ତାହା କ’ଣ ଯାହା ଆମେ ବର୍ଷରେ ଥରେ କିଣୁ, ବର୍ଷସାରା ବ୍ୟବହାର କରୁ ତା’ପରେ ଫୋପାଡି ଦେଉ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଓଡିଆ ଢଗଧମାଳି ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ତାହ କ’ଣ ଯାହାକୁ ଆପଣ ଦେଖି ପାରିବେ କିନ୍ତୁ ଅନ୍ୟକୁ ଦେଖେଇ ପାରିବେ ନାହିଁ ?

ଉ: ସ୍ଵପ୍ନ

୨- ଯେତେ ବ୍ୟବହାର କରିବେ ସେତେ ବଢିବ । ତାହା କ’ଣ ?

ଉ: ବିଦ୍ୟା

୩- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଗୋଟିଏ ଥଣ୍ଡା । ତାହା କ’ଣ ?

ଉ: ସୂର୍ଯ୍ୟ ଓ ଚନ୍ଦ୍ର

୪- ମୃତ୍ୟୁ ପରେ ଯିଏ ଠିଆ ହୋଇଥାଏ, ସେ କିଏ ?

ଉ: ଗଛ

୫- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ?

ଉ: ଘଣ୍ଟା

୬- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ, ଏହାର ଉତ୍ତର କ’ଣ ?

ଉ: ଲୁଣ

୭- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ । କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉ: ଦୋକାନୀ

୮- କଞ୍ଚାବେଳେ ଲତପତ ପାଚିଗଲେ ଟାଣ । ତାହା କ’ଣ ?

ଉ: ମାଟି ହାଣ୍ଡି

୯- ଫୁଲ ନ ହେଲେ ବି ବାସ୍ନା ହୁଏ, ଈର୍ଷା ନ ହେଲେ ବି ଜଳିଥାଏ । ତାହା କ’ଣ ?

ଉ: ଧୂପକାଠି

୧୦- ସେ କେଉଁ ଡ୍ରାଇଭର ଯାହାର ଲାଇସେନ୍ସ ଦରକାର ହୁଏ ନାହିଁ ?

ଉ: ସ୍କୃ-ଡ୍ରାଇଭର

୧୧- ସେ କିଏ ଯିଏ ମୂକ, ଅନ୍ଧ ଓ ବଧିର ହେଲେ ମଧ୍ୟ ସତ କୁହେ ?

ଉ: ଆଇନା

୧୨- ସେ କେଉଁ ଫୁଲ ଯାହା କେବେ ହେଲ ଫୁଟି ନଥାଏ ?

ଉ: ଏପ୍ରିଲ ଫୁଲ୍

୧୩- ସେ କିଏ ଯିଏ ରାସ୍ତା ଦେଖି ପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଇଥାଏ ?

ଉ: ଅନ୍ଧ ଲୋକଙ୍କ ବାଡି

୧୪- ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?

ଉ: ଛୁଞ୍ଚି ଓ ସୂତା

୧୫- ସକାଳେ ୪ଟି ଗୋଡ, ଦ୍ଵିପ୍ରହରେ ୨ଟି ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ । ତାହା କ’ଣ ?

ଉ: ମଣିଷ (ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ)

୧୬- ଗଛ ଲଗେଇଲି ଫଳିବା ପାଇଁ, ଫଳିଲା ପାଚିଲା ହେଲେ ଝଡିଲା ନାହିଁ ?

ଉ: ଭେଣ୍ଡି

୧୭- କାଗଜରେ ଦିଏ ଜୀବନ ଲେଖି, କାଗଜ ଦେଖିଲେ ମିଳେ ଜୀବନ । କହିକି ପାରିବ ନାମ ତାହାର ?

୧୮- ଔଷଧ

୧୮- ମୋ ସାମନାକୁ ଯିଏ ଆସେ ସେ ମୁରୁକି ହସେ , ମୁଁ କିଏ ?

ଉ: କ୍ୟାମେରା

୧୯- ପୋଡେ କିନ୍ତୁ ସେ ନିଆଁ ନୁହେଁ, ତାହା କ’ଣ ?

ଉ: ଲଙ୍କା

୨୦- ତାହା କ’ଣ ଯାହା ଆମେ ବର୍ଷରେ ଥରେ କିଣୁ, ବର୍ଷସାରା ବ୍ୟବହାର କରୁ ତା’ପରେ ଫୋପାଡି ଦେଉ ?

ଉ: କ୍ଯାଲେଣ୍ଡର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।