RCB ଟିମରେ Junior Gayle, ଡେବ୍ୟୁ ମ୍ୟାଚରେ ତାଙ୍କ କମାଲ୍ ଦେଖି ଏବେ ସବୁଆଡେ ହେଉଛି ଚର୍ଚ୍ଚା

ଚଳିତ ଆଇପିଏଲ ରେ ନିଜର ପ୍ରଥମ ମ୍ଯାଚରେ ହିଁ କମାଲ କରିଛନ୍ତି ମହିପାଲ । ପୂର୍ବରୁ ରାଜସ୍ଥାନ ତରଫରୁ ଆଇପିଏଲ ଖେଳି ସାରିଥିବା ଏହି ମହିପାଲ ଲୋମରୋର, ଆରସିବି ରେ ଡେବ୍ଯୁ କରିବା ମାତ୍ରେ ନିଜ ଟ୍ୟାଲେଣ୍ଟରେ ସମସ୍ତଙ୍କ ମନ ଜିଣି ନେଇଛନ୍ତି । ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଆରସିବି ର ଏହି ଯୁବ ଖେଳାଳିଙ୍କ ବିଷୟରେ ଜାଣିବାକୁ ଏବେ ସମସ୍ତେ ଇଚ୍ଛୁକ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ମହିପାଲ ଲୋମରୋରଙ୍କ କ୍ରିକେଟ ଲାଇଫ ଓ ରିୟଲ ଲାଇଫ ବିଷୟରେ କିଛି ତଥ୍ୟ ।

ରାଜସ୍ଥାନର ନାଗୋର ଜିଲ୍ଲାରେ ଜନ୍ମ ହୋଇଥିବା ମହିପାଲ ଲୋମରୋର ସେହିଠାରେ ଲାଳିତ ପାଳିତ ହୋଇଥିଲେ । ରାଜସ୍ଥାନର ରଣଜୀ ଟିମ୍ ରେ ଖେଳିବା ପରେ ଅଣ୍ଡର-୧୯ ଟିମ୍ ରୁ ଆଇପିଏଲ ର ସିଜିନ-୫ ରେ ସେ ଆଇପିଏଲ ଖେଳିବାକୁ ସୁଯୋଗ ପାଇଥିଲେ । ଆରସିବି ରେ ତାଙ୍କ ଡେବ୍ୟୁ ମ୍ଯାଚରେ ହିଁ ସେ ଧମାକେଦାର ବ୍ୟାଟିଂ କରି ଦେଖାଇଛନ୍ତି । ଗୁଜୁରାଟ ସହ ଆରସିବି ଏହି ମ୍ଯାଚ ହାରି ଯାଇଥିଲେ ମଧ୍ୟ ମହିପାଲ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।

ତାଙ୍କୁ ଏବେ ସମସ୍ତେ ଜୁନିୟର ଗେଲ୍ କହିବାକୁ ଲାଗିଲେଣି । ପୋଲିସ ଏସଆଇ ଥିବା ମହିପାଲଙ୍କ ଦାଦା ତାଙ୍କୁ ଦୁଇ ବର୍ଷ ବଯସରୁ ଏକ ବ୍ୟାଟ ଦେଇଥିଲେ । ମହିପାଲ ପିଲାବେଳୁ କ୍ରିକେଟରେ ରୁଚି ରଖିଥିଲେ ଓ ସଂଘର୍ଷ କରି ଆଇପିଏଲ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ବିରାଟ କୋହଲି ଆରସିବି ର ପ୍ରଥମ କ୍ୟାପ ତାଙ୍କୁ ଦେଇଥିବାରୁ ମହିପାଲଙ୍କ ପାଇଁ ଏହି ମ୍ଯାଚଟି ବହୁତ ଖାସ୍ ହୋଇ ରହିବ ।

ମହିପାଲଙ୍କ ପୁରା ପରିବାର ନାଗୋରରେ ରହୁଥିଲେ । ଛୋଟ ବୟସରୁ ମହିପାଲଙ୍କୁ ଜଯପୁର ଏକାକୀ ପଠାଇବା ପାଇଁ ତାଙ୍କ ପରିବାର ଚିନ୍ତାରେ ପଡି ଯାଇଥିଲେ । ଏତିକି ବେଳେ ତାଙ୍କ ଜେଜେମା ମହିପାଲଙ୍କ ସହ ଯାଇ ଜୟପୁରରେ ରହିବାକୁ ନିଜ ଗାଁ ଛାଡି ଦେଇଥିଲେ । ସେ ମହିପାଲଙ୍କୁ ଖେଳ ପ୍ରତି ଲଗାତାର ଉତ୍ସାହିତ କରୁଥିଲେ । ଯେବେ ମହିପାଲଙ୍କୁ ପ୍ରଥମ ଥର ପାଇଁ ନାଗୋର ଜିଲ୍ଲା ତରଫରୁ ଖେଳିବାକୁ ସୁଯୋଗ ମିଳିଥିଲା ସେବେଠୁ ତାଙ୍କ ଜୀବନ ଏକ ନୂଆ ମୋଡ ନେଇଥିଲା ।

ତାଙ୍କ ଶାନଦାର ପ୍ରଦର୍ଶନ ଯୋଗୁଁ ଅଣ୍ଡର-୧୪ ଟିମ୍ ରେ ତାଙ୍କର ଚୟନ ହୋଇଥିଲା । ଏହି ମ୍ଯାଚ ମୁମ୍ବାଇରେ ହୋଇଥିବା ବେଳେ ମହିପାଲ ୨୫୦ ରନ୍ ର ଏକ ଶାନଦାର ପାଳି ଖେଳିଥିଲେ । ଏହାପରେ ଅଣ୍ଡର-୧୬ ରଣଜୀ ଟ୍ରଫି ଓ ଭାରତର ଇଣ୍ଟର ରାଙ୍କିଂ କ୍ରିକେଟ ଟିମ୍ ରେ ଲଗାତାର ଶାନଦାର ପ୍ରଦର୍ଶନ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରି ପଡ଼ିଥିଲେ ।

ଏହାପରେ ୨୦୧୬ ରେ ସେ ଦିଲ୍ଲୀ ତରଫରୁ ପ୍ରଥେମ ମ୍ଯାଚ ଖେଳିଥିଲେ । ତା’ ପରେ ରାଜସ୍ଥାନ ରୟାଲ୍ସରେ ମଧ୍ୟ ଲଗାତାର ୪ ଥର ସାମିଲ ହୋଇଥିଲେ ମହିପାଲ । ଆଇପିଏଲ-୧୫ ରେ ମହିପାଲ ନିଜ ନୂଆ ଟିମ୍ ଆରସିବି ପାଇଁ ମ୍ଯାଚ ଖେଳୁଛନ୍ତି । ଗତ ବର୍ଷ ହିଁ ଏକ ପ୍ରାଇଭେଟ କଲେଜରୁ ସେ ନିଜ ଗ୍ରାଜୁଏସନ ଶେଷ କରିଛନ୍ତି ।

ମହିପାଲଙ୍କ ପିତା କହୁଥିଲେ କି ତାଙ୍କ ପୁଅ ଯଦି ରଣଜୀ ଯାଏଁ ଖେଳିଦେବ ସେତିକି ହିଁ ତାଙ୍କ ପାଇଁ ଗର୍ବର ବିଷୟ ହେବ । କିନ୍ତୁ ମହିପାଲ ଆଇପିଏଲ ରେ ଖେଳି ତାଙ୍କ ପରିବାର, ଗାଁ ଓ ରାଜ୍ୟର ନାମ ଉଚ୍ଚ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।