ଇଣ୍ଡିଆନ ଆର୍ମିଙ୍କ ପାଇଁ କିପରି ପ୍ରସ୍ତୁତ ହୁଏ ଖାଦ୍ଯ ? ଯୁଦ୍ଧବେଳେ ସେମାନେ କଣ ଖାଇଥାନ୍ତି ? ଜାଣିଲେ ସଲାମ କରିବେ !

ଜଣେ ସାଧାରଣ ମଣିଷକୁ ପ୍ରତିଦିନ 2000 ରୁ 2500 କ୍ୟାଲୋରି ଖାଦ୍ଯ ଆବଶ୍ୟକ ହୋଇଥାଏ । ସେହି ତୁଳନାରେ ଜଣେ ସୈନିକଙ୍କୁ ପ୍ରତିଦିନ 400 କ୍ୟାଲୋରିର ଖାଦ୍ଯ ଆବଶ୍ୟକ ହୁଏ । ତେଣୁ ଭଲଭାବେ କାମ କରିବା ପାଇଁ ଯବାନ ମାନଙ୍କୁ ସଠିକ କ୍ୟାଲୋରିର ଖାଦ୍ଯ ଯୋଗାଇବା ଆବଶ୍ୟକ ହୋଇଥାଏ । ଭାରତୀୟ ଯବାନଙ୍କ ପାଇଁ କିଭଳି ଖାଦ୍ଯ ପ୍ରସ୍ତୁତ କରାଯାଏ, ସେମାନେ ପ୍ରତିଦିନ କଣ ଖାଆନ୍ତି ଏବଂ ଯୁଦ୍ଧ ବେଳେ କଣ ଖାଆନ୍ତି ଓ ତାଙ୍କ ପାଖରେ ଖାଦ୍ଯ ପହଞ୍ଚାଯାଏ ଆଜି ଆମେ ଆପଣଙ୍କୁ କହିବୁ ।

ଭାରତୀୟ ସେନାର ପ୍ରତ୍ଯେକ ରେଜିମେଣ୍ଟ ଓ ଫିଲ୍ଡ ୟୁନିଟରେ ଖାଦ୍ଯ ରାନ୍ଧିବା ପାଇଁ ଏକ ରୋଷେୟା ଟିମ୍ ରହିଥାନ୍ତି । ସେମାନେ ଦୁର୍ଗମ୍ଯ ସ୍ଥାନକୁ ମଧ୍ୟ ସୈନିକ ମାନଙ୍କ ସହ ଯାଆନ୍ତି ଓ ତାଙ୍କୁ ତାଜା ଗରମ ଖାଦ୍ଯ ରୋଷେଇ କରି ଖାଇବାକୁ ଦିଅନ୍ତି । ଆରମି ସର୍ଭିସ କର୍ପସ୍ ଉପରେ ସେନାକୁ ଖାଦ୍ୟ ଯୋଗାଇବାର ଦାୟିତ୍ଵ ରହିଥାଏ । ଏମାନେ ସେନାର ପ୍ରତ୍ଯେକ ୟୁନିଟକୁ ଖାଦ୍ଯ ସାମଗ୍ରୀ ଯୋଗାଣ କରିଥାନ୍ତି । ଯୁଦ୍ଧ କ୍ଷେତ୍ରରେ ଥିବା ସୈନ୍ୟମାନଙ୍କ ପାଇଁ ଖାଦ୍ଯ ଓ ପାନୀୟ ବ୍ୟବସ୍ଥା କରାଯାଏ ।

କେଉଁ ୟୁନିଟକୁ କେତେ ଖାଦ୍ୟ ସାମଗ୍ରୀ ଦିଆଯିବ ତାହା ସେହି ୟୁନିଟର ସୈନିକଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ପ୍ରତ୍ଯେକ ୟୁନିଟରେ 70-80 ସୈନିକ ରହିଥାନ୍ତି ଓ ନିଜ ଆବଶ୍ୟକ ଅନୁସାରେ ମେନ୍ୟୁ ତିଆରି କରିଥାନ୍ତି । ସେହି ମେନ୍ୟୁ ଅନୁସାରେ ସେମାନଙ୍କୁ ଆମିଷ ଓ ନିରାମିଷ ଖାଦ୍ଯ ଯୋଗାଇ ଦିଆଯାଏ । ହେଲେ ବର୍ଡର ସିକ୍ଯୁରିଟି ଫୋର୍ସ (BSF) ଙ୍କ କ୍ଷେତ୍ରରେ ଏହା ସାମାନ୍ଯ ଭିନ୍ନ ହୋଇଥାଏ ।

ଯେଉଁ ସ୍ଥାନରେ ସେମାନେ କ୍ୟାମ୍ପ ଲଗାଇଥାନ୍ତି ସେଠାକୁ ସମସ୍ତ ପ୍ରକାର ଖାଦ୍ଯ ସାମଗ୍ରୀ ବଡ କଣ୍ଟେନର ମାଧ୍ୟମରେ ପଠାଯାଏ । ଯଦି ସେଠାକୁ ପରିବହନ ବ୍ୟବସ୍ଥା ନଥାଏ ତେବେ ହେଲିକପ୍ଟର ସାହାଯ୍ୟରେ କ୍ୟାମ୍ପ ପାଖାପାଖି ଜାଗାରେ ଖାଦ୍ୟ ସାମଗ୍ରୀ ଉପରୁ ପକାଯାଏ । ଯବାନମାନେ ସେଠାରୁ ସ୍ଥାନୀୟ ପବ୍ଲିକ ଟ୍ରାନ୍ସପୋର୍ଟ କିମ୍ବା ଗଧ ଓ ଘୋଡାଙ୍କ ସାହାଯ୍ୟରେ ସେସବୁ ନିଜ କ୍ୟାମ୍ପ ଯାଏଁ ନେଇଯାନ୍ତି । ସୈନିକଙ୍କ ସହ ଯାଇଥିବା ରୋଷେୟା ଟିମ୍ ସେଥିରୁ ଖାଦ୍ଯ ପ୍ରସ୍ତୁତ କରିଥାନ୍ତି ।

ଯୁଦ୍ଧ ବେଳେ ସୈନିକମାନେ ନିଜ ଜାଗରୁ ହଲି ପାରନ୍ତି ନାହିଁ । ତେଣୁ ଇନସୁଲେଟେଡ କଣ୍ଟେନରରେ ଖାଦ୍ଯ ଭର୍ତ୍ତି କରି ସେମାନଙ୍କ ପାଖକୁ ପଠାଯାଏ । ସୈନିକଙ୍କୁ ବ୍ରେକଫାଷ୍ଟରେ ଚାହା, ପୁରୀ, ପରଟା ସହ କିକଚି ତରକାରୀ ମଧ୍ୟ ଦିଆଯାଏ । ଲଞ୍ଚରେ ଭାତ, ରୁଟି, ଡାଲି ଓ ପନିପରିବାରେ ତିଆରି ତରକାରୀ ଏବଂ ସାଲାଡ ଆଦି ଦିଆଯାଏ । ରାତିରେ ସୈନିକଙ୍କୁ ହାଲୁକା ଖାଦ୍ଯ ଦିଆଯାଏ ।

ସପ୍ତାହକୁ ଦୁଇଥର ସୈନିକଙ୍କୁ ଆମିଷ ଖାଇବାକୁ ଦିଆଯାଏ ଏବଂ ନିରାମିଷାଶୀ ସୈନିକକୁ ପନୀର ଏବଂ କ୍ଷୀର ଖାଇବାକୁ ଦିଆଯାଏ । ସେନାରେ ଥିବା ରୋଷେୟା ମାନଙ୍କୁ ମଧ୍ୟ ଆରମି ଟ୍ରେନିଂ ଦିଆ ଯାଇଥାଏ । ଟ୍ରେନିଂରେ ପାସ୍ ହେବା ପରେ ଯାଇ ସେମାନଙ୍କୁ ଅନ୍ୟ ସୈନିକଙ୍କ ସହ କ୍ୟାମ୍ପକୁ ଯିବାକୁ ଅନୁମତି ଦିଆଯାଏ । କାରଣ ସେମାନଙ୍କୁ ମଧ୍ୟ କେଉଁ ମୂହୁର୍ତ୍ତରେ ବନ୍ଧୁକ ଉଠାଇବାକୁ ପଡିପାରେ । ଭାରତ ସରକାର ପ୍ରତିବର୍ଷ ସେନାଙ୍କ ଖାଦ୍ଯ ଉପରେ କେବଳ 1440 କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସେମାନେ ଯେ ସବୁବେଳେ ଭଲ ଖାଆନ୍ତି ତା’ ନୁହେଁ, ବେଳେବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଏପରି ଖାଦ୍ଯ ଖାଇବାକୁ ପଡେ ଯାହା ଆମେ କଦାପି ଖାଇପାରି ନଥାଉ । ଏମିତିକି ଅନେକ ସମୟରେ ସେମାନଙ୍କୁ ଭୋକିଲା ମଧ୍ୟ ରହିବାକୁ ପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।