ଯଦି କାହାର ହାତ ଧରୁଛନ୍ତି ତ ଏହା ଭାବିକି ଧରନ୍ତୁ, କିଛିବି ଅସୁବିଧା ହେଲେ କରନ୍ତୁ ଏହି କାମ ! -Krishna Vani

ଟିଭି ଜଗତରେ ଚାଲିଥିବା ସିରିଏଲରେ ଅନେକ କଳାକାର ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏହି କଳାକାର ମାନେ ନିଜ ଚରିତ୍ରକୁ ଖୁବ ଭଲ ଭାବେ ପରିଦର୍ଶନ କରିବାରେ ସଫଳ ହୋଇଛନ୍ତି । ଏହି ସିରିଏଲ ଗୁଡିକ ମଧ୍ୟରୁ ଏମିତି କିଛି ଖାସ ସିରିଏଲ ରହିଛି ଯେଉଁଥିରେ ଅଧିକାଂଶ ସମୟରେ ପ୍ରେମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣ ମାନଙ୍କୁ ଷ୍ଟାର ଭାରତରେ ଚାଲିଥିବା ଧାରାବାହିକ “ରାଧା କ୍ରୀଷ୍ଣା” ସିରିଏଲ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ଏହି ସିରିଏଲରେ ଅଭିନତା ଓ ଅଭିନେତ୍ରୀ ଯିଏ ରାଧା ଓ କ୍ରୀଷ୍ଣା ଚରିତ୍ରରେ ଅଭିନୟ କରୁଛନ୍ତି ସେମାନେ ତାଙ୍କର ଖୁବ ସୁନ୍ଦର ଅଭିନୟରେ ସିରିଏଲଟିକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ସିରିଏଲରେ ରାଧା ଓ କ୍ରୀଷ୍ଣାଙ୍କର ପ୍ରେମ କାହାଣୀ ସମ୍ଭଧିତ କିଛି କଥା କୁହାଯାଇଛି । ଆପଣ ଯେଉଁ ଝିଅର ହାତ ଧରିବେ ବା ବିବାହ କରିବେ ଯେତେ ଝଡ ଝଞ୍ଜା ଆସୁପଛେ ନିଜ ଜୀବନ ସାଥିଙ୍କର ହାତ ଛାଡିବା ଉଚିତ ନୁହେ ।

ନିଜ ଜୀବନ ସାଥୀଙ୍କର ହାତ କେବେ ବି ଛାଡିବା କଥା ନୁହେ । ସମୟ ଓ ପରିସ୍ଥିତି ଯାହା ହେଉ ନା କାହିଁକି, ଯଦି ମିଳନ ହେବା ସମ୍ଭବ ହୋଇନଥାଏ ତେବେ ବି ନିଜ ସାଥିର ହାତ ଛାଡିବା କଥା ନୁହେ । ନିଜ ଉପରେ ଭରସା କରି ନିଜ ପ୍ରେମ ଉପରେ ଭରସା କରିଲେ ରାସ୍ତା ଆପେ ମିଳିଯାଏ ଓ ନିଜ ସାଥିଙ୍କ ସହ ଆପଣଙ୍କର ମିଳନ ହୋଇଥାଏ । କେବେ ବି ଏହା ଭାବି କାହାର ହାତ ଧରିବେ ନାହି ଯେ କିଛି ଦିନ ପାଇଁ ଟାଇମ ପାସ କରି ହାତ ଛାଡି ଦେବେ କିମ୍ବା କୌଣସି କଠିନ ପରିସ୍ଥିତି ଆସିଲେ ତାର ହାତ ଛାଡିଦେବେ ।

ଏମିତି କାହା ସହ କରିବେ ନାହି କାରଣ କାହାର ଫିଲ୍ଲିଂସ ସହ ବା କାହାର ମୁଲ୍ଯବାନ ସମୟ ସହ ଖେଳ ଖେଳିବା ଠିକ କଥା ନୁହେ । ପ୍ରତେକ ମଣିଷର ନିଜର ମହତ୍ଵ ରହିଛି । ଯଦି ଆପଣଙ୍କ ସହ କେହି ଦେଖା ହେଉଛି, କଥା ହେଉଛି, ପ୍ରେମ କରୁଛି ବା ଆପଣଙ୍କ ପାଇଁ ନିଜର ମୂଲ୍ୟବାନ ସମୟ ଦେଉଛି ତେବେ ତାହାର ମହତ୍ଵ ବୁଝିବା ଦରକାର ଅଟେ । ତାଙ୍କୁ ଭଲ ପାଆନ୍ତୁ, ତାଙ୍କର ସାଥ ଦିଅନ୍ତୁ କାରଣ ତାଙ୍କର ସବୁ ସ୍ଵପ୍ନ ଆପଣଙ୍କ ସହ ଯୋଡି ହୋଇ ରହିଥାଏ ।

ଯଦି ତାର ଆପଣଙ୍କ ସହ ସାଥିରେ ରହିବା କେତେ ଜରୁରୀ, ସେ ଆପଣଙ୍କ ପାଇଁ କେତେ ଖାସ ମଣିଷ ଏହି କଥାଟିକୁ ଅନୁଭବ ନ କରାଇ ପାରିବେ ତେବେ କାହା ସହାୟତା ସମ୍ପର୍କ ଯୋଡିବା ବେକାର ହୋଇଥାଏ । ପ୍ରତେକ ସମ୍ପର୍କରେ ଦୁଖ ସୁଖ ଲାଗିରହିଥାଏ । ଏହି ସମୟରେ ଭଗବାନ ଶ୍ରୀ କୃଷ୍ଣ ଆପଣଙ୍କର ପରୀକ୍ଷା ନେଇଥାନ୍ତି । ଭଗବାନ ଦେଖନ୍ତି ଯେ ଆପଣ ଏହି ପରୀକ୍ଷାରେ ସଫଳ ହେଉଛନ୍ତି ନା ହାରି ଯାଉଛନ୍ତି ।

ନିଜ ଜୀବନ ସାଥି ସହିତ ଆପଣ ଆଗକୁ ହାତ ଧରି ଚାଲୁଛନ୍ତି ନା ତାକୁ ଅଧା ରାସ୍ତାରୁ ତା ହାତ ଛାଡି ଦେଉଛନ୍ତି । ଯଦି ଆପଣ କାହାକୁ ପ୍ରେମ କରି ସମ୍ପର୍କ ରଖିଛନ୍ତି ତେବେ ତା ସହିତ ସାରା ଜୀବନ ବିତାଇବାକୁ ସଂକଳ୍ପ କରିବା ଉଚିତ । କେବେ ବି କାହାର ମୂଲ୍ୟବାନ ସମୟ ବରବାତ କରିବା ଉଚିତ ନୁହେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।