IPL 2021 ଜିତିବା ପାଇଁ କଣ ଅଟେ David Warner ପ୍ଳାନ ?

ଯେବେ ଆଇପିଏଲ ମ୍ଯାଚ ଆରମ୍ଭ ହୁଏ ସେତେବେଳେ ମୁମ୍ବାଇର ଟିମ ସବୁବେଳେ ଜିତିବା ପାଇଁ ପ୍ରୟାସ କରିଥାଏ । ରାଜସ୍ଥାନ ଓ ପଞ୍ଜାବ ଟିମକୁ ଅଣ୍ଡର ଡକ କୁହାଯାଏ । କିନ୍ତୁ ହାଇଦ୍ରାବାଦର ସନରାଇଜ ଟିମକୁ ନେଇ ଅଧିକ ଆଲୋଚନା ହୋଇ ନ ଥାଏ । ପୁଣି ଥରେ ଆପିଏଲ ମ୍ଯାଚରେ ହାଇଦ୍ରାବାଦର ଏହି ଟିମ ଜିତିବା ପାଇଁ ଆଗେଇବା ପାଇଁ ପ୍ରୟାସ କରୁଛି । ଆଜି ଆମେ ଆପଣମାନଙ୍କୁ ଆଇପିଏଲ ମ୍ଯାଚ ବିଷୟରେ କହିବାକୁ ଯାଉଛୁ ।

ହାଇଦ୍ରାବାଦର ଏହି ଟିମରେ ଅନେକ ଖେଳାଳି ରହିଛନ୍ତି । ଛୋଟ ଠାରୁ ଆରମ୍ଭ କରି ବଡ ମ୍ଯାଚ ଜିତିବା ପାଇଁ ଏହି ଟିମର ଖେଳାଳିମାନେ ନିଜର ଜାନ ଲଗେଇ ଦିଅନ୍ତି । ୨୦୧୪ରେ ଏହି ଟିମ ପ୍ଲେ ଅଫରେ ହାରିଥିଲେ । ଏହାଛଡା ୨୦୧୬ରେ ଚାମ୍ପିୟାନରେ, ୨୦୧୭ରେ ପ୍ଲେ ଅଫରେ, ୨୦୧୮ରେ ଫାଇନାଲରେ ଓ ୨୦୧୯ରେ ପ୍ଲେ ଅଫରେ ଏହି ଟିମ ହାରିଥିଲା । ଏହି ଟିମରେ ଅଧିକ ଖେଳାଳି ଥିବାରୁ ଆଉ ୩ଟି ଖେଳାଳିଙ୍କୁ ହାଇଦ୍ରାବାଦ ଟିମ କିଣିଥିଲା ।

ହାଇଦ୍ରାବାଦର ଏହି ଟିମ ୨ କୋଟିରେ କେଦାର ଯାଦବଙ୍କୁ, ୩୦ଲକ୍ଷ୍ୟରେ ଜଗଦୀଶ ସ୍ଵଚ୍ଛିତଙ୍କୁ କିଣି ନିଜ ଟିମକୁ ଆହୁରି ମଜବୁତ କରିଥିଲା । ଏହି ଟିମରେ ଅନୁଭବି ଖେଳାଳି ଦରକାର ଥିବାରୁ କେଦାର ଯାଦବଙ୍କୁ ନିଆଯାଇଛି । ୨୦୨୧ ଆପିଏଲ ନିଲାମି ପରେ ହାଇଦ୍ରାବାଦ ଟିମରେ କୋଣସି ନୂଆ ପରିବର୍ତ୍ତନ ଆସି ନାହିଁ । ଏହି ଟିମରେ କପ୍ତାନ ଡେଭିଡ ୱାର୍ନର ଅଛନ୍ତି । ଏହାଛଡା ଜନି ବେଲଷ୍ଟର, ଭୁବନେଶ୍ବର କୁମାର,କେ.ଏମ. ବିଲିଏମସନ, ରାସଦ ଖାନ, ରିଦିମାନ ସାହା ଏହି ଟିମରେ ଅଛନ୍ତି ।

ଟିମର ବ୍ୟାଟିଂରେ ମନୀଷ ପାଣ୍ଡେଙ୍କ ସହ ପ୍ରିୟମ ଗଡ ଓ ଅଭିଷେକ ଶର୍ମା ଭଳି ୟୁବା ଖେଳାଳି ଅଛନ୍ତି । ଆଇପିଏଲର ସବୁଠୁ ବଡ ସ୍ପିନର ଭାବେ ରାସଦ ଖାନ ଅଛନ୍ତି । ଭାବନେଶ୍ବର କୁମାରଙ୍କୁ ଟିମର ପେଜ ଭାବେ ସିଲେକ୍ଟ କରାଯାଇଛି । ଅଲରାଉଣ୍ଡର ଭାବେ ମହମ୍ମଦ ନବି, ବିଜୟ ଶଙ୍କର, ନିଯୁକ୍ତ ହୋଇଛନ୍ତି । ମନୀଷ ପାଣ୍ଡେ, ପ୍ରିୟମ ଗଡ, ଅଭିଷେକ ଶର୍ମା, କେଦାର ଯାଦବ ଭାବେ ବୋଲିଂ କରିବା ପାଇଁ ସିଲେକ୍ଟ ହୋଇଛନ୍ତି ।

ଗେନ୍ଦବାଜରେ ଭୁବନେଶ୍ବର କୁମାର, ରାସଦ ଖାନ, ସନଦୀପ ଶର୍ମା, ସିଦ୍ଧାନ୍ତ କୋଲ, ମୂଜିପ ଏ ରେହମାନ ଭାବେ ନିଯୁକ୍ତ ହୋଇଛନ୍ତି । ୱିକେଟ କିପରରେ ରିଦିମାନ ସାହା, ଜନି ୱେଷ୍ଟୋ ଭାବେ ସିଲେକ୍ଟ ହୋଇଛନ୍ତି । କୋଚ ଭାବେ ଟ୍ରେବର ବେଲେସ ସିଲେକ୍ଟ ହୋଇଛନ୍ତି । ଆପିଏଲ ମ୍ଯାଚ ଜିତିବା ପାଇଁ ହାଇଦ୍ରାବାଦ ଟିମ ଏହିଭଳି ଯୋଜନା କରିଛି । ନିଜ ଟିମକୁ ଅଧିକ ଷ୍ଟ୍ରଙ୍ଗ କରିବା ପାଇଁ ଖେଳାଳି ମାନଙ୍କୁ ଅଲଗା ଅଲଗା ପୋଷ୍ଟରେ ସିଲେକ୍ଟ କରାଯାଇଛି । ଏହି ମ୍ଯାଚକୁ ଜିତିବା ପାଇଁ ହାଇଦ୍ରାବାଦ ଟିମ ନିଜର ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।