ଏବେ ଏବେ : ପାକିସ୍ତାନ କହିଲା କି – ଜାଗା ଏବଂ ସମୟ ପ୍ରସ୍ତୁତ କରୁଛୁ… ଆମେ ଭାରତ ଠାରୁ ନିଶ୍ଚିତ ପ୍ରତିଶୋଧ ନେବୁ, ପୁଣି କହିଲା…

ପାକିସ୍ତାନୀ ଖବର କାଗଜ ଏବଂ ନ୍ୟୁଜର ରିପୋର୍ଟ ଅନୁସାରେ ପାକିସ୍ତାନ ବି ଭାରତ ଠାରୁ ପ୍ରତିଶୋଧ ନେବ । ରିପୋର୍ଟ ଅନୁସାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହିତ ନେଶନଲ ସିକ୍ଯୁରିଟୀ କାଉଂସିଲ ଏକ ବୈଠକରେ ପ୍ରତିଶୋଧର ନେବାର ସମୟ ଏବଂ ଜାଗା ବିଷୟରେ ଚର୍ଚା କରୁଛନ୍ତି ।

ଭାରତ ପାକିସ୍ତାନ ଭିତରେ ପଶି ବାଲାକୋଟାରେ ଆକ୍ରମଣ କରି ପୁଲୱାମା ପ୍ରତିଶୋଧ ନେଇଛି । ପାକିସ୍ତାନ ଖବର ଅନୁସାରେ ପଖ୍ତୂନଖ୍ୱାରେ ସ୍ଥିତ ବାଲାକୋଟ ଏବଟାବାଦ କେବଳ ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏବଟାବାଦ ସେହି ଜାଗା ଅଟେ ଯେଉଁଠି ଆମେରିକା ଅଲକାୟଦାର ଆତଙ୍କି ଓସାମା ବିନ ଲାଡ଼େନକୁ ମାରିଥିଲା । ୮ ବର୍ଷ ପରେ ସେହିଭଳି ସାହସ ଦେଖାଇ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛି ଏବଂ  ପାକିସ୍ତାନକୁ ଆଶ୍ଚର୍ଯ୍ୟ କରି ଦେଇଛି ।

ପାକିସ୍ତାନ ଭାରତର ମିରାଜ – ୨୦୦୦ ଉପରେ କୌଣସି କାର୍ଯ୍ୟ ଅନୁଷ୍ଠାନ କରି ପାରିବ ନାହିଁ । ପାକିସ୍ତାନ ପାଖରେ F – ୧୬ ଭଳି ଲଢାକୁ ବିମାନ ଅଛି କିନ୍ତୁ ତାହା ପାଖରେ ଏହି ଧମାକାକୁ ଦେଖିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା ।

କିଛି ମିନିଟ ମଧ୍ୟରେ କରିଥିଲେ ଏହି ଅପରେସନକୁ –

ଭାରତୀୟ ସେନା କେବଳ ୨୧ ମିନିଟ ଭିତରେ ହିଁ ଜୈଶ-ଏ-ମୋହମ୍ମଦର ଆତଙ୍କି ଠିକଣାକୁ ନଷ୍ଟ କରି ଦେଇଥିଲେ । ଏହି ୨୧ ମିନିଟରେ ଭାରତର ୧୨ଟି ମିରାଜ – ୨୦୦୦ ଫାଇଟର ଜେଟ ପାକିସ୍ତାନର ଅଲଗା ଅଲଗା ଅଞ୍ଚଳରେ ଆକ୍ରମଣ କରିଥିଲେ ।

ଏହି କାର୍ଯ୍ୟକାରୀର ସଂକେତ କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ କିଛି ଦିନ ପୂର୍ବେ ହିଁ ଦେଇଥିଲେ । ଯେତେବେଳେ ତାଙ୍କୁ ପଚରାଗଲା କି କଣ ଭାରତ ବି ସେହିଭଳି ପ୍ରକାରରେ କିଛି କାର୍ଯ୍ୟକାରୀ କରିବ ଯେମିତି ଆମେରିକା ଓସାମା ଉପରେ କରିଥିଲା । ତେବେ ସେ ଜବାବରେ କହିଥିଲେ କି ଆମେରିକାକୁ ବି ଏହାକୁ କରିବା ଏପାଇଁ ୧.୫ ବର୍ଷ ଲାଗିଥିଲା, ଆମକୁ ଏତେ ସମୟ ଲାଗିବ ନାହିଁ ।

ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।