Indira Gandhi ଙ୍କ ସହ ପ୍ରକୃତରେ ସେଦିନ କଣ ଘଟିଥିଲା ? ଜାଣନ୍ତୁ ତାଙ୍କ ମୃତ୍ୟୁ ପୂର୍ବର 12 ଘଣ୍ଟାର ପୁରା ଘଟଣା

୩୧ ଅକ୍ଟୋବର ୧୯୮୪ ମସିହା ସକାଳ ସାଢେ ୭ଟା ବେଳକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ଏକ ସାକ୍ଷାତକାର ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । ସେଦିନ ସେ କେଶର ରଙ୍ଗ ସହ କଳା ବର୍ଡର ଥିବା ଏକ ଶାଢୀ ପିନ୍ଧିଥିଲେ । ଇନ୍ଦିରା ଗାନ୍ଧୀଙ୍କ ଉପରେ ଡକ୍ୟୁମେଣ୍ଟ୍ରି କରିଥିବା ପିଟର ଉଷ୍ଟିନୋଭଙ୍କ ସହ ତାଙ୍କ ଦିନର ପ୍ରଥମ ଆପୋଏଣ୍ଟମେଣ୍ଟ ଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଇନ୍ଦିରା ଓଡିଶା ଆସିଥିବା ବେଳେ ପିଟର ଉଷ୍ଟିନୋଭ ସେତେବେଳେ ବି ତାଙ୍କର ଶୁଟିଙ୍ଗ କରିଥିଲେ ।

ସେଦିନ ଅପରାହ୍ନରେ ଇନ୍ଦିରା ଗାନ୍ଧୀ ବ୍ରିଟେନର ପ୍ରଧାନମନ୍ତ୍ରୀ ଜେମ୍ସ କେଲେନ ଓ ମିଜୋରାମର ଏକ ନେତାଙ୍କୁ ଦେଖା କରିବାର ଥିଲା । ସନ୍ଧ୍ଯା ସମୟରେ ବ୍ରିଟେନର ରାଜକୁମାରୀ ତଥା ରାଣୀ ଏଲିଜାବେଥଙ୍କ ଝିଅ ଏନିଙ୍କ ସହ ଭେଟି ଏକାଠି ରାତ୍ରିଭୋଜନ ମଧ୍ୟ କରିଥାନ୍ତେ ଇନ୍ଦିରା ଗାନ୍ଧୀ । ହେଲେ କ୍ଷଣିକରେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା । ମୃତ୍ୟୁଦିନ ଇନ୍ଦିରା ସକାଳେ ଦୁଇଟି ଟୋଷ୍ଟ ଓ ଦୁଇଟି ଅଣ୍ଡା ସହ କମଳା ଜୁସ୍ ପିଇଥିଲେ । ଖାଇବା ପରେ ପ୍ରତିଦିନ ଭଳି ଇନ୍ଦିରାଙ୍କ ଡାକ୍ତର କେ.ପି. ମାଥୁର ଆସି ପହଞ୍ଚି ଯାଇଥିଲେ ।

ଇନ୍ଦିରାଙ୍କ ଧଳା ବାଳକୁ ନେଇ ସେ ସବୁବେଳେ ଇନ୍ଦିରାଙ୍କ ସହ ମଜା କରନ୍ତି । କାରଣ ଆମେରିକାର ରାଷ୍ଟ୍ରପତି ରୋନାଲଙ୍କ କେଶ ୮୦ ବର୍ଷରେ ମଧ୍ୟ କଳା ଥିବା ବେଳେ ଇନ୍ଦିରାଙ୍କ କେଶ ଧଳା ପଡି ଯାଇଥିଲା । ୯:୧୦ ମିନିଟରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟକୁ ବାହାରିବା ବେଳେ ଆକାଶ ସଫା ଥିଲା ଓ ଖରା ହେଉଥିଲା । ତାଙ୍କ ସିପାହୀ ନାରାୟଣ ସିଂ ଏକ କଳା ଛତା ଧରି ତାଙ୍କ ପାଖେ ପାଖେ ଚାଲୁଥିଲେ ।

ଇନ୍ଦିରାଙ୍କ ପଛରେ ଥିଲେ ଆର.କେ. ଧାବନ ଓ ସିକ୍ଯୁରିଟି ନାଥୁରାମ । ସବଇନ୍ସପେକ୍ଟର ରାମେଶ୍ଵର ଦୟାଲ ସବୁଠୁ ପଛରେ ଥିଲେ । ଏହି ସମୟରେ ଜଣେ କର୍ମଚାରୀ ଏକ ଟି-ସେଟ୍ ଧରି ଇନ୍ଦିରାଙ୍କ ଆଗ ଦେଇ ଯାଇଥିଲେ, ଯେଉଁଥିରେ ପିଟର ଉଷ୍ଟିନୋଭଙ୍କୁ ଚାହା ପରଷା ଯାଇଥାନ୍ତା । ଏହା ଦେଖି ତାଙ୍କ ପାଇଁ ଅଲଗା ଭଲ ଚାହା ସେଟ୍ ବାହାର କରି ଆଣିବାକୁ କହିଥିଲେ ଇନ୍ଦିରା । ଇନ୍ଦିରା ଗାନ୍ଧୀ ତାଙ୍କ ବାସଗୃହରୁ ଆକବର ରୋଡକୁ ଯୋଡୁଥିବା ଗେଟ୍ ପାଖେ ପହଞ୍ଚିବା ବେଳେ ଦମନଙ୍କ ସହ କଥା ହୋଇଥିଲେ ।

ଠିକ ଏହି ସମୟରେ ସେହି ରାସ୍ତାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ବେଣ୍ଡ ସିଂ ନିଜର ବନ୍ଧୁକ ବାହାର କରି ଇନ୍ଦିରା ଗାନ୍ଧୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ସିଧା ଯାଇ ତାଙ୍କ ପେଟରେ ବାଜିଥିଲା । ଇନ୍ଦିରା ତାଙ୍କ ଶରୀରକୁ ବଞ୍ଚାଇବା ପାଇଁ ଡାହାଣ ହାତ ଉଠାଇବା ବେଳେ ବେଣ୍ଡ ସିଂ ପଏଣ୍ଟ ବ୍ଳାଙ୍କ ରେଞ୍ଜରୁ ପୁଣି ଥରେ ଗୁଳି ଚଳାଇଥିଲେ । ଯାହାଫଳରେ ଇନ୍ଦିରାଙ୍କ ଛାତି ଓ ଅଣ୍ଟାରେ ଗୁଳି ବାଜିଥିଲା ।

ସେହିଠାରୁ ଠିକ ୫ଫୁଟ୍ ଦୂରରେ ଥିବା ଶତବନ୍ତ ସିଂ ତାଙ୍କର ମେସିନ ଗନ୍ ୨୫ ରାଉଣ୍ଡ ଗୁଳି ଇନ୍ଦିରାଅଙ୍କ ଉପରେ ବର୍ଷା କରି ଦେଇଥିଲେ । ରାମେଶ୍ଵର ଦୟାଲ ତାଙ୍କୁ ବଞ୍ଚାଇବାକୁ ଯିବାବେଳେ ତାଙ୍କ ଗୋଡରେ ଗୁଳି ବାଯିବାରୁ ସେ ଇନ୍ଦିରାଙ୍କ ପାଖରେ ପହଞ୍ଚି ପାରି ନଥିଲେ । ଯାହାପରେ ରକ୍ତ ଜୁବୁବୁଡୁ ହୋଇ ଇନ୍ଦିରା ସେଠାରେ ଟଳି ପଡିଥିଲେ ।

ଏହାପରେ ଶତବନ୍ତ ସିଂ ଓ ବେଣ୍ଡ ସିଂ ବନ୍ଧୁକ ତଳେ ରଖି ନିଜକୁ ସରେଣ୍ଡର କରିଥିଲେ ଓ କହିଥିଲେ ଆମେ ଯାହା କରିବା କଥା କଲୁ ଏବେ ଆପଣଙ୍କୁ ଯାହା କରିବା କଥା କରିପାରିବେ । ସେଠାରେ ଇନ୍ଦିରାଙ୍କ ଆମ୍ବୁଲାନ୍ସ ଥିଲା ହେଲେ ଡ୍ରାଇଭର ନଥିଲା । ଯାହାପରେ ଇନ୍ଦିରାଙ୍କ ରାଜନୈତିକ ମାର୍ଗଦର୍ଶକ ମାଖନ ଲାଲ ଚିତ୍କାର କରି ଗାଡି ବାହାର କରିବା ପାଇଁ କହିଥିଲେ ।

ଇନ୍ଦିରାଙ୍କୁ ଉଠାଇ ଧଳା ଆମ୍ବାସାଡର କାରରେ ରଖା ଯାଇଥିଲା ଓ ସୋନିଆ ଗାନ୍ଧୀ ଦୌଡି ଆସି କାର୍ ପଛ ସିଟରେ ବସିଥିଲେ । ୯:୩୨ରେ କାର୍ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲା । ଦୁର୍ଭାଗ୍ୟବଶତଃ ସେଠାରେ ଷ୍ଟ୍ରେଚର ନ ଥିବାରୁ ବହୁ କଷ୍ଟରେ ଇନ୍ଦିରାଙ୍କୁ ଡାକ୍ତରଖାନା ଭିତରକୁ ନିଆ ଯାଇଥିଲା ।

ହେଲେ ସେଠାରେ ପହଞ୍ଚିବା ବେଳକୁ ଦୁନିଆ ଛାଡି ଚାଲି ଯାଇଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏହାର ୪ ଘଣ୍ଟା ପରେ ତାଙ୍କୁ ମୃତଘୋଷଣା କରା ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।