ଚାଣକ୍ୟ ନୀତି: ଯଦି ଆପଣଙ୍କ ପାଖରେ ଅଛି ଏହି ୩ଟି ଜିନିଷ, ତ ପୃଥିବୀ ପୃଷ୍ଠରେ ହିଁ ମିଳି ପାରିବ ସ୍ବର୍ଗ ପରି ସୁଖ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ଚାଣକ୍ୟ ନୀତିରେ ନିଜ ଜୀବନର ସବୁ ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଛନ୍ତି । ନୀତିଶାସ୍ତ୍ରର ମହାନ୍ ଜ୍ଞାତା ଆଚାର୍ଯ୍ୟ ଚାଣକ୍ୟ ଜୀବନର ସମସ୍ୟା ଗୁଡିକରୁ ବଞ୍ଚିବା ପାଇଁ ଚାଣକ୍ୟ ନୀତି ରେ ଅନେକ ନୀତି ର ଉଲ୍ଲେଖ କରିଛନ୍ତି । ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ ଜଣାଇଛନ୍ତି କି ଯଦି ଆମ ପାଖରେ ଏହି ୩ଟି ଜିନିଷ ଅଛି ତ ପୃଥିବୀ ପୃଷ୍ଟରେ ଆମେ ସ୍ଵର୍ଗ ସୁଖ ଅନୁଭବ କରି ପାରିବା । ତେବେ ଆସନ୍ତୁ ଜାଣିବା ସେଇ ବିଷୟରେ….

ଯସ୍ୟ ପୁତ୍ରୋ ବଶୀଭୂତୋ ଭାର୍ଯ୍ୟା ଛନ୍ଦାନୁଗାମିନୀ ।

ବିଭବେ ଯଶ୍ଚ ସନ୍ତୁଷ୍ଟସ୍ତସ୍ୟ ସ୍ଵର୍ଗ ଇହୈବ ହି ।

ଚାଣକ୍ୟ ନିଜ ନୀତଶାସ୍ତ୍ର ବା ଚାଣକ୍ୟ ନୀତିର ଆଉ ଏକ ଅଧ୍ୟାୟରେ ଲେଖିଥିବ ଏହି ଶ୍ଳୋକ ମାଧ୍ୟମରେ ଜଣାଇଛନ୍ତି କୁ ଯଦି କୌଣସି ବ୍ୟକ୍ତି କି ସନ୍ତାନ ସେମାନଙ୍କ କଥାକୁ ଓ ଆଜ୍ଞାକୁ ପାଳନ କରନ୍ତି ଏବଂ ମାତା ପିତାଙ୍କ ସମ୍ମାନ କରନ୍ତି, ତେବେ ମାତା ପିତାଙ୍କ ପାଇଁ ଏମିତିକା ପରିସ୍ଥିତି କୌଣସି ସ୍ଵର୍ଗ ଠୁ କମ୍ ହୋଇ ନଥାଏ । ଯଦି ସନ୍ତାନ ମାତା ପିତାଙ୍କ କଥା ନମାନି ସେମାନଙ୍କ ଅପମାନ କରନ୍ତି ତେବେ ସେମାନଙ୍କ ଜୀବନ ନର୍କ ସମାନ ହୋଇ ଯଇଥାଏ ।

ଚାଣକ୍ୟଙ୍କ ଅନୁସାରେ ଭାର୍ଯ୍ୟା ବା ବ୍ୟକ୍ତିଙ୍କ ପତ୍ନୀ ସହଯୋଗୀ ବା କଥାକୁ ଶୁଣିଥାଏ ଓ ବୁଝିଥାଏ ତେବେ ବ୍ୟକ୍ତି ସବୁବେଳେ ଖୁସିରେ ରହିଥାଏ । ହେଲେ ଯଦି ପତ୍ନୀ ପତିଙ୍କ କଥା ନମାନେ ତେବେ ବିବାଦ ଉତ୍ପନ୍ନ ହୋଇଥାଏ ଓ ଦୁହିଁଙ୍କ ଜୀବନ ଓ କଷ୍ଟକର ହୋଇଯାଏ ।

କରନ୍ତୁ ଏହି ଉପାୟ:

ଶ୍ଲୋକର ଶେଷରେ ଚାଣକ୍ୟ କହିଛନ୍ତି କି ସଂସ୍କାରି ସନ୍ତାନ ଓ କଥା ମାନୁଥିବା ପତ୍ନୀଙ୍କ ସହ ବ୍ୟକ୍ତି ପାଖରେ ପର୍ଯ୍ୟାପ୍ତ ଧନ ଥାଏ ତେବେ ସେମାନଙ୍କୁ ପୃଥିବୀ ପୃଷ୍ଠରେ ମଧ୍ୟ ସ୍ଵର୍ଗ ର ଅନୁଭୂତି ହୋଇଥାଏ ଏବଂ ସେମାନଙ୍କ ପରିବାର ସବୁବେଳେ ସୁଖୀ ରହିଥାଏ । ଏହା ହେଉଛି ଚାଣକ୍ୟ ନୀତି ଯାହା ଆପଣଙ୍କ ଜୀବନରେ ହେଉଥିବା ସମସ୍ୟାକୁ ଦୂର କରିଥାଏ । ତାଙ୍କ ନୀତି ଅନୁସାରେ ଯାହା କରିବେ ତାହା ଆପଣଙ୍କ ପାଇଁ ଲାଭ ଦାୟକ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।