IPL 2020- ହାରିଲା ପରେ Dhoni ଙ୍କ ଖୁଲାସା, ଏହି ବଡ କାରଣ ପାଇଁ 7 ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ସେ

IPL ୨୦୨୦ର ଚତୁର୍ଥ ମ୍ୟାଚରେ ଚେନ୍ନାଇ ଟିମକୁ ରାଜସ୍ଥାନ ଟିମ ଠାରୁ ୧୭ ରନରେ ପରାଜିତ ହେବାକୁ ପଡିଲା । ଏହି ମ୍ୟାଚ ସାରଯାହା ପଡିଆରେ ଖେଳା ଯାଇ ଥିଲା । ଷ୍ଟାଡିୟମ ବହୁତ ଛୋଟ ଥିଲା ତେବେ ରନ ଅଧିକ ହୋଇଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ରାଜସ୍ଥାନ ଟିମର ସଞ୍ଜୁ ସାମସନ ମାତ୍ର ୩୨ଟି ବଳରେ ୭୪ ରନ କରିଥିଲେ । ଏହା ଛଡା ସ୍ଟିଭ ସ୍ମିଥ ବି ୬୯ ରନ କରିଥିଲେ ଓ ଯୋଫ୍ରା ଆଚର ବି ମାତ୍ର ୮ଟି ବଳରେ ୨୭ ରନ କରିଥିଲେ ।

ଏହା ପରେ ରାଜସ୍ଥାନର ଟିମ ଚେନ୍ନାଇକୁ ୨୧୭ ରନ ଟାର୍ଗେଟ ଦେଲା । କିନ୍ତୁ ଚେନ୍ନାଇର ଆରମ୍ଭ ଖରାପ ହେଲା ଓ ଫାଫ ଡୁ ପ୍ଲେସସିସ ୩୭ଟି ବଳରେ ୭୨ ରନ କରିଛନ୍ତି । କିନ୍ତୁ ଆଉ କେହି ବି ସେହିଭଳି ତାଙ୍କର ସାଥ ଦେଲେ ନାହିଁ ।

ଏହା ପରେ ଧୋନୀ ୭ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସିଲେ ଓ ଧୋନୀଙ୍କ ଏହି ଭଲୁ ପାଇଁ ଚେନ୍ନାଇର ଟିମକୁ ପରାଜୟର ସାମ୍ନା କରିବାକୁ ପଡିଲା । କିନ୍ତୁ ବ୍ୟଟିଙ୍ଗ ପରେ ଧୋନୀ ନିଜେ ଏହାର କାରଣ କହିଲେ କି ସେ କାହିଁକି ୭ ନମ୍ବରରେ ବ୍ୟଟିଙ୍ଗ କରିବାକୁ ଆସନ୍ତି । ମ୍ୟାଚ ପରେ ହୋଇଥିବା ଇଣ୍ଟରଭିୟୁରେ ଧୋନୀ କହିଲେ କି ରାଜସ୍ଥାନ ଟିମର ବ୍ୟାତ୍ସମ୍ୟାନମାନେ ଆଜି ଭଲ ବ୍ୟାଟିଙ୍ଗ କରିଛନ୍ତି । ମୁଁ ସେମାନଙ୍କର ପ୍ରଶଂସା କରିବାକୁ ଚାହୁଁଛି ଯେଉଁମାନେ ନିଜର ଟିମକୁ ଜିତାଇବା ପାଇଁ ଚେଷ୍ଟା କରିଛନ୍ତି ।

ଧୋନୀ ଆଗକୁ କହିଲେ କି ଆମ ଟିମର ବୋଲରମାନଙ୍କ ବିଷୟରେ କହିଲେ ସ୍ପିନ ବୋଲରଙ୍କ ବୋଲିଙ୍ଗ ଆହୁରି ବି ଭଲ ହୋଇଥାନ୍ତା । ଏହି ଷ୍ଟାଡିୟମ ଛୋଟ ଅଟେ କିନ୍ତୁ ସ୍ପିନର ବୋଲରମାନେ ୱିକେଟ ବାହାର କରିବାରେ ଅସଫଳ ଥିଲେ । କାରଣ ଏହିଭଳି ଷ୍ଟାଡିୟମରେ ସ୍ପିନର ବୋଲର ହିଁ ଭଲ ପ୍ରଦର୍ଶନ କରି ପାରିବେ । ଏହା ପରେ ଧୋନୀଙ୍କୁ ପ୍ରଶ୍ନ କରାଗଲା କି ଆପଣଙ୍କ ଟିମ ସଙ୍କଟରେ ଥିଲେ ତେବେ ତୁମେ ୭ ନମ୍ବରରେ ବ୍ୟାଟିଙ୍ଗ କରିବାକୁ କାହିଁକି ଆସିଲ ।

ଏହି କଥାର ଧୋନୀ ହସି ହସି ଜବାବ ଦେଲେ କି ଏହି ବର୍ଷର ଆଇପିଏଲରେ ଆମେ ବହୁତ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇଛୁ । ଏମିତିରେ ଏହି ଯୁବ ଖେଳାଳିମାନେ ଜାଣି ନାହାନ୍ତି କି ପ୍ରେସର କଣ ଅଟେ । ଚେନ୍ନାଇ ଟିମର ଏହି ପ୍ଲାନିଙ୍ଗ ଅଟେ କି ଆରମ୍ଭର ସବୁ ମ୍ୟାଚରେ ଏହି ଖେଳାଳିମାନଙ୍କୁ ହିଁ ପ୍ରଥମେ ଚାନ୍ସ ଦିଆଯାଉ । ଏମିତିରେ ଏମାନେ ଜାଣି ପାରିବେ କି ଆଇପିଏଲରେ ଅନୁଭବ କେମିତି ହୋଇଥାଏ ।

ଏହା ପରେ ଧୋନୀ ଆଗକୁ କହିଲେ କି ରାଜସ୍ଥାନ ଟିମ ବିରୁଦ୍ଧରେ ଯଦି ମୁଁ ପୂର୍ବରୁ ବ୍ୟାଟିଙ୍ଗ କରିବାକୁ ଆସିଥାନ୍ତି ତେବେ ଆମେ ମ୍ୟାଚ ଜିତିପାରିଥାନ୍ତୁ । କିନ୍ତୁ ଆମର ଧ୍ୟାନ ମ୍ୟାଚ ଜିତିବା ସହିତ ନୂଆ ଖେଳାଳିଙ୍କୁ ଟ୍ରେନିଙ୍ଗ ଦେବାର ଦାୟିତ୍ଵ ବି ଅଛି । ଧୋନୀ ଏହି ମ୍ୟାଚରେ ୭ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସି ମାତ୍ର ୧୭ଟି ବଳରେ ୨୯ ରନ କରିଥିଲେ । ଏମିତିରେ ଚିନ୍ତା କରନ୍ତୁ କି ଯଦି ଧୋନୀ କିଛି ସମୟ ପୂର୍ବରୁ ବ୍ୟାଟିଙ୍ଗ କରିବାକୁ ଆସିଥାନ୍ତେ ତେବେ ମ୍ୟାଚର ପରିଣାମ ବଦଳି ଯାଇ ଥାନ୍ତା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।