ଯଦି ସ୍ଵପ୍ନରେ ଆପଣଙ୍କୁ ଦେଖାଯାଏ ଏହି ୩ଟି ଜିନିଷ, ତେବେ ଭୁଲରେ ବି କାହାକୁ କୁହନ୍ତୁ ନାହିଁ ନହେଲେ

ସାଧାରଣତଃ ଦେଖା ଯାଇଛି କି ଆମେ ରାତିରେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ସକାଳ ପର୍ଯ୍ୟନ୍ତ ଭୁଲିଯାଉ । କିନ୍ତୁ କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ସକାଳ ପର୍ଯ୍ୟନ୍ତ ବି ମନେଥାଏ । ଏହା ପରେ ଯେଉଁ ସ୍ଵପ୍ନ ଆମକୁ ମନେଥାଏ ସେହି ସ୍ଵପ୍ନ ବିଷୟରେ ଆମେ କୌଣସି ବି ବ୍ୟକ୍ତିକୁ କହିଦେଉ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସେହି ସ୍ଵପ୍ନ ଗୁଡିକ ବିଷୟରେ ଯାହାକୁ ଆପଣ କାହା ସହିତ ବି ଶେୟାର କରିବା ଉଚିତ ନୁହେଁ । ଏହି ୩ଟି ସ୍ଵପ୍ନ ଦେଖିବେ ତ କାହାକୁ ବି କହିବେ ନାହିଁ କାରଣ ଆପଣଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିପାରେ ।

ଏହି ତିନୋଟି ଜିନିଷ ସ୍ଵପ୍ନରେ ନଜର ଆସିଲେ କାହାକୁ ବି କୁହନ୍ତୁ ନାହିଁ

ସ୍ଵପ୍ନରେ ସାପକୁ ଦେଖିବା

ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ କେବେ ନା କେବେ ସାପର ସ୍ଵପ୍ନ ଦେଖିଥିବେ । କହିବାକୁ ଗଲେ ଏହା ଏକ ଶୁଭ ସଂକେତ ଅଟେ । ଯଦି ଆପଣ ସ୍ଵପ୍ନରେ ସାପକୁ ଦେଖୁଛନ୍ତି ତେବେ ନିଜର ସ୍ଵପ୍ନ ବିଷୟରେ କାହାକୁ ବି କୁହନ୍ତୁ ନାହିଁ । ଜ୍ୟୋତିଷଙ୍କ ଅନୁସାରେ, ସ୍ଵପ୍ନରେ ସାପ ଦେଖିବାର ଅର୍ଥ ଭବିଷ୍ୟତରେ ମାନ – ସମ୍ମାନ ମିଳିବାର ଅଛି । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କହୁଛନ୍ତି ତେବେ ଏହାର ପ୍ରଭାବ କମ ହୋଇଯାଏ ।

ନଦୀ ନିକଟରେ ବସିଥିବାର ଦେଖିବା

ସ୍ଵପ୍ନରେ ନିଜକୁ ନଦୀ ନିକଟରେ ବସିଥିବାର ଦେଖିବେ ତ ଏହା ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ । ଏହା ଛଡା ନିଜକୁ ନଦୀରେ ପହଁରିବା କିମ୍ବା ଜଙ୍ଗଲରେ ବୁଲୁଥିବାର ଦେଖୁଛନ୍ତି ତେବେ ଏହା ବିଷୟରେ ବି କାହାକୁ କୁହନ୍ତୁ ନାହିଁ । କାରଣ ଏହି ସ୍ଵପ୍ନ ଭବିଷ୍ୟତରେ ଭଲ ସମୟର ସଂକେତ ଅଟେ । ଏହି ପ୍ରକାରର ସ୍ଵପ୍ନ ବିଷୟରେ ବି କାହା ସହିତ କଥାବାର୍ତ୍ତା କରିବା ବି ଉଚିତ ନୁହେଁ । ଏହା ଦ୍ଵାରା ଏହି ସ୍ଵପ୍ନର ପ୍ରଭାବ କମ ହୋଇଯାଏ ।

ସ୍ଵପ୍ନରେ ମୃତ୍ୟୁ ଦେଖିବା

ଯଦି ଆପଣ ସ୍ଵପ୍ନରେ ନିଜକୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିକୁ ମୃତ ଅବସ୍ଥାରେ ଦେଖୁଛନ୍ତି ତେବେ ଭୟ କରନ୍ତୁ ନାହିଁ । ଏହା ଏକ ଶୁଭ ସଂକେତ ଅଟେ । କିନ୍ତୁ ଏହିଭଳି ସ୍ଵପ୍ନ ଦେଖିବା ପରେ ଲୋକମାନେ ଏହା ବିଷୟରେ ସଙ୍ଗେ ସଙ୍ଗେ କାହାକୁ ନା କାହାକୁ କହି ଦିଅନ୍ତି । କହିବାକୁ ଗଲେ ଏହିଭଳି କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵପ୍ନର ପ୍ରଭାବ କମ ହୋଇଯାଏ । ଏହି ପ୍ରକାରର ସ୍ଵପ୍ନର ଅର୍ଥ ଏହା ଅଟେ କି ଆପଣଙ୍କୁ ନିଜର ସମସ୍ତ ସମସ୍ୟାରୁ ମୁକ୍ତି ମିଳିବାର ଅଛି । ଏହି ଭଳି ସ୍ଵପ୍ନକୁ କାହା ସହିତ ଶେୟାର କରନ୍ତୁ ନାହିଁ ।