ଯଦି ଆପଣ ଚାହୁଞ୍ଚନ୍ତି କି ବୁଢା ହେବା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ରୋଗ ନ ହେଉ ତେବେ ଗଣ୍ଠି ବାନ୍ଧି ଦିଅନ୍ତୁ ଏହି 1 ନିୟମ (Sanyasi Ayurveda)

କଣ ଆପଣ ଆପଣଙ୍କ ଶରୀରକୁ ଶକ୍ତିରେ ଭରିଦେବାକୁ ଚାହୁଁଛନ୍ତି । କଣ ଆପଣ ଚାହୁଁଛନ୍ତି ଆପଣଙ୍କ ପେଟର କୌଣସି ପ୍ରକାର ରୋଗ ନହେଉ । କଣ ଆପଣ ଚାହୁଁଛନ୍ତି ରୋଗ ପ୍ରତିରୋଧକ ଶକ୍ତି ଆପଣଙ୍କର ଏମିତି ହେଉ ଯେମିତି ରୋଗ ତମ ପାଖକୁ ନ ଆସି ପାରିବ ? ତେବେ ଆଜି ଆମେ ଆପଣଙ୍କୁ ବହୁତ ଭଲ ଉପାୟ ଦେବାକୁ ଯାଉଅଛୁ । ସେହି ଉପାୟ ହେଲା ଗୋଟିଏ ସପ୍ତାହରେ ଥରେ ବ୍ରତ ପାଳନ କରନ୍ତୁ । ଉପବାସ କରନ୍ତୁ ।

ଉପବାସ ର ଏମିତି ମହିମା ରହିଛି ଯାହା ସମସ୍ତ ଧର୍ମରେ ଉପବାସ କରିବାର ପ୍ରଥା ରହିଛି । ଯଦି ଆପଣ ଉପବାସ କରୁଛନ୍ତି ତେବେ ଆପଣଙ୍କ ଶରୀର ଭିତରୁ ସଫା ହୋଇଯିବ । ଉପବାସ କରିବାର ପ୍ରକୃତ ମହତ୍ତ୍ଵ ହେଲା ଆପଣଙ୍କ ଶରୀର ଭିତରୁ ଆରାମ ଦେବା । ଶରୀରକୁ ଆପଣ ଶୋଇ ବିଶ୍ରାମ ନେଉଛନ୍ତି କିନ୍ତୁ ଅଙ୍ଗକୁ ଆରାମ କିପରି ମିଳିବ ! ଅଙ୍ଗ ଉପରେ ଯେଉଁ ଅତ୍ୟଧିକ ଚାପ ରହୁଛି ତାହା ୨୪ ଘଣ୍ଟା କାମ କରି କରି ଆରାମ ମିଳୁନାହିଁ ।

ଯଦି ଆପଣ ଆପଣଙ୍କ ଅଙ୍ଗକୁ ଗୋଟିଏ ଦିନ ପାଇଁ ବିଶ୍ରାମ ଦିଅନ୍ତି ତେବେ ସେହି ଅଙ୍ଗ ଆଗ ଅପେକ୍ଷା ବହୁତ ଭଲ ଏବଂ ଶକ୍ତ ହୋଇଯିବ, ଶରୀର ପୁଣି ମଜବୁତ୍ ହୋଇଯିବ, ପୁଣିଥରେ ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ଯଦି ଆପଣ ଆପଣଙ୍କ ଘରର ସଫା କରୁଛନ୍ତି ତେବେ ସବୁଠାରୁ ଭଲ ଉପାୟ କ’ଣ ? ଆପଣ ପ୍ରଥମେ ଆପଣଙ୍କ ଘରର ଅଳିଆ ଆବର୍ଜ୍ଜନା ସଫା କରନ୍ତି । ଠିକ୍ ସେହିପରି ଆପଣ ଯେତେବେଳେ ଆପଣଙ୍କ ଭିତରୁ ସଫା କରିବାକୁ ପଡ଼ିବ ଯାହାର ମୂଳମନ୍ତ୍ର ହେଲା ଆପଣ ଗୋଟିଏ ଦିନ ଖାଇବା ଖାଆନ୍ତୁ ନାହିଁ । ଆପଣଙ୍କ ଭିତରେ ସଫା ହୋଇଯିବ ।

ଯଦି ଆପଣଙ୍କ ଶରୀରରେ ଖାଦ୍ୟ ପଚି ନଥାଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବେ ପଚି ବାହାରିଯିବ । ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ । ଆପଣଙ୍କ ଲିଭର, ହାର୍ଟ, କିଡନୀ, ଫୁସଫୁସ, ଆପଣଙ୍କ ସମସ୍ତ ଶରୀରରେ ଏହା ପ୍ରଭାବ ପକାଇବ ଥାଏ । ଆପଣଙ୍କ ଶରୀରରେ ଜୀବନ ଆସିଯିବ ।

ଯେତେବେଳେ ଆପଣ ଉପବାସ କରିବେ ସେତେବେଳେ ଆପଣଙ୍କୁ ଲାଗିବ ଶରୀର ଭିତରୁ ଉର୍ଜା ଆସୁଛି, ଶରୀର ଗରମ ହେବାକୁ ଲାଗୁଛି, ଶରୀର ଭିତରୁ ତେଜ ବାହାରୁଛି, ଶରୀର ଆହୁରି ଉର୍ଜିବାନ ହେଇଯିବ । ଖାଲି ଖାଇବା ଦ୍ବାରା ଶରୀରରେ ଶକ୍ତି ଆସି ନଥାଏ, ଖାଦ୍ୟକୁ ପଚାରିବା ଦ୍ବାରା ଆସିଥାଏ । ଆମ ପେଟରେ ପାଚଟରସ ବା ଅଗ୍ନି ଥାଏ ଯାହା ଖାଦ୍ୟକୁ ପଚାଇବାରେ ସାହାଯ୍ୟ କରିଥାଏ ।

ସେହି ଅଗ୍ନି ସୂର୍ଯ୍ୟୋଦୟ ପୂର୍ବରୁ ଏହା ଆରମ୍ଭ ହୋଇଥାଏ ଏବଂ ସୂର୍ଯ୍ୟାସ୍ତ ପରେ ଏହା ବନ୍ଦ ହୋଇଯାଏ । ଆମେ କଣ କରୁ ବିଳମ୍ବ ରାତିରେ ମଧ୍ୟ ଖାଦ୍ୟ ଖାଇଥାଉ । ଏହାଦ୍ବାରା ଖାଦ୍ୟ ପେଟ ଭିତରେ ଅଧା ପଚା ହୋଇ ରହିଯାଏ । ଯେଉଁଥିପାଇଁ ଆପଣଙ୍କର ସମସ୍ତ ସମସ୍ୟା ଆରମ୍ଭ ହୋଇଥାଏ । ସେଥିପାଇଁ ଆପଣ ଉପବାସ ମଝିରେ ମଝିରେ କରିବା ଦରକାର ।