ଶ୍ରାବଣ ମାସ ୨୦୧୯ : ୧୭ ଜୁଲାଇରୁ ଆରମ୍ଭ ହେଉଛି ଶ୍ରାବଣ ମାସ, ଜାଣନ୍ତୁ ଏହି ଶ୍ରାବଣ ମାସରେ କଣ ଅଛି ଖାସ

ଭଗବାନ ଶିବ ସମସ୍ତ ଦେବତାଙ୍କ ମଧ୍ୟରେ ସବୁଠୁ ଭୋଳା ଓ ବହୁତ ଜଲ୍ଦି ପ୍ରସନ୍ନ ହୋଇ ଯାଉଥିବା ଦେବତା ଅଟନ୍ତି । ସେଥିପାଇଁ ତାଙ୍କୁ ଭକ୍ତମାନେ ଭୋଲେବାବା ନାମରେ ବି ଡାକନ୍ତି । କହିବାକୁ ଗଲେ ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ସବୁଠୁ ପ୍ରିୟ ମାସ ହୋଇଥାଏ । ଶ୍ରାବଣ ମାସରେ ଶିବଙ୍କର ଭକ୍ତମାନେ ତାଙ୍କର ଭକ୍ତିରେ ପୂର୍ଣ୍ଣ ରୂପରେ ଡୁବି ରୁହନ୍ତି ।

କହିବାକୁ ଗଲେ ଶ୍ରାବଣ ମାସରେ ଶିବ ନିଜ ଭକ୍ତମାନଙ୍କର ପ୍ରାର୍ଥନା ବହୁତ ଜଲ୍ଦି ଶୁଣି ଥାଆନ୍ତି । ସେଥିପାଇଁ ଏହି ମାସକୁ ନେଇ  ଭକ୍ତମାନଙ୍କର ମନରେ ଏକ ଅଲଗା ଶ୍ରଦ୍ଧା ଓ ଭାବନା ରହିଥାଏ ।

କହିଦେଉଛୁ କି ଏଥର ଶ୍ରାବଣ ମାସ ୧୭ ଜୁଲାଇରୁ ଆରମ୍ଭ ହେବାର ଅଛି । ଏହି ବର୍ଷର ଶ୍ରାବଣ ମାସଟି ସବୁଠୁ ଶୁଭ ଓ ବିଶେଷ ଯୋଗ ସହିତ ୧୭ ଜୁଲାଇରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା ସହିତ ଏହି ଶ୍ରାବଣ ମାସରେ କିଛି ବିଶେଷ ଯୋଗ ବି ହେଉଛି । ଏଥର ଶ୍ରାବଣ ମାସ ପୁରା ୩୦ ଦିନ ରହିବ ଓ ଏହି ଶ୍ରାବଣ ମାସରେ ୪ଟି ସୋମବାର ପଡିବ ।

ଏହି ସୋମବାର ମଧ୍ୟରେ ୩ଟି ସୋମବାରରେ ତ୍ରିଯୋଗ ସଂଯୋଗ ହେଉଛି । ଜ୍ୟୋତିଷଙ୍କ ଅନୁସାରେ ଏଥର ହରିୟାଲୀ ଅମାବାସ୍ୟାରେ ୫ଟି ମହାସଂଯୋଗର ସଂଯୋଗ ରହିବ । ଏହି ସଂଯୋଗ ୧୨୫ ବର୍ଷ ପରେ ହେଉଛି ।

ଏତିକି ନୁହେଁ ଏହି ବର୍ଷ ନାଗ ପଞ୍ଚମୀ ସୋମବାର ଦିନ ହିଁ ପଡୁଛି, ଯାହାକି ବହୁତ ଶୁଭ ଅଟେ । ନାଗ ପଞ୍ଚମୀ ଓ ସୋମବାର ଗୋଟିଏ ଦିନରେ ଥିବାରୁ ଭଗବାନ ଶିବଙ୍କର ଆରାଧାନ ପାଇଁ ଏହି ସମୟ ସବୁଠୁ ଶ୍ରେଷ୍ଠ ଅଟେ । ଏହା ସହିତ ଏଥର ଶ୍ରାବଣ ମାସର ପ୍ରଥମ ଦିନ ସୂର୍ଯ୍ୟ ଉତ୍ତରାଷାଢ଼ା ନକ୍ଷତ୍ର, ବଜ୍ର ଓ ବିଷ କୁମ୍ଭ ଯୋଗ ସହିତ ଆରମ୍ଭ ହେବ ।

କହିଦେଉଛୁ କି ଏହି ଶ୍ରାବଣ ମାସରେ ଶୁକ୍ର ଗ୍ରହ ବି ଅସ୍ତ ହେବେ । ଶୁକ୍ରଙ୍କୁ ଗ୍ରହର ସୁଖ ଓ ଐଶ୍ୱର୍ୟର ପ୍ରତୀକ କୁହାଯାଏ । ସେଥିପାଇଁ ଏହି ଦିନରେ କୌଣସି ବି ପ୍ରକାରର ଶୁଭ କାର୍ଯ୍ୟ କରାଯିବା ଉଚିତ ନୁହେଁ । ଶ୍ରାବଣ ମାସରେ ୧ ଅଗଷ୍ଟକୁ ପ୍ରଥମ ସିଦ୍ଧି ଯୋଗ, ଦ୍ଵିତୀୟ ଶୁଭ ଯୋଗ, ତୃତୀୟ ଗୁରୁ ପୁଷ୍ଯାମୃତ ଯୋଗ, ଚତୁର୍ଥ ସର୍ବାର୍ଥ ସିଦ୍ଧି ଯୋଗ ଓ ପଞ୍ଚମରେ ଅମୃତ ସିଦ୍ଧି ଯୋଗ ଅଛି ।

ଏହି ଦିନରେ ହରିୟାଲୀ ଅମାବାସ୍ୟା ପଡୁଛି । ଏହି ପଞ୍ଚଯୋଗରେ ପୂଜା କରିବା ଶୁଭ ଓ ଫଳଦାୟୀ ବୋଲି କୁହାଯାଉଛି । ଅନ୍ୟ ପଟେ ଶ୍ରାବଣମାସର ଶେଷଦିନ ମାନେ ୧୫ ଅଗଷ୍ଟ ପର ଦିନ ପଞ୍ଚୁକ ଆରମ୍ଭ ହେଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