ଚାଣକ୍ୟ ନୀତି- ଯଦି କେବେ ଏମିତି ଝିଅ ମିଳୁଛି ତେବେ ତୁରନ୍ତ ବାହା ହେଇଯାଆନ୍ତୁ, ହେବ ଖାଲି ଉନ୍ନତ୍ତି

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ନୀତିଗ୍ରନ୍ଥ ଅଟେ । ଏଥିରେ ଚାଣକ୍ୟ ମନୁଷ୍ୟ ଜୀବନର ସବୁ ସମସ୍ୟାର ସମାଧାନ ବିଷୟରେ ଲେଖିଛନ୍ତି ଓ ତାହାର ସମଧାନ ବିଷୟରେ ବି ଉଲ୍ଲେଖ କରିଛନତି । କହିବାକୁ ଗଲେ ଚାଣକ୍ୟ ନିଜର ନୀତି ଦ୍ଵାରା ଚନ୍ଦ୍ରଗୁପ୍ତଙ୍କୁ ରାଜା କରିଥିଲେ । ଚାଣକ୍ୟଙ୍କ ଦ୍ଵାରା ରଚିତ ସବୁ ନୀତି ଆପଣଙ୍କର ଜୀବନରେ କୌଣସି ନା କୌଣସି କ୍ଷେତ୍ରରେ ନିଶ୍ଚିତ କାମରେ ଆସିବ । ଆଜି ଆମେ ଆପଣଙ୍କ ପାଇଁ ଚାଣକ୍ୟଙ୍କ ଦ୍ଵାରା ରଚିତ ସେହି ନୀତିଗ୍ରନ୍ଥରୁ କିଛି ନୀତି ନେଇ ଆସିଛୁ ।

ପ୍ରାୟତଃ କହିବାକୁ ଗଲେ ସମସ୍ତେ ନିଜର ବାହାଘରକୁ ନେଇ ଚିନ୍ତିତ ଥାନ୍ତି । ସାଧାରଣ ଭାବେ ପୁରୁଷମାନେ ଏହି ସମସ୍ୟାକୁ ନେଇ ବହୁତ ଅସୁବିଧାରେ ପଡିଯାନ୍ତି । ସେମାନେ ସବୁବେଳେ ଚିନ୍ତା କରନ୍ତି ଯେଉଁ ଝିଅକୁ ସେ ବାହା ହେବେ ସେହି ଝିଅ କେମିତି ହୋଇଥିବ ଓ ତାଙ୍କ ଜୀବନରେ ତାହାର ଭୂମିକା କେଉଁଭଳି ରହିବ ।

ସେ ଖୁସିରେ ଚାଳିପାରିବେ କି ନାହିଁ । ଏହିଭଳି ଅନେକ ପ୍ରଶ୍ନ ମନରେ ଆସିଥାଏ । ଶାସ୍ତ୍ରରେ କିମ୍ବା ଚାଣକ୍ୟ ନୀତିରେ ଲେଖା ହୋଇଛି କି କେଉଁ ପ୍ରକାର ନାରୀ ମିଳିଲେ ତା ସହ ବିବାହ କରିବା ଦ୍ଵାରା ପୁରୁଷମାନଙ୍କର କୌଣସି ଅସୁବିଧା ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ନାରୀମାନଙ୍କ ବିଷୟରେ ।

୧ – ଯଦି କୌଣସି ନାରୀ ଠିକ ଠାକ କମ କରି ନ ଥାଏ କିନ୍ତୁ ପରିବାର ସବୁ ଦାୟିତ୍ଵକୁ ତୁଲାଇବାରେ ସକ୍ଷମ ହୋଇଥାଏ ତେବେ ସେହିଭଳି ସ୍ତ୍ରୀ ପରିବାରର ସମ୍ମାନ ବଢାଇଥାଏ ।

୨ – ଯେଉଁ ନାରୀ ନିଜ ଠାରୁ ବୟସରେ ବଡ ଲୋକମାନଙ୍କୁ ସମ୍ମାନ ଦେଇ ଜାଣିଥାଏ ସେହିଭଳି ନାରୀମାନେ ପରିବାରକୁ ଶୃଙ୍ଖଳିତ ରଖିଥାନ୍ତି କିମ୍ବା ଏକ ସୂତାରେ ବାନ୍ଧି ରଖିଥାନ୍ତି ।

