ଯଦି କେହି ବାରମ୍ବାର ଆପଣଙ୍କର ଅପମାନ କରୁଛି, ତେବେ କଣ କରିବା ଉଚିତ ? ଜାଣି ରଖନ୍ତୁ ଏହି 5 ଟି କଥା- Motivational Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଇଜ୍ଜତ ଠାରୁ ମଣିଷ ପାଇଁ ଆଉ କିଛି ବି ବଡ ଜିନିଷ ହୋଇନଥାଏ । ଯେଉଁ ମଣିଷ ର କେହି ଇଜ୍ଜତ ହିଁ କରନ୍ତିନି, ଯେଉଁ ମଣିଷ ର ସବୁ ଜାଗା ରେ ଅପମାନ ହୋଇଥାଏ ।ସେ ମଣିଷ ବଞ୍ଚି ଥାଇ କି ବି ମଲା ମଣିଷ ପରି ହୋଇଥାଏ । ବହୁତ ଲୋକ କୁହନ୍ତି ଆମକୁ କେହି ଇଜ୍ଜତ କରୁନାହାନ୍ତି । ସବୁ ଜାଗା ରେ ଆମକୁ ଅପମାନିତ କରନ୍ତି । କଣ କରିପାରିବା ଆମେ ଏମିତି ? ଏହି କିଛି ଜିନିଷ ଅଛି ଯାହା କରିଲେ ଆପଣଙ୍କୁ ସମସ୍ତେ ଇଜ୍ଜତ କରିବାକୁ ଲାଗିବେ ।

ଆଉ ଯାହା ପାଖରେ ଏହି ଜିନିଷ ନାହିଁ ତାକୁ କେହି ଇଜ୍ଜତ କରିପାରିବେ ନାହିଁ ।ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ । ସ୍ୱାଭିମାନ, ଯେତେବେଳ ଯାଏ ତୁମେ ନିଜେ ନିଜର ଇଜ୍ଜତ କରିପାରିବ ନାହିଁ ,ସେତେବେଳ ଯାଏ ତୁମକୁ କେହି ଇଜ୍ଜତ କରିପାରିବେ ନାହିଁ ।

ଆଜି ଯାଏ ବହୁତ ଲୋକ ଏମିତି ଅଛନ୍ତି ଯିଏ ନିଜକୁ ହିଁ ଇଜ୍ଜତ କରନ୍ତି ନାହିଁ । ନିଜକୁ ହିଁ ପସନ୍ଦ କରନ୍ତି ନାହିଁ । ଭାବନ୍ତି ଯେ ମୁଁ ମୋ ନିଜକୁ ପସନ୍ଦ କରେ ନାହିଁ । ମୋତେ ଘୃଣା ମୋ ନିଜକୁ ,ମତେ ଘୃଣା ମୋ ଜୀବନ କୁ । କଣ ତମକୁ ତମେ ନିଜର ପସନ୍ଦ କି ,କଣ ତୁମକୁ ତୁମ ଜୀବନ ପସନ୍ଦ ?ଏହି ପ୍ରଶ୍ନ ତୁମେ ତୁମ ନିଜକୁ ପ୍ରଥମେ ପଚାରିବ । କଣ ତୁମକୁ ତୁମେ ନିଜର ପସନ୍ଦ ? କଣ ତୁମକୁ ତୁମ ଜୀବନ ପସନ୍ଦ । ତୁମେ ତୁମ ନିଜର ଇଜ୍ଜତ କେମିତି କରିବ ? ଯେ ପର୍ଯ୍ୟନ୍ତ ତୁମର ନିଜର କିଛି ନୀତିନିୟମ କରି ନ ଦେଇଛ ।

