ଆହତ ଯବାନ କହିଲେ ବିବାଦର ପୁରା କାହାଣୀ, କହିଲେ – ଚିନୀ ସୈନିକ କଣ୍ଟା ବାଲା ବାଡିରେ କରିଥିଲେ ଆକ୍ରମଣ

ଲଦ୍ଦାଖର ଗଲୱାନ ଘାଟୀରେ ଭାରତ ଓ ଚିନୀ ସୈନିକ ମଧ୍ୟରେ ହୋଇଥିବା ହିଂସାର ବିବାଦ କେଉଁଭଳି ଭାବରେ ଆରମ୍ଭ ହୋଇଛି ଓ ସେହି ସମୟରେ କଣ କଣ ହୋଇଛି ଏହା ବିଷୟରେ ଜଣେ ଭାରତୀୟ ଯବାନ ସୁରେନ୍ଦ୍ର ସିଂହ କହିଛନ୍ତି । ଏହି ବିବାଦରେ ଆଘାତ ହୋଇଥିବା ଯବାନ ସୁରେନ୍ଦ୍ର ସିଂହ ନିଜର ପରିବାର ଲୋକଙ୍କୁ ଫୋନ କରି ୧୫ ଜୁନକୁ ସନ୍ଧ୍ୟା ସମୟରେ କଣ ହୋଇଥିଲା ଏହାର ପୁରା କାହାଣୀ କହିଛନ୍ତି । ଏହି ସମୟରେ ସୁରେନ୍ଦ୍ର ସିଂହ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି ।

୫ ଘଣ୍ଟା ଚାଲିଲା ବିବାଦ

ରାଜସ୍ଥାନର ନିବାସୀ ଯବାନ ସୁରେନ୍ଦ୍ର ସିଂହ ନିଜର ପରିବାର ବାଲାଙ୍କୁ ଫୋନ କରି କହିଲେ କି ଚିନୀ ସୈନିକ ଗଲୱାନ ଘାଟୀରୁ ବାହାରି ଥିବା ନଦୀ ନିକଟରେ ଅଚାନକ ଆକ୍ରମଣ କରିଦେଲେ । ଏହି ହିଂସା ବିବାଦ ପାଖପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ।ଏହି ବିବାଦରେ ଭାରତର ପାଖପାଖି ୨୫୦ ଓ ଚୀନର ୧୦୦୦ରୁ ବି ଅଧିକ ଯବାନ ସାମିଲ ଥିଲେ । ଗଲୱାନ ଘାଟୀର ନଦୀରେ ପାଖା ପାଖି ୫ ଫୁଟ ଗଭୀର ବହୁତ ଥଣ୍ଡା ପାଣିରେ ଏହି ସଂଘର୍ଷ ଚାଲିଲା ।

ଯେଉଁ ନଦୀ ନିକଟରେ ଏହି ସଂଘର୍ଷ ହେଲା ସେଠୁ କେବଳ ଗୋଟିଏ ହିଁ ବ୍ୟକ୍ତି ବାହାରି ପାରିବ । ସେଥିପାଇଁ ଭାରତୀୟ ସୈନିକମାନଙ୍କୁ ବହୁତ ସମସ୍ୟା ହେଲା ।

କଣ୍ଟା ବାଲା ବାଡିରେ କରିଥିଲେ ଆକ୍ରମଣ

ଏହି ହିଂସା ବିବାଦରେ ଆଘାତ ସୁରେନ୍ଦ୍ର ସିଂହଙ୍କ ଅନୁସାରେ ଚିନୀ ସେନା କଣ୍ଟା ବାଲା ବାଡିରେ ଭାରତୀୟ ସେନା ଉପରେ ଆକ୍ରମଣ କରିଲେ । କହିବାକୁ ଗଲେ ଲଦ୍ଦାଖରେ ଗ୍ଲେଶିୟର କାରଣରୁ ସେଠି ହଥିୟାର ଜାଗାରେ ବାଡି ସହିତ ହିଁ ପେଟ୍ରୋଲିଙ୍ଗ ହୋଇଥାଏ । ଅନ୍ୟ ପଟେ ଯେତେବେଳେ ଏହି ଆକ୍ରମଣ କରାଗଲା ସେତେବେଳେ ଭାରତର ସୈନିକ ବି କମ ଥିଲେ ।

