ଜାଣନ୍ତୁ ଟ୍ରମ୍ଫଙ୍କ ଝିଅ ଇୱାଙ୍କା ବିଷୟରେ ଏହି ୫ ଟି ଅଜଣା କଥା, ଦ୍ଵିତୀୟ କଥା ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଗତ କିଛି ଦିନ ତଳେ ଭାରତକୁ ଆସିଥିଲେ । ଆମେରିକାର ରାଷ୍ଟ୍ରପତିଙ୍କ ସହିତ ତାଙ୍କର ପତ୍ନୀ ମେଲାନିୟା, ଝିଅ ଇୱାଙ୍କା ଟ୍ରମ୍ଫ ଓ ଜ୍ଵାଇଁ ଜେରେଡ କୁଶନର ବି ଆସିଥିଲେ । ଏହି ସମୟରେ ଡୋନାଲ୍ଡ ଟ୍ରମ୍ଫ ଓ ତାଙ୍କର ପରିବାର ଭାରତର ବିଭିନ୍ନ ଐତିହାସିକ ସ୍ଥାନକୁ ବି ବୁଲି ଦେଖିଥିଲେ । କିନ୍ତୁ ଏସବୁ ମଧ୍ୟରେ ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇୱାଙ୍କା ଟ୍ରମ୍ଫ ମିଡିଆରେ ଛାଇ ଗଲେ ।

ଇୱାଙ୍କା ଟ୍ରମ୍ଫ ମୋଦୀ ଓ ଆମ ଦେଶ ଭାରତ ବିଷୟରେ ବହୁତ ଭଲ ଭଲ କଥା ମଧ୍ୟ କହିଛନ୍ତି ଓ ସେ ପୁଣି ଥରେ ଭାରତକୁ ଆସିବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଆଧାରରେ ଆଜିର ଏହି ଆର୍ଟିକିଲରେ ଆମେ କଥା ହେବା ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇୱାଙ୍କା ଟ୍ରମ୍ଫଙ୍କ କିଛି ରୋଚକପୂର୍ଣ୍ଣ କଥା ବିଷୟରେ । ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ ।

୧. ଆପଣଙ୍କୁ କହିଦେଉଛୁ କି ଇୱାଙ୍କାଙ୍କ ଜନ୍ମ ୩୦ ଅକ୍ଟୋବର ୧୯୮୧ରେ ନ୍ୟୁୟର୍କରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୩୮ ବର୍ଷ ଅଟେ ଓ ଏହି ବୟସରେ ବି ସେ ବହୁତ ସୁନ୍ଦର ଅଟନ୍ତି । ଇୱାଙ୍କା ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରଥମ ପତ୍ନୀ ଇୱାନାଙ୍କ ଝିଅ ଅଟନ୍ତି ଓ ସେ ତାଙ୍କର ଦ୍ଵିତୀୟ ସନ୍ତାନ ଅଟନ୍ତି । ତାଙ୍କର ନାମ ପିଲାଦିନେ ଇୱାନା ଥିଲା, ଯାହାକି ତାଙ୍କର ମା’ଙ୍କ ନାମ ଉପରେ ରଖାଯାଇଥିଲା । କିନ୍ତୁ ପରେ ଇୱାନା ନିଜର ନାମ ଇୱାଙ୍କା ଟ୍ରମ୍ଫ କରିଦେଇଥିଲେ ।

୨. ଇୱାଙ୍କା ଟ୍ରମ୍ଫଙ୍କୁ ଜେରେଡ କୁଶନରଙ୍କ ସହ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇବାକୁ ପଡିଥିଲା । କିନ୍ତୁ ଇୱାଙ୍କାଙ୍କ ଏହି ପଦକ୍ଷେପ ଦ୍ଵାରା ଡୋନାଲ୍ଡ ଟ୍ରମ୍ଫ ଖୁସି ନ ଥିଲେ । ସେ କହିଥିଲେ କି ମୋର ଝିଅକୁ ବିବାହ କରିବା ପାଇଁ ଧର୍ମ ବଦଳାଇବା ଦରକାର ନାହିଁ । ଇୱାଙ୍କାଙ୍କ ସ୍ଵାମୀ ଜେରେଡ କୁଶନର ଜଣେ ୟହୁଦୀ ଅଟନ୍ତି । ଦୁଇ ଜଣଙ୍କ ବିବାହ ୨୦୦୯ରେ ହୋଇଥିଲା । ଇୱାଙ୍କା ବର୍ତ୍ତମାନ ୩ଟି ସନ୍ତାନର ମା’ ବି ଅଟନ୍ତି ।

୩. ଆପଣଙ୍କୁ କହିଦେଉଛୁ କି ଇୱାଙ୍କା ବର୍ଷ ୨୦୧୭ରେ ହାଇଦ୍ରାବାଦରେ ଗ୍ଲୋବଲ ଏଂଟରପ୍ରେନ୍ୟୋରଶିପ ସମିଟରେ ଅଂଶ ନେବା ପାଇଁ ଭାରତ ଆସି ସାରିଛନ୍ତି ।

୪. ଇୱାଙ୍କା କିଛି ରିୟାଲିଟି ଶୋ ରେ ଜଜ ବି ହୋଇ ସାରିଛନ୍ତି ଓ କିଛି ଟିଭି ଡ୍ରାମା ସିରିଜରେ ବି ନଜର ଆସିଛନ୍ତି । ଏହା ପରେ ସେ ବିଜନେସରେ ଆସିଲେ ଓ ବିଜନେସରେ ନିଜର ପରିଚୟ କରିଲେ ।

୫. ଇୱାଙ୍କା ୩୮ ବର୍ଷର ଅଟନ୍ତି ଓ ୩ ଟି ସନ୍ତାନର ମା ହେବା ସତ୍ତ୍ୱେ ବି ସେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି ।