Ind vs Sri 2nd ODI- ମ୍ୟାଚ ହାରି ସାରିଥିଲା ଟିମ ଇଣ୍ଡିଆ… ହେଲେ 8 ନମ୍ବର ରେ ଆସି Deepak Chahar କରି ଦେଖାଇଲେ ଏମିତି ଚମତ୍କାର

କଲୋମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆ ମ୍ଯାଚରେ ଏପରି କିଛି ହୋଇଥିଲା ଯାହା ବୋଧ ହୁଏ କେହି ଆଶା ମଧ୍ୟ କରି ନ ଥିଲେ । ଏହି ମ୍ଯାଚରେ ଶ୍ରୀଲଙ୍କା ଟିମ ପ୍ରଥମେ ବ୍ୟାଟିଂ କରି ୯ ୱିକେଟରେ ୨୭୫ ରନ ହାସଲ କରିଥିଲା । ଟିମ ଇଣ୍ଡିଆ ସାମନାରେ ଥିଲା ୨୭୬ ରନର ଲକ୍ଷ ।

କିନ୍ତୁ ଟିମ ଇଣ୍ଡିଆ ଯେତେବେଳେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଲା, ମାତ୍ର ୧୯୩ ରନ୍ ରେ ହୀନ ୭ ଟି ୱିକେଟ ହରାଇ ବସିଥିଲା । ଏମିତି ଲାଗୁଥିଲା ଯେମିତି ଭାରତ ନିଶ୍ଚୟ ହାରି ସାରିଲାଣି । କିନ୍ତୁ ବୋଲର ଦୀପକ ଚହର ନିଜ ବ୍ୟାଟରେ ଏମିତି କରିସ୍ମା କରି ଦେଖାଇଲେ ଯାହା କ୍ରିକେଟ ପ୍ରେମୀ ମାନେ କେବେ ମଧ୍ୟ ଭୁଲି ପାରିବେ ନାହିଁ । ଭାରତୀୟ ଟିମ ଯେତେବେଳେ ଜବାବ ଦେବାକୁ ଓଲ୍ହାଇଲା, ପ୍ରଥମ ତିନୋଟି ୱିକେଟ ବହୁତ ଶସ୍ତାରେ ହରାଇ ଦେଇଥିଲା । ତା ପରେ ମନୀଷ ପାଣ୍ଡେ ଓ ସୂର୍ଯ୍ୟକୁମାର ଯାଦବ ମ୍ଯାଚକୁ ଅନେକାଂଶରେ ସମ୍ଭାଳି ନେଇଥିଲେ ।

ମନୀଷ ୩୭ ରନ୍ ଓ ସୂର୍ଯ୍ୟକୁମାର ଯାଦବ ୪୪ ବଲ୍ ରେ ୫୩ ରନ୍ କରି ଭାରତ ଟିମକୁ ପୁନର୍ବାର ଟ୍ରାକକୁ ନେଇ ଆସିଥିଲେ । କିନ୍ତୁ ମନୀଷ ଓ ସୂର୍ଯ୍ୟକୁମାର ଯାଦବ ପାଭିଲିଅନ ଲେଉଟିବା ପରେ ହାର୍ଦିକ ପାଣ୍ଡ୍ୟା ମଧ୍ୟ 0 ରେ ଆଉଟ ହୋଇ ଯାଇଥିଲେ । ତା ପରେ କୁନାଲ ପାଣ୍ଡ୍ୟା ଆସି 35 ରନ୍ କରି ସେ ମଧ୍ୟ ଆଉଟ ହୋଇଗଲେ । ବର୍ତ୍ତମାନ ଭାରତ ମୁସ୍କିଲ ସ୍ଥିତିରେ ଆସି ପହଞ୍ଚି ଯାଇଥିଲା । ଯେତେବେଳେ କୁନାଲ ପାଣ୍ଡ୍ୟା ଆଉଟ ହେଲେ ସେତେବେଳେ ଭାରତର ସ୍କୋର ମାତ୍ର 193/7 ହୋଇଥିଲା ।

