ଇତିହାସ ରଚିଲେ ମିତାଲି, ଜୟସୂର୍ୟାଙ୍କୁ ପଛରେ ପକାଇ ତେନ୍ଦୁଲକରଙ୍କ ପରେ ଏହି କମାଲ କରି ଦେଖାଇଥିବା ଦ୍ୱିତୀୟ କ୍ରିକେଟର

ମିତାଲି ଏବେ ଆମ ଦେଶରେ ଇତିହାସ ରଚିଛନ୍ତି : ସେ ଜୟସୁରୟାଙ୍କୁ ପଛରେ ପକାଇ ତେଦୁଲକରଙ୍କ ପରେ ଏହି କାମାଲ କରିଥିବା ଦୁତୀୟ କ୍ରିକେଟର । ନୂଆଦିଲ୍ଲୀରେ ଖେଳା ଯାଉଥିବା ୦୭ / ୦୩ କୋରୋନା ସମୟ ପାଖାପାଖି ବର୍ଷେ ପରେ ମହିଳାର କ୍ରିକେଟ ଟିମ ମଇଦାନକୁ ଫେରିଛନ୍ତି । ରବିବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ଆରମ୍ଭ ହୋଇ ଯାଇଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମ ଜିତି ଥିଲେ ।

ଏହା ପରେ ଦକ୍ଷିଣ ଆଫ୍ରିକା ଭାରତକୁ ପ୍ରଥମେ ମଉକା ଦେଇଥିଲା ବ୍ୟାଟିଙ୍ଗ କରିବା ପାଇଁ । ଭାରତୀୟ ମହିଳା ଟିମର ପିଲା ମାନେ ପାଖାପାଖି ୩୬୪ ଦିନ ପରେ ମଇଦାନକୁ ଓଲ୍ହାଇଛନ୍ତି । ଟିମ ସମ୍ଭାଳିବା ପାଇଁ ଯେଉଁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ନେତୃତ୍ୟ ନେଇଛନ୍ତି ଏକ ଅଭିଜ୍ଞାନତା ଶାଳି ମହିଳା ନେଇଛନ୍ତି ।

ତାଙ୍କ ନାମ ହେଉଛି ମିତାଳି ରାଜ । ସେ ମଇଦାନକୁ ଓଲ୍ହାଇ ଅନେକ ଖେଳ ଖେଳି ବହୁତ ଗୁଡିଏ ମ୍ୟାଚକୁ ମଧ୍ୟ ଜିତାଇଛନ୍ତି । ସେହି ବହୁତ ଭଲ ଖେଳି ତାଙ୍କ ଅନେକ ଉପଲବ୍ଧି ତାଙ୍କ ନାମରେ କରିଛନ୍ତି । ସେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟରେ ଚତୁର୍ଥ ଦଶକ ଖେଳୁଛନ୍ତି । ସେ ୧୯୯୯ ମସିହାରୁ ଏକ ଦିବସୀୟ କ୍ରିକେଟ ଖେଳି ଆନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ । ଏହା ସହିତ ଦୁନିଆର ବରିଷ୍ଠ ଖେଳାଳି ଶ୍ରୀଲଙ୍କାର ଖେଳାଳି ସନାଥ ଜୟସୂରିୟାଙ୍କୁ ମଧ୍ୟ ବହୁତ ପଛରେ ପକାଇ ଦେଇଛନ୍ତି । ସେ ତାଙ୍କର ଏକ ଦିବସୀୟ ଖେଳ ଅଧିକ ଖେଳିଛନ୍ତି ।

ସଚିନ ତେନ୍ଦୁଲକରଙ୍କ ପରେ ସବୁଠାରୁ ଅଧିକ ଏକ ଦିବସୀୟ କ୍ୟାରିଅର କରିଥିବା କ୍ରିକେଟ ତାଲିକାରେ ମଧ୍ୟ ମିତାଳିଙ୍କର ନାମ ସାମିଲ ରହିଥିବା ଜଣା ପଡିଛି । ସଚିନ ଏକ ଦିବସୀୟ କ୍ୟାରିଅର ୨୨ ବର୍ଷ ୯୧ ଦିନର ଥିଲା । ମିତାଳୀଙ୍କର ଏକ ଦିବସୀୟ କ୍ରିକେଟ କ୍ୟାରିଅରରେ ସେ ୨୧ ବର୍ଷ ୨୫୪ ଦିନର ହୋଇ ଗଲେଣି । ସବୁଠାରୁ ଅଧିକ ଏକ ଦିବାସୀୟ କ୍ରିକେଟ କ୍ୟାରିଅର ତାଲିକାରେ ତୃତୀୟ ସ୍ଥାନରେ ସନଥ ଜୟସୂରିୟା ଥିବାର ଜଣା ଯାଏ ।

ତାଙ୍କ କ୍ୟାରିଅର ୨୧ ବର୍ଷ ୧୮୪ ଦିନର ଥିଲା ବୋଲି ଜଣା ଯାଏ । ୨୦ ବର୍ଷ ୨୭୨ ଦିନ ସହ ଜାଭେଦ ମିଆଁଦାଦ ଚତୁର୍ଥ ସ୍ଥାନରେ ଅଛନ୍ତି । ୩୮ ବର୍ଷୀୟ ଏହି ମହିଳା ଯାହାଙ୍କର ନାମ ମିତାଳି ସେ ୧୯୯୯ ଜୁନ ୨୬ ତାରିଖରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଏକ ଦିବାସୀୟ ମ୍ୟାଚ ଖେଳି ଆନ୍ତଜାତୀୟ କ୍ରିକେଟରେ ପାଦ ରଖିଥିଲେ । ଏହାପରେ ସେ ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢି ଚାଲିଥିଲେ । ଏହି କୋରୋନା ସମୟ ସରିଯିବା ପରେ ସେ ଆଉ ଥରେ ମଇଦାନକୁ ଆସି ଭଲ ଖେକୁଥିବାର ଦେଖାଯାଉଛି ।

ରବିବାର ଦିନ ମଇଦାନକୁ ଆସିବା ପୂର୍ବରୁ ସେ ୨୦୯ ଟି ମ୍ୟାଚରେ ୬ ହଜାର ୮୮୮ ରନ କରିଛନ୍ତି । ସେ ସେଥିରେ ୭ଟି ଶତକ ଓ ୫୩ ଟି ଅର୍ଦ୍ଧଶତକ ମାରିଛନ୍ତି । ଏକ ଦିବସୀୟ ମ୍ୟାଚରେ ତାଙ୍କର ସବୁଠାରୁ ଭଲ ଖେଳୁଥିବା ଇନିଂସରେ କରିଥିବା ରନ ହେଉଛି ୧୨୫ । ସେ ୧୦ଟି ଟେଷ୍ଟ ମ୍ୟାଚ ଓ ୮୯ ଟି ଟି – ୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