ଓଲିଉଡର ଫେମସ ସିଙ୍ଗର Human Sagar ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେହି ଭଳି ଓଡିଆ ଇଣ୍ଡଷ୍ଟ୍ରିରେ ଗାୟକ ବା ଶିଂଗର ମାନେ ମଧ୍ୟ ନିଜ ସୁନ୍ଦର ଆବାଜ ବା ଭଏସରେ ପୁରା ବିଶ୍ବରେ ଲୋକ ପରିୟ ହୋଇ ପଡ଼ିଛନ୍ତି । ସେମାନେ ନିଜର ଜବରଦସ୍ତ ଶିଙ୍ଗିଙ୍ଗ ପାଇଁ ଆଜିକା ଡେଟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଗାୟକ ବା ଗୀତିକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ସୁନ୍ଦର ଆୱାଜରେ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଗୀତିକାର ବା ଗାୟକ ହ୍ୟୁମାନ ସାଗରଙ୍କୁ କିଏ ବା ନ ଯାଇଛନ୍ତି । ପୁରା ଓଡିଶାରେ ତାଙ୍କର ସଂଗୀତ ପାଇଁ ସେ ଚର୍ଚ୍ଚିତ ହୋଇ ପାରିଛନ୍ତି । ସେ ତାଙ୍କର ସୁରିଲା ଆୱାଜରେ କେବଳ ଓଡିଶା ନୁହେ ପୁରା ଦେଶରେ ଲୋକ ପରିୟ ହୋଇ ରହିଛନ୍ତି ।

ଆମ ଓଡିଶାର ଅର୍ଜିତ ସିଂ ନାମରେ ହ୍ୟୁମାନ ସାଗର ପରିଚିତ ଅଟନ୍ତି । ହ୍ୟୁମାନ ସାଗର ୧୯୯୦ ମସିହା ନଭେମ୍ବର ୨୫ ତ୍ଗାରିଖରେ ଟିଟିଲାଗଡରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ହେଉଛି ୩୦ ବର୍ଷ । ପିଲା ଦିନୁ ସେ ଗୀତ ଗାଇବାକୁ ବହୁତ ଭଲ ପାଆନ୍ତି । ଯେତେବେଳେ ସେ ତୃତୀୟ ଶ୍ରେଣୀରେ ସ୍କୁଲରେ ପାଠ ପଢୁଥିଲେ ସେ ଗୁରୁଶ୍ରୀ ଶୁଭ୍ରାଂଶୁଙ୍କ ଠାରୁ ସଂଗୀତା ବିଦ୍ୟା ସିଖୁଥିଲେ ।

ଗୁରୁଶ୍ରୀ ଶୁଭ୍ରାଂଶୁ ବଲାଙ୍ଗୀରରେ ରୁହନ୍ତି । ହ୍ୟୁମାନ ସାଗର ସ୍କୁଲରେ ପଢିବା ସମୟରେ ଅନେକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସବୁ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ହାସଲ କରୁଥିଲେ । ତାଙ୍କ ଜେଜେବାପା ସମ୍ବଲପୁର ଲୋକଗୀତର ନିର୍ଦ୍ଦେସନା ଦେଉଥିଲେ । ତାଙ୍କ ବାପା ଅଲ ଇଣ୍ଡିଆ ରେଡିଓର ବି ଗ୍ରେଡ ଗାୟକ ଭାବେ ପରିଚିତ ଥିଲେ । ତାଙ୍କ ମା ମଧ୍ୟ ଜଣେ ଭଲ ଗାୟିକା ଥିଲେ ।

ହ୍ୟୁମାନ ସାଗର ଡାକ୍ତରୀ ପାଠ ଛାଡି ଗୀତ ଗାଇବାକୁ ଅଧିକ ଆଗ୍ରହୀ ଥିଲେ । ସେ ମେଡିକାଲ କଲେଜରେ ଡାକ୍ତର ଟ୍ରେନିଂ ପାଇଁ ନାମ ଲେଖାଇ ଥିଲେ ମଧ୍ୟ ଗୀତା ପ୍ରତି ତାଙ୍କର ରୁଚି ରହି ଥିବାରୁ ସେ ପ୍ରଥମ ବର୍ଷରୁ ହିଁ ଡାକ୍ତରୀ ପାଠ ଛାଡି ଦେଇଥିଲେ । ଏହା ପରେ ସଂଗୀତକୁ ସେ ନିଜର ଭବିଷ୍ୟ ଭାବେ ଗ୍ରହଣ କରିଥିଲେ । ସେ ତରଂଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ଭଏସ ଓଫ ଓଡିଶା”ରେ ଭାଗ ନେଇ ଜିତିବା ପରେ ସେ ପୁରା ଓଡିଶାରେ ପରିଚୟ ପାଇଥିଲେ ।

ଏହା ପରେ ସେ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୟୁମଦାରଙ୍କ ଫିଲ୍ମ “ଇଶକ ତୁହି ତୁ” ଫିଲ୍ମରେ ଗୋଟିଏ ଗୀତ ଗାଇ ପପୁଲାର ହୋଇଥିଲେ । ଏହା ପରେ ସେ ଗଜଲ ଗଜଲ ଗୀତା ଗାଇ ଶ୍ରେଷ୍ଠ ଗାୟକ ପୁରସ୍କାର ପାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।