥା ଅନୁସାରେ ତୁଳସୀ ମାତା ଭଗବାନ ଗଣେଶଙ୍କୁ ଓ ଭଗବାନ ଗଣେଶ ତୁଳସୀ ମାତାଙ୍କୁ ଅଭିଶାପ ଦେଇଥିଲେ ।

କଣ ଥିଲା କଥା

କୁହାଯାଏ କି ତୁଳସୀ ଥରେ ଗଣେଶଙ୍କୁ ଦେଖା କରିବାକୁ ଯାଇଥିଲେ । ତୁଲସୀ ଗଣେଶଙ୍କୁ ବିବାହ କରିବାର ପ୍ରସ୍ଥାବ ଦେଇଥିଲେ କିନ୍ତୁ ଗଣେଶ ମନା କରିଦେଇଥିଲେ । ତୁଳସୀ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ କି ଗଣେଶଙ୍କର ଦୁଇଥର ବିବାହ ହେବ ବୋଲି । ଏହି ଅଭିଶାପ ପାଇ ଗଣେଶ ରାଗି ଯାଇ ତୁଳସୀଙ୍କୁ ଅଭିଶାପ ଦେଇଥିଲେ କି ତୁଳସୀଙ୍କ ବିବାହ ଏକ ରାକ୍ଷସ ସହ ହେବ ।

ଏହି ଅଭିଶାପ ଶୁଣି ତୁଳସୀ ଡରିଗଲେ, ନିଜ ଭୁଲ ବୁଝିପାରିଲେ । ତୁଳସୀ ଗଣେଶଙ୍କୁ କ୍ଷମା ମାଗିଲେ ଓ ତାଙ୍କ ଅଭିଶାପ ଫେରାଇ ନେବାକୁ ଅନୁରୋଧ କଲେ । ଗଣେଶ ତାଙ୍କ ଅଭିଶାପ ଫେରାଇ ନେଇ କହିଲେ ତୁଳସୀଙ୍କ ବିବାହ ଶଂଖଚୂର୍ଣ୍ଣଙ୍କ ସହ ହେବ । ଗଣେଶ କହିଲେ ତୁମେ ବିଷ୍ଣୁଙ୍କ ପ୍ରିୟ ହେବା ସହ ପୂଜନୀୟ ମଧ୍ୟ ହେବ, ସେଥିପାଇଁ ତୁମ ପୂଜା ଲୋକଙ୍କ ଦ୍ଵାରା କରାଯିବ ।

କଳି ଯୁଗରେ ତୁମେ ମୋକ୍ଷ ଦେବାର କାମ କରିବ । କିନ୍ତୁ ମୋ ପୂଜାରେ ତୁମର ପ୍ରୟୋଗ ହେବ ନାହିଁ । ଏହି କାରଣରୁ ଯେତେବେଳେ ଗଣେଶଙ୍କୁ ପୂଜା କରାଯାଏ ତେବେ ତାଙ୍କୁ ତୁଳସୀ ପତ୍ର ଅର୍ପଣ କରାଯାଏ ନାହିଁ । ଗଣେଶଙ୍କୁ ଦୁବ ଚଢାଯାଏ । ଏହା ତାଙ୍କୁ ପ୍ରିୟ ହୋଇଥାଏ । ଗଣେଶଙ୍କ ସହ ଶିବଙ୍କୁ ମଧ୍ୟ ତୁଳସୀ ପତ୍ର ଚଢାଇବା ନିଷେଧ । ତୁଳସୀ ଚଢାଇଲେ ଶିବ ରାଗିଯାନ୍ତି, ତେଣୁ ଗଣେଶ ଓ ଶିବଙ୍କୁ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ ।