ଜାଣନ୍ତୁ, ପ୍ରମ୍ଲୋଚା ନାମକ ଅପ୍ସରା କେମିତି ଭାଙ୍ଗିଲେ ଋଷି କଣ୍ଡୁଙ୍କ ତପସ୍ୟା

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଏମିତି ବହୁତ ଋଷିଙ୍କ ବିଷୟରେ ବର୍ଣନା କରାଯାଇଛି ଯେଉଁମାନେ ନିଜର ବର୍ଷ ବର୍ଷ ତପସ୍ୟା ବଳରେ ମାନବଜାତିର କଲ୍ୟାଣ ପାଇଁ ବହୁତ କାମ କରିଛନ୍ତି । ଅନ୍ୟ ପଟେ ଏମିତି ବି କିଛି ଋଷି ଅଛନ୍ତି ଯେଉଁମାନେ ସ୍ଵର୍ଗର ଅପ୍ସରାଙ୍କ ପ୍ରତି ନିଜର କମବାସନା କାରଣରୁ ନିଜର ତପସ୍ୟାକୁ ଭଙ୍ଗ କରି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଋଷିଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ପାଖାପାଖି ୧ ହଜାର ବର୍ଷ ପର୍ଯ୍ୟନ୍ତ ଜଣେ ଅପ୍ସରାଙ୍କ ସହ ଭୋଗ ବିଳାସ କରିଛନ୍ତି ।

ପୁରାଣ କଥା ଅନୁସାରେ ବେଦର ଜ୍ଞାନୀ, ଶ୍ରେଷ୍ଠ ଓ ମହାନ ଋଷିମାନଙ୍କ ମଧ୍ୟରେ ଜଣେ ଥିଲେ କଣ୍ଡୁ ଋଷି । ଯାହାଙ୍କ ଆଶ୍ରମ ଗୋମତୀ କୂଳରେ ଅବସ୍ଥିତ ଥିଲା । ଗୋଟିଏ ସମୟର କଥା ଅଟେ । ଥରେ ଋଷି କଣ୍ଡୁ ଘୋର ତପସ୍ୟା କରୁଥିଲେ । ସେ ତପସ୍ୟାରେ ଏତେ ମଗ୍ନ ହୋଇଗଲେ କି ତାଙ୍କୁ କୌଣସି ବି ଜିନିଷ ଅନୁଭବ ହେଲା ନାହିଁ । ଏହିଭଳି ତପସ୍ୟାରେ ଲୀନ ଦେଖି ଦେବରାଜ ଇନ୍ଦ୍ର ଭୟଭୀତ ହୋଇଗଲେ । ତାଙ୍କ ମନରେ ଏହା ଡର ଆସିଲା କି ଋଷି କଣ୍ଡୁ ତାଙ୍କର ସିଂହାସନ ନ ନେଇ ଯାଆନ୍ତୁ ।

ଏହି ଡର କାରଣରୁ ଇନ୍ଦ୍ରଦେବ ଋଷି କଣ୍ଡୁଙ୍କ ତପସ୍ୟା ଭାଙ୍ଗିବା ପାଇଁ ପ୍ରମ୍ଲୋଚା ନାମକ ଏକ ଅପ୍ସରାକୁ ପୃଥିବୀ ପୃଷ୍ଠକୁ ପଠାଇବା ପାଇଁ ଯୋଜନା କରିଲେ । ପ୍ରମ୍ଲୋଚା ବି ବହୁତ ସୁନ୍ଦର ଥିଲେ । ଏହା ପରେ ଦିନେ ଇନ୍ଦ୍ରଦେବ ପ୍ରମୋଚଳାଙ୍କୁ ନିଜ ପାଖକୁ ଡାକି ତାଙ୍କୁ ନିଜର ଯୋଜନା ବିଷୟରେ କହିଲେ । ଏହା ପରେ ପ୍ରମ୍ଲୋଚା ସିଧା ଋଷି କଣ୍ଡୁଙ୍କ ପାଖକୁ ପହଞ୍ଚିଲେ, ଯେଉଁଠି ସେ ଘୋର ତପସ୍ୟା କରୁଥିଲେ । ଏହା ପରେ ପ୍ରମ୍ଲୋଚା ନିଜର ନୃତ୍ୟ ଦ୍ଵାରା ଋଷି କଣ୍ଡୁ ତପସ୍ୟାକୁ ଭଙ୍ଗ କରିଦେଲେ ।

ଏହା ପରେ ଯେତେବେଳେ ରୁଷିଙ୍କ ନଜର ପ୍ରମ୍ଲୋଚା ଉପରେ ପଡିଲା, ତେବେ ଋଷି କଣ୍ଡୁ ପ୍ରମ୍ଲୋଚାର ସୁନ୍ଦରତା ରୂପ ଦେଖି ସେ ପ୍ରମ୍ଲୋଚା ଉପରେ ମୋହିତ ହୋଇଗଲେ । ଏହା ପରେ ଋଷି କଣ୍ଡୁ ପ୍ରମ୍ଲୋଚାକୁ ନିଜ ସହିତ ନେଇ ମନ୍ଦରାଞ୍ଚଳ ପର୍ବତ ଆଡକୁ ଚାଲି ଗଲେ । ସେହି ସ୍ଥାନରେ ଋଷି କଣ୍ଡୁ ପ୍ରମ୍ଲୋଚା ରୂପ ଦେଖି ଏତେ ମୋହିତ ହୋଇଗଲେ କି ସେ ପ୍ରମ୍ଲୋଚା ସହ ୧୦୦ ବର୍ଷରୁ ବି ଅଧିକ ବର୍ଷ ହେବ ସେହି ଗୁମ୍ଫାରେ ଭୋଗବିଳାସ କରିଲେ ।

ଏହା ପରେ ଦିନେ ଅପ୍ସରା ପ୍ରମ୍ଲୋଚା କହିଲେ କି, ହେ ରୁଷି ମୁଁ ବର୍ତ୍ତମାନ ସ୍ଵର୍ଗ ଲୋକ ଯିବାକୁ ଚାହୁଁଛି । ଆପଣ ମୋତେ ଖୁସି ଖୁସି ବିଦାୟ ଦିଅନ୍ତୁ । ଅପ୍ସରା ପ୍ରମ୍ଲୋଚାର କଥା ଶୁଣି ଋଷି କଣ୍ଡୁ ଚିନ୍ତାରେ ପଡିଗଲେ । ଏହା ପରେ ଋଷି କହିଲେ କି, ହେ ଦେବୀ ଆପଣ ଯଦି କିଛି ଦିନ ରହିଯିବେ ତେବେ ଭଲ ହୋଇଥାନ୍ତା । ଋଷିଙ୍କୁ ଉଦାସ ଦେଖି ଅପ୍ସରା ତାଙ୍କ କଥା ମାନିଗଲେ । ଏହା ପରେ ରୁଷି କଣ୍ଡୁ ପୁଣି ଥରେ ଅପ୍ସରା ସହିତ ସେଇ ଗୁମ୍ଫାରେ ଭୋଗବିଳାସ କରିଲେ ।

ପୁଣି ୧୦୦ ବର୍ଷ ପରେ ଅପ୍ସରା ସ୍ଵର୍ଗ ଲୋକ ଯିବା ପାଇଁ କହିଲେ । ଏହା ପରେ ପୁଣି ଋଷିଙ୍କ କଥାରେ ମୋହିତ ହୋଇ ଅପ୍ସରା ରହିଗଲେ । ଏହିଭଳି ବହୁ ବର୍ଷ ପର୍ଯ୍ୟନ୍ତ ଚାଲିଲା । ଏହା ଛଡା ଅପ୍ସରା ପ୍ରମ୍ଲୋଚା ଋଷିଙ୍କ ଅଭିଶାପକୁ ବି ଭୟ କରୁଥିଲେ । ଏହିଭଳି ଭାବରେ ଋଷି କଣ୍ଡୁ ପୂଜାପାଠ ତ୍ୟାଗ କରି ଦିନ ରାତି ଭୋଗ ବିଳାସରେ ଲିପ୍ତ ରହୁଥିଲେ । ପୁଣି ଦିନକର କଥା କି ଦିନେ ଋଷି କୁଣ୍ଡୁ ଜଲ୍ଦି ଜଲ୍ଦି ନିଜ କୁଟିଆରୁ ବାହାରକୁ ଯାଉଥିଲେ ।

