India ର ସବୁଠୁ ସାନ IPS ଅଫିସର, ଦିନ ମଜୁରି ଲାଗି ପଢାଉଥିଲେ ମା, ଆଉ ଏବେ ସେ…

ଆମ ଦେଶର ସବୁଠୁ କମ୍ ବୟସ ର ଯୁବା ଆଇ.ପି.ଏସ୍ ଅଫିସର୍ ଭାବେ ନିଯୁକ୍ତି ହୋଇଛନ୍ତି ଗୁଜରାଟ ର ସଫିନ୍ ହାସନ୍ । ସଫିନ୍ ହାସନ୍ ୨୦୧୭ ମସିହା ରେ ୟୁ.ପି.ଏସ.ସି ର ପରୀକ୍ଷାରେ ୫୧୭ ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସବୁଠୁ ଖାସ୍ ବିଶେଷତ୍ଵ ହେଲା ସେ ବୟସରେ ମଧ୍ୟ ବହୁତ ଛୋଟ । କେବଳ ୨୨ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଛନ୍ତି । ଆସନ୍ତୁ କିଛି ଜାଣିବା ତାଙ୍କ ବିଷୟରେ ।

୨୨ ବର୍ଷ ବୟସରେ ଭାରତୀୟ ପୁଲିସ ସେବା ଅଧିକାରୀ ହୋଇଥିବା ସଫିନ୍ ହାସନ୍ ଙ୍କୁ ଆଇ.ପି.ଏସ. ଅଧିକାରୀ ହିସାବରେ ଜାମ୍ ନଗରରେ ନିଯୁକ୍ତି ଦିଆ ଯାଇଛି । ସେ ସେଠାରେ ୨୩ ଡିସେମ୍ବର ୨୦୧୯ ରୁ ପୁଲିସ ଅଧିକାରୀ ଭାବରେ କାର୍ଯ୍ୟଭାର ସମ୍ଭାଳୁ ଅଛନ୍ତି । ସଫିନ୍ ହାସନ୍ ଗୁଜରାଟ ର ସୁରତ ର ବାସିନ୍ଦା ।

ସେ ସୁରତ ର ଏକ ପ୍ରାଥମିକ ବିଦ୍ୟାଳୟ ରୁ ନିଜ ପାଠ ପଢା ଗୁଜରାଟୀ ମିଡିଆମ୍ ରେ ସମ୍ପୂର୍ଣ୍ଣ କରିଥିଲେ । ଦଶମ ଶ୍ରେଣୀରେ ୯୨ ପ୍ରତିଶତ ନମ୍ବର ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଦ୍ବାଦଶ ଶ୍ରେଣୀ ରୁ ସେ ଇଂରାଜୀ ଶିଖିବା ଆରମ୍ଭ କରିଥିଲେ ଓ ବିଜ୍ଞାନ ବିଭାଗରେ ପଢିବାକୁ ଇଚ୍ଛା କରିଥିଲେ । ସେହି ସମୟରେ ଦ୍ବାଦଶ ଶ୍ରେଣୀ ପାଇଁ ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଥିଲା ।

ସଫିନ୍ ଗରିବ ହୋଇଥିବାରୁ ସେଠାରେ ତାଙ୍କ ଅଧା ଫିସ୍ ସେମାନେ ଛାଡ଼ କରିଥିଲେ । ଗୋଟେ ଦିନ ପ୍ରାଥମିକ ବିଦ୍ୟାଳୟ କୁ କଲେକ୍ଟର ଅଧ୍ୟକ୍ଷ ଆସିଥିଲେ ଓ ସମସ୍ତେ ତାଙ୍କର ସମ୍ମାନ କରୁଥିଲେ । ଏହା ଦେଖି ସଫିନ୍ ଙ୍କୁ ବହୁତ ଭଲ ଲାଗିଥିଲା ଓ ପଚାରି ବୁଝିଥିଲେ କି କଲେକ୍ଟର ଏକ ଜିଲ୍ଲାର ରାଜା ପରି ଅଟନ୍ତି । ସେବେ ଠୁ ସଫିନ୍ କଲେକ୍ଟର ହେବାକୁ ନିର୍ଣ୍ଣୟ ନେଲେ ।