ଯେଉଁ ଯାଏ ତୁମେ ନିଜର କିଛି ଠିକ କରିନ ସେ ପର୍ଯ୍ୟନ୍ତ ତୁମକୁ କେହି ବି ଇଜ୍ଜତ କରିବେ ନାହିଁ । ସବୁ ଜାଗା ରେ ସବୁ କଥା ସହିଯିବା , ସେ କଥା ସବୁ ଶୁଣିବା ଏଥିରେ ତମର ମହାନତା ଜଣା ପଡେ ନାହିଁ । କେଉଁଠି ସହିବାର ଅଛି ଆଉ କେଉଁଠି କହିବାର ଅଛି ଏ କଥା ଆପଣଙ୍କୁ ଜାଣିବା ନିହାତି ଦରକାର । ସବୁ ଜାଗା ରେ ସହିଯିବା ଏହା ଭୟାଳୁ ର ଲକ୍ଷଣ ହୋଇଥାଏ , ନା କି ମହାନତା ର । କିନ୍ତୁ ସବୁ ଜାଗା ରେ ଲଢ଼ିବା ଟା ବି ମୁର୍ଖତା ର ଲକ୍ଷଣ ହୋଇଥାଏ କ୍ରୋଧ ର ଲକ୍ଷଣ ହୋଇଥାଏ । ବୁଦ୍ଧିମାନ ଲୋକ ର ଗୁଣ ନୁହେଁ ଏହା । ବୁଦ୍ଧିମାନ ଲୋକ ସେହି ଯିଏ ନିଜ ପାଇଁ ଏମିତି ଉତ୍ତର ଦେବ ଯେଉଁଥିରେ ତାର ସ୍ୱାଭିମାନ ଦେଖାଯିବ । ନା କି ତାର କ୍ରୋଧ ।

କ୍ରୋଧ କେଉଁଠି ବି ଦେଖାଯିବା କଥା ନୁହେଁ । ଆପଣ ଯେତେବେଳେ କଥା କୁହନ୍ତି ସେତେବେଳେ ରାଗ ରେ କୁହନ୍ତି ନା କି ନିଜ ସ୍ୱାଭିମାନ ପାଇଁ । ତେବେ ସବୁଠୁ ପ୍ରଥମ ନିଜର ସ୍ୱାଭିମାନ । ଯେତେବେଳେ ତୁମେ କାହା ପାଇଁ ଝୁରି ହୁଅ କାହା ପଛରେ ଗୋଡାଇ ଗୋଡାଇ ନିଜ ସହ ରହିବାକୁ ଅନୁରୋଧ କର । ଆଉ ଯେତେବେଳେ କେହି ତୁମର ଇଜ୍ଜତ ନ କଲେ ବି ତୁମେ ତା ପଛରେ ପଡ଼ିଥାଅ ସେତେବେଳେ ତୁମର ଜାଣିଯିବା କଥା ଯେ ତୁମର ନିଜର ନିଜ ପ୍ରତି ଇଜ୍ଜତ ନାହିଁ ।

ଯେତେବେଳେ କେହି ତୁମ ପ୍ରେମ ର ଖାତିରି କରେନାହିଁ । ଯେତେବେଳେ ଜଣେ ତୁମ କୁ ଖାତିରି କରେନାହିଁ ।ତୁମେ ତା ପାଇଁ ଯେତେ ଯାହା କଲେ ବି ସେ ତୁମର ଇଜ୍ଜତ କରିବା ଶିଖିପାରେ ନାହିଁ । ତେବେ ତୁମେ ନିଜେ ନିଜକୁ ସେହି ଜାଗା ରୁ ଦୁରେଇ ରଖ । କାରଣ ଯେଉଁଠି ତୁମର ଆଉ ତୁମ ପ୍ରେମ ର ଖାତିରି ନାହିଁ ସେଇଠି ତୁମେ ରହିକି ଯେତେ ନ ରହିକି ବି ସେତେ ହୋଇଥାଏ । ତୁମର ରହିବା ନ ରହିବା ସେ ଲୋକ କୁ କିଛି ଫରକ ପକାଇନଥାଏ । ତେବେ ସବୁବେଳେ ପ୍ରଥମେ ନିଜର ଇଜ୍ଜତ କରିବା ଶିଖ । ପ୍ରଥମେ ନିଜର ସମ୍ମାନ କଲେ ହିଁ ତାପରେ ଲୋକମାନେ ସମ୍ମାନ କରିବେ ।

ତେବେ ବନ୍ଧୁଗଣ, ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ, ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ ।