ବଡ ଖବର: ଜମ୍ମୁରେ ବସ ଭିତରେ ବିସ୍ଫୋରଣ, ସେନା ବସଷ୍ଟାଣ୍ଡକୁ ଘେରିଗଲେ ଓ ସର୍ଚ୍ଚ ଅପରେସନ…

ଜାମ୍ମୁରେ ବଡ ଧରଣର ବିସ୍ଫୋରଣ ହୋଇଛି । ଆଶଙ୍କା କରାଯାଉଛି କି ବସ ଉପରେ ଗ୍ରେନେଡରେ ଆକ୍ରମଣ ହୋଇଅଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ସମୟରେ ବସରେ ଧମାକା ହେବା ଫଳରେ ୧୮ ଜଣ ଆହତ ହୋଇଛନ୍ତି ।  ପୋଲିସ ସଂପୃକ୍ତ ଅଚଂଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ସାରିଛି । ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁୁ ନିଆ ଯାଉଅଛି । ଦିନ ପ୍ରାୟ ୧୧ଟା ୩୦ରେ ଏହି ବିସ୍ଫୋରଣ ହୋଇଥିଲା ।

ଜାମ୍ମୁ-କାଶ୍ମୀର ରାଜ୍ୟ ପରିବହନ ବସରେ ଏହି ବିସ୍ଫୋରଣ ହୋଇଛି । ବସ ଛିଡା ହୋଇଥିବା ସମୟରେ ବସଷ୍ଟାଣ୍ଡରେ ଧମାକା ହୋଇଥିଲା ଓ ଧମାକା ସମୟରେ କିଛି ଲୋକ ବି ବସ ଭିତରେ ଥିଲେ ।

ଯେଉଁ ସ୍ଥାନରେ ବ୍ଲାଷ୍ଟ ହୋଇଅଛି ସେଠି ଏକ ଫଳ ବଜାର ରହିଛି । ପୋଲିସ ଏହି ବଜାରର ଲୋକଙ୍କ ମାନଙ୍କଠାରୁ ପଚରା ଉଚୁରା କରି ବୁଝୁଅଛି ଘଟଣା ସମ୍ପର୍କରେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିଛି ପୋଲିସ । ପୋଲିସ ସିସିଟିଭି ଫୁଟେଜକୁ ଯାଂଚ କରୁଛି । ଏହାବ୍ୟତୀତ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏଠାରେ ଗ୍ରେନେଡରେ ଆକ୍ରମଣ ହୋଇଛି ଓ ବସ ଭିତରେ ୧୨ରୁ ୧୫ ଲୋକ ଥିଲେ ।

ଏହି ଘଟଣା ପରେ ସୁରକ୍ଷାକୁ ବଢାଇ ଦିଆ ଯାଇଛି । ସୂଚନା ଅନୁସାରେ ଯେଉଁ ବସରେ ବିସ୍ଫୋରଣ ଘଟିଛି ତାହା ରାଜ୍ୟ ପରିବହନର ଏକ ବସ । ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।