ସଫିନ୍ ଙ୍କୁ ୟୁ.ପି.ଏସ.ସି ପଢିବାକୁ ଦିଲ୍ଲୀ ଯିବା ପାଇଁ ଅଧିକ ଟଙ୍କା ର ଆବଶ୍ୟକ ଥିଲା । ସେହି ସମୟରେ ତାଙ୍କ ଗ୍ରାମର ହୁସେନ ଭାଇ ଓ ଜରିନା ବେହେନ୍ ତାଙ୍କୁ ସାହାଯ୍ୟ କରିଥିଲେ । ୟୁ.ପି.ଏସ.ସି ପରୀକ୍ଷାର କିଛି ସମୟ ଆଗରୁ ବାଇକ୍ ରେ ପରୀକ୍ଷା ଦେବାକୁ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା ।

ସେଥିରେ ମଧ୍ୟ ସେ ମନୋବଳ ନ ହରାଇ ପେନ୍ କିଲାର୍ ଖାଇ ପରୀକ୍ଷା ଦେବାକୁ ଯାଇଥିଲେ । ତାଙ୍କର କହୁଣି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଥିଲା । ପରୀକ୍ଷା ପରେ ଡ଼ାକ୍ତରଙ୍କୁ ଦେଖାଇବା ପରେ ଜଣା ପଡିଥିଲା ତାଙ୍କ ଆଣ୍ଠୁ ର ଲିଗାମେଣ୍ଟ୍ ଭାଙ୍ଗି ଯାଇଛି । ସେ ନିଜର ଶେଷ ଇର୍ଣ୍ଟଭ୍ୟୁ ପରେ ତାଙ୍କ ଆଣ୍ଠୁ ଅପରେସନ କରିଥିଲେ ।

ସଫିନ୍ ଙ୍କ ମାତା ପିତା ଏକ ହୀରା ୟୁନିଟ୍ ରେ କାମ କରୁଥିଲେ । ୨୦୦୦ ମସିହାରେ ତାଙ୍କ ଘର ମଧ୍ୟ ତିଆରି ହେଉଥିଲେ । ସେହି ସମୟରେ ମାନ୍ଦା ହେତୁରୁ ତାଙ୍କର ଚାକିରି ଚାଲି ଯାଇଥିଲା । ଘର ଚଳାଇବା ପାଇଁ ଦୁଇ ଜଣ ଦିନ ରାତି କାମ କରୁଥିଲେ । ଦିନରେ ମଜୁରୀ ଲାଗି କାମ କରୁଥିଲେ ଓ ରାତିରେ ଘର କରିବା ପାଇଁ ଇଟା ଯୋଡୁଥିଲେ ।

ପିତା ଘରେ ଘରେ ଇଲେକ୍ଟ୍ରିସିଆନ୍ କାମ ମଧ୍ୟ କରୁଥିଲେ ଓ ମାତା ଘରେ ଘରେ ଯାଇ ରୋଟି ମଧ୍ୟ କରୁଥିଲେ । ତା ସହ ସେମାନେ ରାତିରେ ଠେଲା ଲଗାଇ ସିଝା ଅଣ୍ଡା ଓ ବ୍ଲାକ ଟି ମଧ୍ୟ ବିକ୍ରି କରୁଥିଲେ । ମାତାପିତାଙ୍କ ସଂଘର୍ଷ ଦେଖି ଓ ବୁଝି ସେ ସବୁବେଳେ ଚିନ୍ତା କରୁଥିଲେ ସେମାନଙ୍କ ପାଇଁ କିଛି କରିବେ ବୋଲି । ଆଉ ସେ ନିଜ ଚିନ୍ତା କୁ ସଫଳ କରି ମଧ୍ୟ ଦେଖାଇଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।