ଆହତ ହୋଇ ପଡିଥିଲେ ପାଣିରେ

ସୁରେନ୍ଦ୍ର ପରିବାର ବାଲାଙ୍କୁ କହିଲେ କି ସେ ସୁସ୍ଥ ଅଛନ୍ତି ଓ ଲଦ୍ଦାଖର ସୈନିକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଗୋଟିଏ ହାତରେ ଫ୍ରାକ୍ଚର ହୋଇଛି ଓ ମୁଣ୍ଡରେ ପାଖାପାଖି ୧୨ଟି ଷ୍ଟିଚ ଲାଗିଛି । ସୁରେନ୍ଦ୍ରଙ୍କ ଅନୁସାରେ ୫ ଘଣ୍ଟା ୫ ଫୁଟ ପାଣିରେ ଏହି ସଂଘର୍ଷରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ସେ ଆହତ ହୋଇ ଯାଇଛନ୍ତି । ଅନ୍ୟ ସୈନିକମାନେ ତାଙ୍କୁ ପାଣିରୁ ବାହାରକୁ ବାହାର କରିଥିଲେ । ଏହା ପରେ ତାଙ୍କୁ ଲଦ୍ଦାଖର ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କର ୧୨ ଘଣ୍ଟା ପରେ ହୋସ ଆସିଲା ।

କହିଦେଉଛୁ କି ୧୫ ଜୁନକୁ ଗଲୱାନ ଘାଟୀରେ ଭାରତ ଓ ଚିନୀ ସେନା ମଧ୍ୟର ହିଂସାର ବିବାଦ ହୋଇଥିଲା ଓ ଏହି ବିବାଦରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି ଓ କେତେକ ଆଘାତ ପ୍ରାପ୍ତ ହୋଇଛନ୍ତି । ଆହତ ସୈନିକମାନଙ୍କ ଚିକିତ୍ସା ଲଦ୍ଦାଖ ହସ୍ପିଟାଲରେ ଚାଲିଛି । ଏହି ହିଂସା ବିବାଦର ଆରମ୍ଭ ଚୀନ ତରଫରୁ ଆରମ୍ଭ କରା ଯାଇ ଥିଲା । ଚୀନ ଭାରତର ସୈନିକମାନଙ୍କ ଉପରେ ଆକ୍ରମଣ କରିବାର ପୁରା ପ୍ରସ୍ତୁତି କରି ଆସିଥିଲା ।

କିନ୍ତୁ ବୋଧେ ଚିନୀ ସେନାଙ୍କୁ ଏହା ଅନ୍ଦାଜ ନ ଥିଲା କି ଭାରତୀୟ ସେନା ବି ଏହାର ସଠିକ ଜବାବ ଦେବେ ଓ ଏହି ହିଂସା ବିବାଦରେ ଭାରତୀୟ ସୈନିକ ଚୀନ ସେନାକୁ ଧୂଳି ଚାଟାଇ ଦେଲେ । ଏହି ବିବାଦରେ ଚୀନକୁ ବି ବହୁତ କ୍ଷତି ହୋଇଛି ଓ ଚିନର ୪୦ରୁ ଅଧିକ ସେନା ମରିଛନ୍ତି । କିନ୍ତୁ ଚୀନ ଏହା ବିଷୟରେ କୌଣସି ଆଧିକାରିକ ରୂପରେ କହି ନାହିଁ କି ତାହାର କେତେ ସୈନିକ ମରିଛନ୍ତି । କିନ୍ତୁ ଚୀନ ଏହା ପୃଷ୍ଟି କରିଦେଇଛି କି ଏହି ବିବାଦରେ ଦୁଇ ସେନାର ସୈନିକମାନଙ୍କୁ ବହୁତ କ୍ଷତି ପହଞ୍ଚିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।