IPL-2022 ପରେ ଆରମ୍ଭ ହେବାକୁ ଯାଉଛି Mission South Africa, ଜାଣନ୍ତୁ Full Schedule, କେବେ ଓ କେଉଁଠି ହେବାକୁ ଯାଉଛି IND VS SA T-20 ମ୍ଯାଚ ? 

ଆଇପିଏଲ ୨୦୨୨ ଶେଷ ହୋଇଯାଇଛି, ଆଉ ଏବେ ଭାରତ ଆଗାମୀ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଉପରେ ଏବେ ସମସ୍ତଙ୍କ ନଜର । ଏହି ସିରିଜର ୫ଟି ମ୍ଯାଚ ଅଲଗା ଅଲଗା ରାଜ୍ୟର ଗ୍ରାଉଣ୍ଡରେ ଖେଳାଯିବ । ତେବେ କେଉଁ ତାରିଖରେ କେଉଁ ଗ୍ରାଉଣ୍ଡରେ ମ୍ଯାଚ ସବୁ ଖେଳାଯିବ ସେନେଇ ଆମେ ଏଠାରେ ଆପଣଙ୍କୁ ପୁରା ସିଡ୍ୟୁଲର ବିବରଣୀ ଦେଉଛୁ । ୨ ତାରିଖ ତଥା ଆଜି ଦକ୍ଷିଣ ଆଫ୍ରିକା ଦଳ ଭାରତ ପହଞ୍ଚିବ ।

ଏହି ମ୍ଯାଚକୁ ନେଇ ଦର୍ଶକଙ୍କ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ କି ବାୟୋ-ବବଲ ମଧ୍ୟ ତିଆରି କରାଯିବ ନାହିଁ । କିନ୍ତୁ ଖେଳାଳି ମାନଙ୍କର ନିୟମିତ କରୋନା ଟେଷ୍ଟ କରାଯିବ । ଏହି ପୁରା ସିରିଜରେ ଭାରତୀୟ ଦଳର ଅଧିନାୟକ ରହିବେ କେ.ଏଲ ରାହୁଲ । ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଯଶପ୍ରିତ ବୁମରାହଙ୍କୁ ମଧ୍ୟ ଏଥିପାଇଁ ବିଶ୍ରାମ ଦିଆଯାଇଛି । ତେବେ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟି-୨୦ ମ୍ଯାଚ ଜୁନ ୯ ତାରିଖରେ ରାଜଧାନୀ ଦିଲ୍ଲୀରେ ହେବ ।

ଦ୍ଵିତୀୟ ଟି-୨୦ ମ୍ଯାଚ କଟକ ବାରବାଟୀ ଷ୍ଟାଡିୟମରେ ଜୁନ ୧୨ ତାରିଖରେ ଖେଳାଯିବ । ସେହିପରି ୩ୟ ଟି-୨୦ ମ୍ଯାଚ ବିଶାଖାପାଟନମ ର ଭାଇଜାକରେ ଖେଳାଯିବ । ଜୁନ ୧୭ ରେ ୪ର୍ଥ ଟି-୨୦ ରାଜକୋଟରେ ଓ ୫ମ ଟି-୨୦ ବେଙ୍ଗାଲୁରରେ ଜୁନ ୧୯ରେ ଖେଳାଯିବ । ଏହି ସମସ୍ତ ମ୍ଯାଚ ଗୁଡିକ ଭାରତୀୟ ସମୟ ମୁତାବକ ରାତି ୭ଟାରୁ ଖେଳିବା ଆରମ୍ଭ ହେବ । ଅର୍ଥାତ ସନ୍ଧ୍ୟା ୬:୩୦ରେ ଟସ୍ ହେବ ଓ ୭ଟାରୁ ମ୍ଯାଚ ଆରମ୍ଭ ହେବ । ଏହି ମ୍ଯାଚରେ କେ.ଏଲ ରାହୁଲ ଅଧିନାୟକ ଥିବାବେଳେ ରିଷଭ ପନ୍ତ ଉପଅଧିନାୟକ ।

ଏହାସହ ଦଳରେ ସାମିଲ ରହିବେ ଋତୁରାଜ ଗାଇକୱାଡ, ଇଶାନ କିଶାନ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ ରହିବେ ୱିକେଟ କିପର । ଏମାନଙ୍କ ବ୍ଯତୀତ ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ୟାଦବ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଓ ଉମରାନ ମଲିକ ମଧ୍ୟ ଦଳରେ ସାମିଲ ଅଛନ୍ତି ।

ସେହିପରି ସାଉଥ ଆଫ୍ରିକାର ଅଧିନାୟକ ହେଉଛନ୍ତି ତେମ୍ବା ବାବୁମା, କ୍ଵିଣ୍ଟେନ ଡିକକ, ରେଜା ହେଣ୍ଡ୍ରୀକ୍ସ, ହେନରିଚ କ୍ଲାସନ, କେଶବ ମହାରାଜ, ଏଡନ ମାର୍କରମ, ଦେଭିଦ ମିଲର, ଲୁଙ୍ଗୀ ଏଙ୍ଗିଡି, ବେନ ପରନେଲ, ଡ୍ୱେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ ଶମସି, ଟ୍ରିସନ ଷ୍ଟମ୍ବ୍ସ, ରାସୀ ବେନ ଡର ହୁସେନ, ମାର୍କୋ ୟାନସେନ ଆଦି ଖେଳାଳି ସାମିଲ ଅଛନ୍ତି ।

ଆଇପିଏଲ ପରେ ଏହି ମ୍ଯାଚକୁ ନେଇ ଯଦି ଆପଣ ଖୁବ ଉତ୍ସାହୀ ଅଛନ୍ତି ତେବେ ମ୍ଯାଚ ପୂର୍ବରୁ ଟିକେଟ ବୁକ୍ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।