୩ – ଯେଉଁ ନାରୀ ପରିବାରର ପରମ୍ପରା ଓ ସଂସ୍କୃତିକୁ ପାଳନ କରିଥାଏ ଏହିଭଳି ନାରୀମାନେ ବି ବିବାହ ପାଇଁ ଶ୍ରେଷ୍ଠ ହୋଇଥାନ୍ତି । ଏହିଭଳି ନାରୀ ସ୍ଵାମୀଙ୍କ ପାଇଁ ଶୋଭାଗ୍ୟବତୀ ହୋଇଥାନ୍ତି । ଯେଉଁ ନାରୀ ପୂଜା ପାଠ ଦ୍ଵାରା  ଦେବୀ ଦେବତାଙ୍କ ପୂଜା ଅର୍ଚନା କରିଥାନ୍ତି ସେମାନଙ୍କ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଏକତା ଓ ତାଳମେଳ ବି ରହିଥାଏ ।

୪ – ଯେଉଁ ସ୍ତ୍ରୀ ମାନେ ସଞ୍ଚୟ କରିବା ଶିଖିଥାନ୍ତି ସେହିଭଳି ସ୍ତ୍ରୀ ପରିବାର ପାଇଁ ଶୁଭ ଅଟେ, ସେହି ପରିବାରକୁ ଆର୍ଥିକ ପରିସ୍ଥିରୁ ଉଧାର କରିବାରେ ଗୁରୁତ୍ବପୂର୍ଣ ଭୂମିକା ବହନ କରିଥାଏ, ଏହିଭଳି ସ୍ତ୍ରୀକୁ ଲକ୍ଷ୍ମୀ ପ୍ରତିମା ବୋଲି କୁହାଯାଏ ।

୫ – ଯେଉଁ ନାରୀର କଥା ମିଠା ଓ ଜାଦୁଗରୀ ହୋଇଥାଏ, ତାଙ୍କ କଥାରୁ ଅନ୍ୟର ଦୁଖ ଅପସରି ଯାଏ, ସେହିଭଳି ନାରୀ ବିବାହ ପାଇଁ ଯୋଗ୍ୟ ଅଟନ୍ତି ।

୬ – ଯେଉଁ ନାରୀ ଅସୁବିଧା ସମୟରେ ଉଚିତ ପରାମର୍ଶ ଦେଇଥାଏ, ସେହି ନାରୀକୁ ବିବାହ କରିବା ଦ୍ଵାରା ପୁରୁଷର ସବୁ ସମସ୍ୟା ଦୂର ହୋଇଥାଏ ।

୭ – ଯେଉଁ ସ୍ତ୍ରୀ ନିଜ ଭାଇ ଭଉଣୀଙ୍କ ଭଲ ଭାବରେ ଯତ୍ନ ନେଇଥାଏ ଓ ପରିବାର ସବୁ ସଦସ୍ୟଙ୍କ ମନ ନେଇ ଚଲିଥାଏ, ପରିବାର ସମ୍ପର୍କୀୟଙ୍କ ସହ ବି ଭଲ ସମ୍ପର୍କ ରଖିଥାଏ । ସେହିଭଳି ନାରୀ ବିବାହ ଯୋଗ୍ୟ ଅଟନ୍ତି ।

୮ – ଯେଉଁ ନାରୀ ନିଜର ଅଭିମାନ ବଜାୟ ରଖେ, ପରିବାରର ସମ୍ମାନ ରକ୍ଷା କରିଥାଏ, ସେହିଭଳି ନାରୀ ବିବାହ ଯୋଗ୍ୟ ଅଟନ୍ତି ।

୯ – ଯେଉଁ ସ୍ତ୍ରୀ ମନରେ ଅହଂକାର ନ ଥାଏ ନିଜଠୁ ଅଧିକ ଅନ୍ୟର ଖୁସିକୁ ମହତ୍ଵ ଦେଇଥାନ୍ତି । ସେହିଭଳି ପରିବାରକୁ ଖୁସିରେ ରଖିଥାନ୍ତି ।

୧୦ – ଯେଉଁ ସ୍ତ୍ରୀ ଖରାପ ପରିସ୍ଥିରେ ମଧ୍ୟ ନିଜ ପରିବାରକୁ ହାତ ଛଡା କରି ନ ଥାଏ ଓ ଅସୁବିଧା ସମୟରେ ପରିବାରକୁ ସବୁ ସମ୍ପର୍କକୁ ବଜାୟ ରଖିଥାଏ । ଏହିଭଳି ସ୍ତ୍ରୀ ବିବାହ ଯୋଗ୍ୟ ଅଟନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।