ଏହି କାରଣରୁ ଶୀଘ୍ର ଆସିଥାଏ ବୃଦ୍ଧାବସ୍ଥା, ଯବାନ ରହିବାକୁ ଚାହୁଁଥିଲେ କେବେବି କରନ୍ତୁ ନାହିଁ ଏହି କାମ- ଚାଣକ୍ୟ

ଚାଣକ୍ୟଙ୍କୁ ବହୁତ ଜ୍ଞାନୀ ଏବଂ ବିଦ୍ଵାନ ବୋଲି କୁହାଯାଇ ଥାଏ । ଚାଣକ୍ୟ ମଣିଷ ମାନଙ୍କର ଜୀବନକୁ ନେଇ ତାକୁ ନିଜର ନୀତି ରେ ଉଲେଖ କରିଛନ୍ତି । ସେ ମଣିଷ ସମାଜର କଲ୍ୟାଣ ପାଇଁ ବହୁତ ନୀତିବାଣୀ ଲେଖିଛନ୍ତି ଯାହାକୁ ଆପଣାଇବା ଦ୍ଵାରା ଆମର ଜୀବନ ସୁଖ ଶାନ୍ତିରେ ଭରି ଯିବ । ସେ ନିଜର ଜ୍ଞାନକୁ କେବେ ହେଲେ ବି ନିଜ ଭିତରେ ସୀମିତ ରଖି ନାହାଁନ୍ତି । ଚାଣକ୍ୟ ଏକ ସାଧାରଣ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ଅଖଣ୍ଡ ଭାରତର ସମ୍ରାଟ ମଧ୍ୟ କରିଥିଲେ ।

Image courtesy: Google

ମଣିଷ କେଉଁ କାମ କରିବା ଦ୍ଵାରା ଖୁସିରେ ରହିବ ଏବଂ କେଉଁ କାମ କରିବା ଦ୍ଵାରା ଦୁଖଃ କଷ୍ଟରେ ତାହା ମଧ୍ୟ ଚାଣକ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି । ଚାଣକ୍ୟ ନିଜର ଚାଣକ୍ୟ ନୀତିରେ ଚତୁର୍ଥ ଅଧ୍ୟାୟରେ ୧୭ ଶ୍ଳୋକରେ ସ୍ତ୍ରୀ, ପୁରୁଷ ଏବଂ ଘୋଡା ମାନଙ୍କର ବୃଦ୍ଧାବସ୍ତା କାରଣ ବିଷୟରେ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଚାଣକ୍ୟ ଙ୍କ ଅନୁସାରେ କଣ ପାଇଁ ଶୀଘ୍ର ଲୋକମାନେ ବୃଦ୍ଧ ହୋଇଯାଇଥାନ୍ତି ଏବଂ ଏଥିରୁ କେମିତି ମୁକ୍ତି ପାଇ ପାରିବେ ।

ଅଶ୍ଵା ଜରା ମନୁଷ୍ୟାଣ୍ୟାଂ ବାଜିନାଂ ବନ୍ଧନଂ ଜରା

ଅମୈଥୁନଂ ଜରା ସ୍ତ୍ରୀଣାଙ୍ଗ ବସ୍ତ୍ରାଣମାତପଂ ଜରା ।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ଲଗାତାର ଭ୍ରମଣ କରିଥାଏ ବା ପାଦରେ ଅଧିକ ଚାଲୁଥିବା ବ୍ୟକ୍ତି ଶୀଘ୍ର ବୃଦ୍ଧ ହୋଇ ଯାଇଥାନ୍ତି । ଅଧିକ ଚାଲିବା ଦ୍ଵାରା ଶରୀର ଥକି ଯାଇଥାଏ ସେଥିପାଇଁ ଯଦି ବ୍ୟକ୍ତି ଯୁବକ ହୋଇ ରହିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ ଅଧିକ ଚାଲନ୍ତୁ ନାହିଁ ।

ମନୁଷ୍ୟଙ୍କ ଛଡା ଚାଣକ୍ୟ ଘୋଡା ବିଷୟରେ ବି କହିଛନ୍ତି ଯାହା କି ବ୍ୟକ୍ତିର ସମ୍ପୂର୍ଣ ବିପରୀତ ଅଟେ । ସେ କହିଛନ୍ତି କି ଯଦି ଘୋଡା ମାନଙ୍କୁ ସବୁବେଳେ ବାନ୍ଧି ରଖାଯାଇ ଥାଏ ତାହେଲେ ସେମାନେ ବହୁତ ଶୀଘ୍ର ବୃଦ୍ଧ ହୋଇଯାଇ ଥାନ୍ତି ଏବଂ ତାଙ୍କର ଶକ୍ତି କମି ଯାଇଥାଏ । ଏଥିପାଇଁ ଘୋଡା ମାନଙ୍କୁ ଖୋଲି ରଖିବା ଉଚିତ ।

ଏହାପରେ ଚାଣକ୍ୟ ସ୍ତ୍ରୀ ମାନଙ୍କର ବୃଦ୍ଧା ହେବାର କାରଣ କହିଛନ୍ତି କି ଯଦି ଜଣେ ସ୍ତ୍ରୀ ତା ସ୍ଵାମିଙ୍କ ସହିତ ସମ୍ବନ୍ଧ କରି ନଥାଏ ତାହେଲେ ସେ ଶୀଘ୍ର ବୃଦ୍ଧ ହୋଇ ଯାଇଥାଏ, ଏଥିପାଇଁ ସ୍ତ୍ରୀ ମାନେ ତାଙ୍କ ସ୍ଵାମୀଙ୍କ ସହିତ ପ୍ରାୟତଃ ସମ୍ବନ୍ଧ ବନାଇବା ଦରକାର ।

ଚାଣକ୍ୟ ଶେଷରେ କହିଛନ୍ତି କି ଯଦି କୌଣସି କପଡାକୁ ଅଧିକ ସମୟ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ ତାହେଲେ ତାହା ପୁରୁଣା ହୋଇ ଯାଇଥାଏ ଏବଂ ତାର ରଙ୍ଗ ଉଦଯିବା ଫଳରେ ପୁରୁଣା ହେଇଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।