ଠିକ ସେହି ସମୟରେ ପ୍ରମ୍ଲୋଚା ତାଙ୍କ ପାଖକୁ ଆସିଲେ ଓ ପ୍ରଶ୍ନ କରିଲେ କି ଆପଣ କେଉଁ ସ୍ଥାନକୁ ଯାଉଛନ୍ତି । ଋଷି ଜବାବ ଦେଲେ କି ଦିନ ଅସ୍ତ ହୋଇଯାଇଛି ଓ ମୁଁ ସନ୍ଧ୍ୟା ଉପାସନା କରିବା ପାଇଁ ଯାଉଛି, ଯଦି ମୁଁ ଏହା ନ କରେ ତେବେ ମୋର ଧର୍ମ ନଷ୍ଟ ହୋଇଯିବ । ଅପ୍ସରା ପ୍ରମ୍ଲୋଚା ଏହି କଥା ଶୁଣି ହସି ଦେଲେ । ଋଷି ଏହାର କାରଣ ପଚାରିବାରୁ ପ୍ରମ୍ଲୋଚା କହିଲେ କି, ହେ ଋଷି ଏତେ ବର୍ଷ ହେବ କଣ ଆଜି ସୂର୍ଯ୍ୟ ଅସ୍ତ ହେଉଛି, ଆଜି ଆପଣ ସନ୍ଧ୍ୟା ଉପାସନା କରିବେ ନାହିଁ ତ ଆପଣଙ୍କ ଧର୍ମ ନଷ୍ଟ ହୋଇଯିବ ।

ମୁଁ ଆପଣଙ୍କ ସହ ଯେଉଁ ସମୟରୁ ଦେଖା କରିଛି ସେହି ସମୟରୁ ଆପଣ କେବେ ବି ସନ୍ଧ୍ୟା ଉପାସନା କରି ନାହାନ୍ତି । ଏହା ପରେ ଋଷି କଣ୍ଡୁ କହିଲେ କି ତୁମେ ଆଜି ସକାଳେ ତ ଆସିଛ । ମୋତେ ଡେରି ହେଉଛି ମୋତେ, ତମ କଥା ଶୁଣି ମତେ ଲାଗୁଛି କି ତୁମେ ମୋର ଉପହାସ କରୁଛ । ତେବେ ପ୍ରମ୍ଲୋଚା ରୁଷିଙ୍କୁ କହିଲେ, ଆପଣ ଠିକ କହିଛନ୍ତି, ଆଜି ସକାଳେ ମୁଁ ଆସିଛି, କିନ୍ତୁ ମୁଁ ଆଜି ନୁହେଁ ମୋର ଆସିବାର ବହୁତ ବର୍ଷ ହୋଇ ଯାଇଛି ।

ଏହା ଶୁଣି ଋଷି କହିଲେ କି, ହେ ସୁନ୍ଦରୀ ମୋତେ ସତ କଥା କୁହ ମୁଁ ତମ ସହ ରମଣ କରିବାର କେତେ ବର୍ଷ ହୋଇ ଯାଇଛି । ଅପ୍ସରା କହିଲେ କି ଆପଣ ମୋ ସହ ୯୦୭ ବର୍ଷ ୬ ମାସ ୩ ଦିନ ଭୋଗ ବିଳାସ କରିଛନ୍ତି । ଏହା ଶୁଣି ଋଷି କଣ୍ଡୁ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ କି ତୁମେ ମୋତେ ସତ କହୁଛ ନା ମୋ ସହ ଛଳନା କରୁଛ । ମୁଁ ତୁମ ସଙ୍ଗେ ତ ଗୋଟିଏ ଦିନ ରହିଛି ।

ଏହା ପରେ ଅପ୍ସରା କହିଲେ ହେ ଋଷି ଆପଣଙ୍କୁ ମୁଁ କେମିତି ମିଛ କହିବି । ସେ କହିଲେ କି ମୁଁ ଏହି ଜଣଙ୍କ କହିବା ଅନୁସାରେ ଆସିଛି । ଏହା ପରେ ଅପ୍ସରା ପ୍ରମ୍ଲୋଚା  ଋଷିଙ୍କୁ ସବୁ କଥା କହିଲେ । ସବୁ ଶୁଣିବା ପରେ ଋଷି ରାଗି ଗଲେ । କହିବାକୁ ଗଲେ ଏହା ଥିଲା ଋଷି କଣ୍ଡୁଙ୍କ ଭୋଗ ବିଳାସର କାହାଣୀ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।