ଜଙ୍ଗଲରେ ଲୁଚି ରହିଥିଲା ମୋସ୍ଟ ୱାନ୍ଟେଡ ଅପରାଧୀ, ମହିଳା ପୁଲିସ ଅଧିକାରୀମାନେ ଏମିତି ପ୍ଳାନ କରି ଧରିଲେ

ଗୁଜୁରାଟର ଏନ୍ଟି ଟେରରିସ୍ଟ ସ୍କ୍ୱଡ (ଏଟୀଏସ)ର ମହିଳା ଅଧିକାରୀମାନେ ବର୍ତ୍ତମାନ ହିଁ ଏକ ମୋସ୍ଟ ୱାନନ୍ଟେଡ ଅପରାଧୀକୁ ଧରିଛନ୍ତି । କୁହାଯାଉଛି କି ଜୁସବ ଅଲ୍ଲାରଖା ନାମକ ଏହି ଅପରାଧୀ ଜେଲରୁ ପେରୋଲରେ ବାହାରକୁ ଆସିଥିଲା ଏବଂ ବାହାରକୁ ଆସିବା ମାତ୍ରେ ହିଁ ସେ ଫେରାର ହୋଇ ଯାଇଥିଲା । ଫେରାର ହେବା ମାତ୍ରେ ହିଁ ସମସ୍ତ ରାଜ୍ୟର ପୁଲିସ ଏହାକୁ ଧରିବାରେ ଲାଗି ଯାଇଥିଲେ । କିନ୍ତୁ ବର୍ତ୍ତମାନ ଜୁସବ ଅଲ୍ଲାରଖାକୁ ଗୁଜରାଟର ଏଟୀଏସର ମହିଳା ଅଧିକାରୀମାନେ ଗିରଫ୍ତାର କରି ଜେଲକୁ ପଠାଇ ଦେଇଛନ୍ତି ।

ଏହିଭଳି ଭାବରେ ଧରିଲେ ଅପରାଧୀକୁ

କୁହାଯାଉଛି କି ଜୁସବ ଅଲ୍ଲାରଖା ବୋଟାଦ ନାମକ ଏକ ଜାଗାକୁ ଆସିବାର ଖବର ଗୁଜୁରାଟ ପୁଲିସକୁ ମିଳିଥିଲା । ଯାହା ପରେ ପୁଲିସ ସବ ଇନ୍ସପେକ୍ଟର ସନ୍ତୋଷ ଓଡେଡରା, ସବ ଇନ୍ସପେକ୍ଟର ଅରୁଣା ଗାମେତୀ, ନିତମିକା ଗୋହିଲ ଏବଂ ଶଙ୍କୁନ୍ତଳା ମାଲ ଏହି ସୂଚନା ଆଧାରରେ ଏହି ଅପରାଧୀକୁ ଧରିବା ପାଇଁ ପ୍ଳାନ କରିଥିଲେ । ଏହି ପ୍ଳାନ ଅନୁସାରେ ସମସ୍ତ ପୁଲିସ ମହିଳା ଅଧିକାରୀମାନେ ଜୁସବ ଅଲ୍ଲାରଖା ଆସିବା ପୂର୍ବରୁ ବୋଟାଦ ପହଞ୍ଚି ଯାଇଥିଲେ । ଯେମିତି ହିଁ ସେ ଆସି ପହଞ୍ଚିଲା ସଙ୍ଗେ ସଙ୍ଗେ ଏହି ମହିଳା ଅଧିକାରୀମାନେ ତାକୁ ଗିରଫ୍ତାର କରିନେଲେ ।

ଜୁସବ ଅଲ୍ଲାରଖାକୁ ଧରିବା ପାଇଁ ଏହି ମହିଳା ପୁଲିସ ଅଧିକାରୀମାନେ ବହୁତ ଫାଇରିଙ୍ଗ ବି କରିଥିଲେ । ଅନ୍ୟ ପଟେ ଜୁସବ ଅଲ୍ଲାରଖା ତରଫରୁ ବି ପୁଲିସ ଉପରେ ଫାଇରିଙ୍ଗ ବି ହୋଇଥିଲା । ଜୁସବ ଅଲ୍ଲାରଖାକୁ ଗିରଫ୍ତାର କରିବା ପରେ ପୁଲିସ ତାକୁ ଗୁଜୁରାଟର ସିଆଇଡ଼ିକୁ ଦେଇ ଦେଇଛନ୍ତି ।

ଏହିଭଳି ଭାବରେ ହୋଇଥିଲା ଫେରାର

ଜୁସବ ଅଲ୍ଲାରଖାକୁ ପୁଲିସ ଏକ ହତ୍ୟା ମାମଲାରେ ଧରିଥିଲେ । ଏବଂ ଏହି ଅପରାଧ ପାଇଁ ତାକୁ ଜେଲ ମଧ୍ୟ ହୋଇଥିଲା । କିନ୍ତୁ ଜୁସବ ଜେଲରୁ ପେରୋଲ ଜରିଆରେ ବାହାରି ଫେରାର ହୋଇଯାଇଥିଲା । ପେରୋଲରୁ ଆସିବା ପରେ ବି ସେ ଅପରାଧ କରିବା ବନ୍ଦ କରିଲା ନାହିଁ ଏବଂ ସେ ହତ୍ୟା କରିବା ଆରମ୍ଭ କରିଦେଲା । ଏହା ଛଡା ସେ ଲୋକମାନଙ୍କ ଠାରୁ ଫିରୌତୀ ବି ମାଗୁଥିଲା ।

ପୁଲିସ ତାକୁ ଧରିବା ପାଇଁ ବହୁତ ଚେଷ୍ଟା ବି କରିଥିଲେ କିନ୍ତୁ ସବୁବେଳେ ସେ ଫେରାର ହେବାର ସଫଳ ହୋଇଯାଉଥିଲା । ଏବଂ ଯେତେବେଳ ବି ପୁଲିସ ତାକୁ ଧରିବା ପାଇଁ ଯାଉଥିଲେ ସେତେବେଳେ ସେ ଜଙ୍ଗଲରେ ଲୁଚି ଯାଉଥିଲା । କିନ୍ତୁ ବର୍ତ୍ତମାନ ହିଁ ଏହାର ବୋଟାଦରେ ଆସିବାର ଖବର ପୁଲିସକୁ ମିଳିଥିଲା ଯାହା ପରେ ପୁଲିସ ଏହାକୁ ଧରିବା ପାଇଁ ଏକ ଟିମ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଧରିବାର ଦାୟିତ୍ଵ ପୁଲିସ ମହିଳା ଅଧିକାରୀମାନଙ୍କୁ ଦିଆଯାଇଥିଲା ।