ଏପରି ସ୍ଥିତିରେ ଶ୍ରୀଲଙ୍କାକୁ ଜିତିବା ପାଇଁ ମାତ୍ର 3ଟି ୱିକେଟ ଦରକାର ଥିଲା ଓ ଭାରତର ବୋଲର ମାନେ ହିଁ କେବଳ ବ୍ୟାଟିଂ କରିବାକୁ ବାକି ଥିଲେ । କିନ୍ତୁ ବୋଧ ହୁଏ କେହି ମଧ୍ୟ ଆଶା କରି ନା ଥିବେ ଭାରତ ପକ୍ଷରୁ ନିଜ ପଞ୍ଚମ ଦିନିକିଆ ଖେଳୁଥିବା ଦୀପକ ଚହରଙ୍କ ଲକ୍ଷ ଦୃଢ ଥିଲା । ସେ ଭୁବନେଶ୍ବର କୁମାରଙ୍କ ସହ ମ୍ଯାଚକୁ ଆଗକୁ ନେଇଯିବାକୁ ଲାଗି ପଡିଲେ । ଚହର ୬୪ ବଲ୍ ରେ ଅର୍ଦ୍ଧଶତକ କରିଥିଲେ ।

ଏହା ତାଙ୍କ ଦିନିକିଆ କ୍ଯାରିଅରର ପ୍ରଥମ ଅର୍ଦ୍ଧଶତକ ଥିଲା ଓ ଟିମ ଇଣ୍ଡିଆର ଏପରି ସ୍ଥିତିରେ ତାଙ୍କର ଏହି ଅର୍ଦ୍ଧଶତକ ଖୁବ ଜରୁରୀ ଥିଲା । ଭୁବନେଶ୍ଵର କୁମାର ଅନ୍ୟ ପଟେ ମଜବୁତ ସହ ଛିଡା ହୋଇ ଦୀପକ ଚହରଙ୍କୁ ମ୍ଯାଚ ଆଗକୁ ବଢାଇବା ପାଇଁ ସୁଯୋଗ ଦେଲେ । ଏହି ଦୁଇ ଜଣ ଶାନଦାର ଭାବେ ବ୍ୟାଟିଂ ଜାରି ରଖିଲେ ଓ ଶେଷରେ ୫ ବଲ୍ ବାକି ଥାଇ ଟିମ ଇଣ୍ଡିଆକୁ ଆଶ୍ଚର୍ଯ୍ୟ ଭାବେ ଜିତାଇ ଦେଲେ । ଦୀପକ ଚହର ୮୨ ବଲ୍ ରେ ୬୯ ରନ୍ କରିଥିଲେ । ଯେଉଁଥିରେ ୭ଟି ଚଉକା ଓ ଗୋଟିଏ ଛକା ସାମିଲ ଥିଲା ।

ଭୁବେଶ୍ଵର କୁମାର ସଂଯମର ସହ ଖେଳି ୨୮ ବଲ୍ ରେ ୧୯ ରନ୍ କରିଥିଲେ । ଏହି ଦୁହିଁଙ୍କ ଶାନଦାର ବୁଝାମଣା ସହ ଟିମ ଇଣ୍ଡିଆକୁ ଜିତାଇବାରେ ବଡ ଭୂମିକା ନିଭାଇଥିଲେ । ଯାହା କେହି ମଧ୍ୟ କେବେ ଭୁଲି ପାରିବେ ନାହିଁ । ଦୀପକ ସେହି ମ୍ଯାଚରେ ଦୁଇଟି ୱିକେଟ ମଧ୍ୟ ହାସଲ କରିଥିଲେ । ଭରତ ଶ୍ରୀଲଙ୍କାକୁ ଲଗାତର ଦୁଇଟି ମ୍ଯାଚରେ ହରାଇ ୨-0 ରେ ଆଗରେ ରହିଛି ।