ହସ୍ପିଟାଲର ସୁନସାନ ସିଢିରେ ମହିଳା ସହିତ ହେଲା ବଳାତ୍କାର

ଦେଶସାରା ମହିଳାଙ୍କ ସହିତ ଦୁରାଚାରର ଘଟଣା କମ ହେଉ ନାହିଁ । ଦେଶର କୌଣସି ନା କୌଣସି ରାଜ୍ୟରୁ ଏହିଭଳି ମାମଲା ପ୍ରତିଦିନ ଶୁଣିବାକୁ ମିଳି ଯାଇଥାଏ । ଏକ ଏମିତି ହିଁ ମାମଲା ମୁମ୍ବାଇ ନଗର ନିକାୟ ଦ୍ଵାରା ସଞ୍ଚାଳିତ ଏକ ହସ୍ପିଟାଲରେ ହୋଇଛି ।

ଏଠାରେ ଜଣେ ବ୍ୟକ୍ତି ଦ୍ଵାରା ଶୁଳ୍କ ଛାଡ ଫର୍ମକୁ ଭର୍ତ୍ତି କରିବା ବାହାନାରେ ୩୭ ବର୍ଷୀୟ ଏକ ମହିଳା ସହିତ ଦୁଷ୍କର୍ମ ଘଟଣାକୁ ଅଞ୍ଜାମ ଦିଆଯାଇଛି । ପୋଲିସଙ୍କ ଅନୁସାରେ ଏହି ଘଟଣା ଗତ ଶୁକ୍ରବାର ଦିନ ସାୟନ ହସ୍ପିଟାଲର ପଞ୍ଚମ ମହଲାରେ ଘଟିଛି ।

କୁହାଯାଉଛି କି ଯେତେବେଳେ ପୀଡ଼ିତା ମହିଳା ହସ୍ପିଟାଲରେ ଭର୍ତ୍ତି ନିଜର ଭଉଣୀର ଦେଖା ଶୁଣା କରୁଥିଲେ ସେହି ସମୟରେ ଆରୋପି ତାଙ୍କୁ ମେଡିକାଲ ବିଲରେ ଛାଡ ମିଳୁଥିବା ଫର୍ମକୁ ଭର୍ତ୍ତି କରିବା ପାଇଁ କହିଥିଲା । ଏହି ସମ୍ବନ୍ଧରେ ପୀଡ଼ିତା ମହିଳା ଜଣଙ୍କ ତାଙ୍କ ପାଖରେ କୌଣସି ସୂଚନା ନ ଥିବାର କଥା କହିଲା ତେବେ ଆରୋପି ତାଙ୍କୁ ସମ୍ବନ୍ଧିତ କାଉଣ୍ଟର ଦେଖାଇବା ବାହାନାରେ ହସ୍ପିଟାଲର ପଞ୍ଚମ ମହଲା ଉପରକୁ ନେଇଗଲା ।

ଏହି ସମୟରେ ସେ ହସ୍ପିଟାଲ ର ସୁନସାନ ସିଢି ଉପରେ ମହିଳା ସହିତ କଥିତ ରୂପରେ ବଳତ୍କାର କରିବାର ଘଟଣାକୁ ଅଞ୍ଜାମ ଦେଲା । ପୋଲିସଏହି ମାମଲା ରୁଜୁ କରି ଆରୋପିକୁ ଗିରଫ କରି ନେଇଛନ୍ତି ।