ଜାଣନ୍ତୁ ଭାରତ ଠାରୁ କେଉଁ କେଉଁ ଦେଶ ପାଖରେ ଅଛି ସବୁଠାରୁ ଅଧିକ ସୁନାର ଭଣ୍ଡାର

ଭାରତର ଉତ୍ତର ପ୍ରଦେଶ ଥିବା ସୋନଭଦ୍ରରେ ହଠାତ ସୁନାର ଭଣ୍ଡାର ମିଳିବାରୁ, ଭାରତ ବହୁତ ଚର୍ଚାରେ ଅଛି । ସୋନଭଦ୍ରରେ ମିଳିଥିବା ସୁନାର ଭଣ୍ଡାରକୁ ଦେଖିଲେ ଜଣା ପଡୁଛି, ଭାରତ ସୁନା ଉତ୍ପାଦନ ମାମଲାରେ ପୁରା ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଆସିଯିବ । କିନ୍ତୁ ବର୍ତ୍ତମାନ ଭାରତ ସୁନା ଭଣ୍ଡାର ମାମଲାରେ ୧୦ମ ସ୍ଥାନରେ ଅଛି । ଆଜି ଆମେ ଆପଣଙ୍କୁ ସବୁଠାରୁ ଅଧିକ ସୁନାର ଭଣ୍ଡାର ଥିବା ଦେଶ ମାନଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଦେଶ ମାନଙ୍କ ବିଷୟରେ ।


୧. ଆମେରିକା ପାଖରେ ଭାରତ ଠାରୁ ୧୩ ଗୁଣ ଅଧିକ ସୁନା ଅଛି । ଆମେରିକା ପାଖରେ ୮,୧୩୩.୫ ଟନ ସୁନାର ଭଣ୍ଡାର ଅଛି ।


୨. ଦ୍ଵିତୀୟ ସ୍ଥାନରେ ଜର୍ମାନୀ ଅଛି । ଜର୍ମାନୀ ପାଖରେ ୩,୩୬୬.୮ ଟନ ସୁନାର ଭଣ୍ଡାର ଅଛି ।


୩. ଆମେରିକା ଓ ଜର୍ମାନୀ ପରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ (IMF) ପାଖରେ ୨,୪୫୧.୮ ଟନ ସୁନାର ଭଣ୍ଡାର ରହିଛି ।


୪. ଏହାପରେ ନମ୍ବର ଆସିଛି ଇଟାଲୀର । ଇଟାଲୀ ପାଖରେ ୨,୪୫୧.୮ ଟନ ସୁନାର ଭଣ୍ଡାର ରହିଛି ।

୫. ପଞ୍ଚମ ସ୍ଥାନରେ ଅଛି ଫ୍ରାନ୍ସ, ଫ୍ରାନ୍ସ ପାଖରେ ୨,୪୩୬.୧ ଟନ ସୁନାର ଭଣ୍ଡାର ରହିଛି ।


୬. ରୁଷ ପାଖରେ ୨,୨୧୯.୨ ଟନ ସୁନାର ଭଣ୍ଡାର ରହିଛି ।


୭. ସପ୍ତମ ସ୍ଥାନ ଗ୍ରହଣ କରିଛି ଚୀନ । ଚୀନ ପାଖରେ ୧,୯୩୬.୫ ଟନ ସୁନାର ଭଣ୍ଡାର ରହିଛି ।

୮. ସ୍ଵିଜରଲ୍ୟାଣ୍ଡ ପାଖରେ ୧,୦୪୦ ଟନର ସୁନା ରହିଛି ।


୯. ଜାପାନ ପାଖରେ ୭୬୫.୨ ଟନ ସୁନାର ଭଣ୍ଡାର ରହିଛି ।


୧୦. ଭାରତ ପାଖରେ ୬୧୮.୨ ଟନ ସୁନାର ଭଣ୍ଡାର ରହିଛି ଓ ଭାରତ ଦଶମ ସ୍ଥାନରେ ରହିଛି ।