ଆମେରିକା ଜବରଦସ୍ତି ପଶିଥିଲା, ଏମିତି ଉତ୍ତର ଦେଲା ଚାଇନା, ଦେଖନ୍ତୁ

ଚୀନ ସହରରୁ କରୋନା ଭାଇରସ ଆସିଛି ବୋଲି କହି ଆମେରିକା ଚୀନକୁ ସବୁ କ୍ଷେତ୍ରରେ ପରାସ୍ତ କରିବା ପାଇଁ ଚେଷ୍ଟା କରୁଛି । ଏହି କ୍ରମରେ ଆମେରିକାର Houston ସହରରେ ଚୀନର ଏକ କାଉସିଲିଙ୍ଗ ଅଫିସ ଥିଲା । କିନ୍ତୁ ଏହି କରୋନାର ବିବାଦ କାରଣରୁ ଆମେରିକା ଚୀନର ଏହି କାଉସିଲିଙ୍ଗ ଅଫିସକୁ ୭୨ ଘଣ୍ଟା ମଧ୍ୟରେ ଖାଲି କରି ଚୀନ ଲୋକମାନଙ୍କୁ ନିଜ ଦେଶ ଚାଲି ଯିବା ପାଇଁ ଆମେରିକା ଆଦେଶ ଦେଇଥିଲା ।

କିନ୍ତୁ ୭୨ ଘଣ୍ଟା ସମୟ ପୁରା ହେବା ସଙ୍ଗେ ସଙ୍ଗେ ଆମେରିକା ଚୀନର ଏହି କାଉସିଲିଙ୍ଗ ଅଫିସ ଉପରେ ଆକ୍ରମଣ କରିଥିଲା ଓ ବିଭିନ୍ନ ପ୍ରକାରର ଜାସୁସୀ ଜିନିଷକୁ ଆମେରିକାକୁ ମିଳିଥିଲା । ଏହି ଘଟଣା ପରେ ଏହିଭଳି କିଛି ଆଦେଶ ଚୀନ ଆମରିକାକୁ ମଧ୍ୟ ଦେଇଥିଲା ।

କହିବାକୁ ଗଲେ ଚୀନର Chengdu ସହରରେ ଆମେରିକାର ବି ଏକ କାଉସିଲିଙ୍ଗ ଅଫିସ ଅଛି ଯାହାକୁ ଚୀନ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ଆମେରିକାର ଅଫିସରମାନଙ୍କୁ ନିଜ ଦେଶ ଚାଲି ଯିବା ପାଇଁ ଆଦେଶ ଦେଇଥିଲା । ଚୀନର ଏହି ଆଦେଶ ପରେ ଆମେରିକାର କାଉସିଲିଙ୍ଗ ଅଫିସରମାନଙ୍କୁ ଆମେରିକାର ସରକାର କହି ଥିଲେ କି ଆମେରିକାରେ ଥିବା ଚୀନର କାଉସିଲିଙ୍ଗ ଅଫିସରଙ୍କ ସହ ସେମାନେ କଣ ସବୁ କରିଛନ୍ତି ଓ ଏହା ପରେ ଆମେରିକା ନିଜର କାଉସିଲିଙ୍ଗ ଅଫିସରମାନଙ୍କୁ ଆଦେଶ ଦେଇଥିଲେ କି ଆପଣ ସମସ୍ତେ ନିଜର ସମସ୍ତ ଡାଟାକୁ ଏକାଠି କରି ୭୨ ଘଣ୍ଟା ମଧ୍ୟରେ ସେହି ଜାଗାକୁ ଛାଡି ଦିଅ । ନଚେତ ଚୀନ ଆପଣଙ୍କ ଉପରେ ଆଟାକ କରି ପାରେ ।

ଏହା ପରେ ଆମେରିକା ଅଫିସରମାନେ ନିଜର ସମସ୍ତ ଡାଟାକୁ ଏକାଠି କରି ବାହାରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଚୀନ ଏହା ପୂର୍ବରୁ ହିଁ ନିଜର କିଛି ଅଫିସରଙ୍କୁ ଆମେରିକାର କାଉସିଲିଙ୍ଗ ଅଫିସ ଚାରିପଟେ ଛିଡା କରି ଦେଇଥିଲା । ଯାହା ଦ୍ଵାରା ସେମାନେ ଆମେରିକାର ଅଫିସରମାନଙ୍କ ଗତିବିଧି ବିଷୟରେ ଜାଣି ପାରିବେ । ଏହା ପରେ ଚୀନ ସରକାର କହିଲେ କି ଯେଉଁ ସମୟରେ ଆମେରିକାର ଅଫିସଙ୍କୁ ଏହି ଆଦେଶ ଦିଆଗଲା ତେବେ ସେହି ସମୟରେ ଆମେରିକାର ଅଫିସରମାନେ କିଛି ଫାଇଲ ଜଳାଇବାକୁ ଚେଷ୍ଟା କରୁଛନ୍ତି ।

କିନ୍ତୁ ଯେତେବେଳ ଆମେରିକା ଏହାର ପ୍ରମାଣ ମାଗିଲା ତେବେ ଚୀନ ପ୍ରମାଣ ଦେବାରେ ଅସମର୍ଥ ହେଲା । କାରଣ ଏହା ଏକ ମିଥ୍ୟା ଖବର ଥିଲା । ଏହା ପରେ ଚୀନ ସରକାର ଏହା ବି ଜାଣିବାକୁ ଚେଷ୍ଟା କରିଥିଲେ କି ଆମେରିକା ଅଫିସରମାନେ ଚୀନର କୋଣସି ଡାଟାକୁ ହ୍ୟାକିଙ୍ଗ କରିଛନ୍ତି କି ନାହିଁ । ତେବେ ଏଥିରେ ବି ଚୀନ ସରକାର ଅସଫଳ ହେଲା । ଏହା ପରେ ଆମେରିକାରର ଅଫିସରମାନେ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଲେ ।

ଯେତେବେଳେ ଆମେରିକାର ଅଫିସରମାନେ ଗାଡିରେ ବସି ବାହାରକୁ ବାହରୁଥିଲେ ତେବେ ଚୀନର କିଛି ଅଫିସରମାନେ ସେହି ସମୟରେ ସେହି ସ୍ଥାନରେ ଛିଡା ହୋଇଥିଲେ ଓ ସେମାନେ ଚାହୁଁଥିଲେ କି ଆମେରିକା କିଛି ଭୁଲ କରୁ ଓ ଆମେ ସେହି ଭୁଲକୁ ଧରିବୁ । କିନ୍ତୁ ଆମେରିକା କୌଣସି ବି ପ୍ରକାରର ଜାସୁସୀ କାମ କରୁ ନ ଥିଲା । ଏହି ଘଟଣା ପରେ ଏହା ସ୍ପଷ୍ଟ ହୋଇ ଯାଉଛି କି ଚୀନ ଓ ଆମେରିକା ପରସ୍ପର ମଧ୍ୟରେ କୌଣସି ବି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।